ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ପରେ ଝିଅର କନ୍ୟାଦାନ କଲେ ଯବାନ

ନୂଆଦିଲ୍ଲୀ: ଘର ଆଗରେ ଟେଣ୍ଟ ବନ୍ଧା ସରିଥିଲା । କାର୍ଡ଼ ବଣ୍ଟା ସରିଥିଲା । ଘରକୁ ଅତିଥି ଆସିବା ଆରମ୍ଭ ହୋଇଯାଇଥିଲା । ଝିଅର ବିବାହ କରିବାକୁ ଜଣେ ଯବାନ ସମସ୍ତ ପ୍ରସ୍ତୁତି ସାରିଥିଲେ । ହେଲେ ଗୋଟେ ମିନିଟ୍‌ରେ ସବୁକିଛି ଓଲଟପାଲଟ ହୋଇଗଲା । ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯବାନ ବାପା । ଏପରି ସମୟରେ ଦୁଃଖରେ ଭାଙ୍ଗି ପଡ଼ିଥିବା ଝିଅର ସାହାରା ପାଲଟିଲେ ବାପାଙ୍କ ସାଥୀ ଯବାନ । ଧୂମ୍‌ଧାମ୍‌ରେ ଝିଅର ବିବାହ କରାଇବା ସହ କନ୍ୟାଦାନ ବି କରାଇଲେ । ଏପରି ଏକ ଦୁଃଖଦ ଓ ହୃଦୟସ୍ପର୍ଶୀ ଘଟଣା ଉତ୍ତରପ୍ରଦେଶର ମଥୁରାର ମାଣ୍ଟରେ ଘଟିଛି ।

ମଥୁରାର ମାର୍ଟ ଥାନା ଅନ୍ତର୍ଗତ ୱାକାଲା ନିବାସୀ ଦେବେନ୍ଦ୍ର ସିଂ । ସେ ଯବାନ ଭାବେ କାମ କରନ୍ତି । ସେ ତାଙ୍କ ଅଲିଅଳି ଝିଅର ବିବାହ ସ୍ଥିର କରିଥିଲେ । ସେଥିଲାଗି ସମସ୍ତ ପ୍ରସ୍ତୁତି ଶେଷ କରିଦେଇଥିଲେ । ହେଲେ ଝିଅର ବିବାହ ଆଉ ମାତ୍ର ଦୁଇଦିନ ବାକିଥିବା ବେଳେ ତାଙ୍କର ଏକ ସଡ଼କ ଦୂର୍ଘଟଣାରେ ମୃତ୍ୟୁ ହେଲା । ଏହି ଦୁର୍ଘଟଣାରେ କାରରେ ଥିବା ଅନ୍ୟ ଦୁଇଜଣଙ୍କର ବି ମୃତ୍ୟୁ ହେଲା । ହେଲେ କିପରି ବିବାହ ହେବ ସେନେଇ ଚିନ୍ତିତ ହୋଇପଡ଼ିଥିଲେ ପରିବାର ଲୋକେ । ଏମିତି କି ଝିଅ ବି ବିବାହ ଆଉ କରିବନି ବୋଲି ରୋକ୍‌ଠୋକ୍ ମନା କରିଦେଲା । ଶେଷରେ ଏହି ଦୁଃଖଦ ଘଟଣାର ଖବର ପାଇବା ପରେ ମୃତ ଯବାନଙ୍କ ସାଥୀମାନେ ତାଙ୍କ ଘରେ ପହଞ୍ଚିଲେ। ଝିଅକୁ ବୁଝାଶୁଝା କରିବା ସହ ବାପାର କର୍ତ୍ତବ୍ୟ ପାଳନ କରି କନ୍ୟାଦାନ କରିଲେ। ଏହି ବିବାହ ଏବେ ଚର୍ଚ୍ଚାରେ ରହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *