ବ୍ଯୁରୋ: ଅନସ୍ଥା ପ୍ରସ୍ତାବ ଭାରତୀୟ ଲୋକତନ୍ତ୍ରର ଏକ ମହତ୍ବପୂର୍ଣ୍ଣ ସମ୍ବିଧାନିକ ଉପକରଣ । ଯାହାର ବ୍ୟବହାର ସଂସଦର ସରକାର କିମ୍ବା ଅନ୍ୟ କେହି ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ବିରୋଧରେ କରାଯାଇପାରିବ । ଏହି ପ୍ରସ୍ତାବ ଯେତେବେଳେ ଆସେ ଏହାର ମୂଳ ଲକ୍ଷ୍ୟ କୌଣସି ନେତା ବା ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇବା । ସଂସଦରେ ବହୁମତ ସହ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିବା । ଆସନ୍ତୁ ଜାଣିବା ଅନାସ୍ଥା ପ୍ରସ୍ତାବ କ’ଣ । ଏହାକୁ କେବେ ଏବଂ କାହା ବିରୋଧରେ ଆଗତ କରାଯାଏ ।
ଅନସ୍ଥା ପ୍ରସ୍ତାବ ଏକ ପ୍ରକାର ପ୍ରସ୍ତାବ ଯାହା ସଂସଦରେ କୌଣସି ସଦସ୍ୟଙ୍କ ଦ୍ବାରା ସରକାରଙ୍କ ବିରୋଧରେ ଉଠାଯାଇପାରିବ । ଯେତେବେଳେ ଏହି ପ୍ରସ୍ତାବ ଉପସ୍ଥାପିତ ହୁଏ, ଏହାର ଉଦ୍ଦେଶ୍ୟ ଦର୍ଶାଇବା ଯେ ସରକାରଙ୍କର ଆଉ ସଂଖ୍ୟା ଗରିଷ୍ଠତା ନାହିଁ ଏବଂ ତାଙ୍କୁ ପଦରୁ ହଟାଇବା ଉଚିତ୍। ଯଦି ସଂସଦର ସଦସ୍ୟମାନେ ଏହି ପ୍ରସ୍ତାବକୁ ସମର୍ଥନ କରନ୍ତି ଏବଂ ସରକାରଙ୍କ ସଂଖ୍ୟା ଗରିଷ୍ଠତା ହଜିଯାଏ, ତେବେ ସରକାରଙ୍କୁ ଇସ୍ତଫା ଦେବାକୁ କିମ୍ବା କ୍ଷମତା ଛାଡିବାକୁ ପଡିବ।ଯେତେବେଳେ ଏହି ପ୍ରସ୍ତାବ ଆଗତ କରାଯାଏ ସେତେବେଳେ ଏହାର ଉର୍ଦ୍ଦେଶ୍ୟ ଏହା ଥାଏ କି ଯଦି ସରକାରଙ୍କ ପାଖରେ ବହୁମତ ନଥାଏ ତେବେ ତାଙ୍କୁ ପଦରୁ ବାହାର କରାଯିବ । ଯଦି ସଂସଦର ସଦସ୍ୟ ଏହି ପ୍ରସ୍ତାବରେ ମତଦାନ କରନ୍ତି ଏବଂ ସରକାରଙ୍କୁ ବହୁମତ ନଥାଏ ତେବେ ସରକାରଙ୍କୁ ଗାଦି ଛାଡ଼ିବାକୁ ପଡ଼େ । ସଂସଦରେ ସରକାର କିମ୍ବା ଅନ୍ୟ କୌଣସି ଉଚ୍ଚ ପଦାଧିକାରୀଙ୍କୁ ଉତ୍ତରଦାୟୀ କରିବା ଏକ ଶକ୍ତିଶାଳୀ ଉପାୟ।
ସଂସଦରେ ଉପସ୍ଥିତ ସଦସ୍ୟଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉଠାଯାଇପାରିବ । ଯେଉଁଥିରେ ସବୁଠାରୁ ମହତ୍ବପୂର୍ଣ୍ଣ ପ୍ରଧାନମନ୍ତ୍ରୀଙ୍କ ପଦ । ଯଦି ବିପକ୍ଷ ଦଳ ଭାବନ୍ତି ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ସରକାର ଦାୟିତ୍ବକୁ ସଠିକ୍ ଭାବେ ତୁଲାଉ ନାହାଁନ୍ତି ତେବେ ବିରୋଧୀ ଅନାସ୍ଥା ପ୍ରସ୍ତାବ ଆାଣି ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ପାରିବେ । ଏହା ସହିତ କେନ୍ଦ୍ରୀୟ ମନ୍ତ୍ରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଉଠାଯାଇପାରିବ ।ଏହା ବ୍ୟତୀତ ବାଚସ୍ପତୀଙ୍କ ବିରୋଧେର ଅନାସ୍ଥା ପ୍ରସ୍ତାବ ଅଣାଯାଇପାରିବ । କେନ୍ଦ୍ରୀୟ ମନ୍ତ୍ରୀଙ୍କ ବିରୋଧରେ ଏହି ପ୍ରସ୍ତାବ ଉଠା ଯାଇପାରିବ।