ସିମ୍ଲା: ବରଫର ଧଳା ଚାଦର ତଳେ ବିଶ୍ୱ ପ୍ରସିଦ୍ଧ କେଦାର ନାଥ-ବଦ୍ରିନାଥ ମନ୍ଦିର। ଦୁଇଟି ଯାକ ମନ୍ଦିର ବରଫାଚ୍ଛନ୍ନ ହୋଇଯାଇଛି । ସେହିପରି ଏବେ ଉତ୍ତରାଖଣ୍ଡରୁ ହିମାଚଳ ପ୍ରଦେଶ ଯାଏଁ ହେଉଛି ବରଫ ବର୍ଷା । ଫଳରେ ପାହାଡ଼ି ରାଜ୍ୟ ଅପରୂପ ସୌନ୍ଦର୍ଯ୍ୟରେ ଝଲସୁଛି । ତୁହାକୁ ତୁହା ସ୍ନୋ-ଫଲ୍ର ମଜା ନେଉଛନ୍ତି ପର୍ଯ୍ୟଟକ। ଏଠାରେ ଥିବା ଅନେକ ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ପର୍ଯ୍ୟଟକଙ୍କ ଦିନକୁ ଦିନ ଭିଡ଼ ଜମୁଛି ।
ଚଳିତ ବର୍ଷ ସିଜିନ୍ ପୂର୍ବରୁ ଉତ୍ତରାଖଣ୍ଡରୁ ହିମାଚଳ ପ୍ରଦେଶରେ ବରଫ ବର୍ଷା ଦେଖିବାକୁ ମିଳିଛି । ସଡ଼କରୁ ନେଇ ବୃକ୍ଷଲତା, ଘରଦ୍ୱାର, ଦୋକାନ ବଜାର ସବୁ ବରଫରେ ଆଚ୍ଛାଦିତ ହୋଇଛି । କେଦାରନାଥରେ ବରଫ ବର୍ଷାର ଚିତ୍ର ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରୁଛି । ଶୀତ ଥାର୍ଡ ଡିଗ୍ରୀ ପରେ ପାହାଡି ରାଜ୍ୟରେ ସ୍ନୋ-ଫଲ୍ ହୋଇଛି । ଏପଟେ ପ୍ରବଳ ଥଣ୍ଡା ପରେ ପାରଦ ତଳକୁ ଖସିବାରେ ଲାଗିଛି । ସେହିପରି ଚାମୋଲି, ଓଲି, ଯୋଶିମଠ, ବଦ୍ରିନାଥ ଆଦି ଅଞ୍ଚଳରେ ସମୟ ପୂର୍ବରୁ ବରଫାଚ୍ଛନ୍ନ ହୋଇଛି । ଉତ୍ତରାଖଣ୍ଡର ସମତଳ ଅଞ୍ଚଳରେ ହାଲୁକା ବଦାଲ ଖଣ୍ଡ ଦେଖିବାକୁ ମିଳିଛି । ଉଧମ ସିଂହ ନଗର ସହିତ ଅଧିକାଂଶ ପାହାଡ଼ି ଅଞ୍ଚଳରେ ୪ ଇଞ୍ଚମୋଟା ପରଦାରେ ବରଫ ପଡ଼ିଥିବା ରେକର୍ଡ କରାଯାଇଛି ।