ମୁମ୍ବାଇ: ବରୁଣ ଧୱନ- କିର୍ତ୍ତି ସୁରେଶଙ୍କ ଅପକମିଂ ଫିଲ୍ମ ‘ବେବି ଜନ୍’ ଟ୍ରେଲର ରିଲିଜ ହୋଇଯାଇଛି। ଟ୍ରେଲରେ ବରୁଣଙ୍କ ଦମଦାର ଆକ୍ସନ ସିନ୍ ଦେଖିବାକୁ ପାଇଛନ୍ତି ଦର୍ଶକ। ବରୁଣ ଏଭଳି ଚରିତ୍ରରେ ପୂର୍ବରୁ କେବେ ଦେଖି ନାହାଁନ୍ତି ଦର୍ଶକ। ସିନେମାରେ ବରୁଣଙ୍କ ସହ ନଜର ଆସିଛନ୍ତି ଜ୍ୟାକି ଶ୍ରଫ। ଜ୍ୟାକିଙ୍କ ଚରିତ୍ର ମଧ୍ୟ ଟ୍ରେଲରେ ଦମଦାର ରହିଛି।
ଟ୍ରେଲର ଦେଖିବାକୁ ମିଳିଛି ବରୁଣ ତାଙ୍କ ଝିଅକୁ ନେଇ ବେଶ ଖୁସିରେ ରହୁଥିବେ। ହଠାତ ତାଙ୍କ ଜୀବନରେ ଏକ ଝଡ଼ ଆସୁଛି ଯାହାକୁ ନେଇ କାହାଣୀ ଗତିଶୀଳ ହୋଇଛି। ଟ୍ରେଲରେ ବୁଝାପଡ଼ୁଛି କି କାହାଣୀ ଛୋଟ ଝିଅଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଦୁଷ୍କର୍ମକୁ ନେଇ ହୋଇଛି। ଚଳଚ୍ଚିତ୍ରରେ ନେଗେଟିଭ ଚରିତ୍ରରେ ନଜର ଆସିଛନ୍ତି ଜ୍ୟାକି ଶ୍ରଫ।
ବେବି ଜନ୍ ଏସବୁ ଘଟଣାକୁ ବନ୍ଦ କରିବାକୁ ପ୍ରତିଶ୍ରୁତି ନେଇଥିବା ଦେଖିବାକୁ ମିଳିଛି। ଏହା ସହ ଫିଲ୍ମ ଟ୍ରେଲରେ ବରୁଣଙ୍କ ଡାଏଲଗ୍ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି। ଟ୍ରେଲରେ ଜ୍ୟାକି, ବରୁଣଙ୍କ ଦମଦାର ଚରିତ୍ର ଦେଖିବାକୁ ପାଇଛନ୍ତି ଦର୍ଶକ। ବରୁଣ ଧୱନଙ୍କ ଫିଲ୍ମ ବେବି ଜନ୍ ଏହି ଖୀଷ୍ଟମାସରେ ରିଲିଜ ହେବ। ଡିସେମ୍ବର ୨୫ରେ ଫିଲ୍ମ ପରଦାକୁ ଆସିବ।
ବରୁଣ ଧୱନଙ୍କ ବ୍ୟତୀତ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ କିର୍ତ୍ତୀ ସୁରେଶ, ବାମିକା ଗାବି ଏବଂ ଜ୍ୟାକି ଶ୍ରଫ, ରାଜପାଲ ଯାଦବ ମଧ୍ୟ ବେବି ଜନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି। ମୁରାଦ ଖେତାନି, ପ୍ରିୟା ଏଟଲି ଏବଂ ଜ୍ୟୋତି ଦେଶପାଣ୍ଡେ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।