ନୂଆଦିଲ୍ଲୀ: ଭାରତର ଏକ ଟ୍ରେନ ପାକିସ୍ତାନରେ ପାଞ୍ଚ ବର୍ଷ ହେବ ରହିଛି। ଟ୍ରେନ ଏବେ ସଂପୂର୍ଣ୍ଣ ନଷ୍ଟ ହେବା ପରିସ୍ଥିତିରେ ପହଞ୍ଚିଲାଣୀ। ହେଲେ ଟ୍ରେନ ଭାରତକୁ ଆସିପାରୁନି। ହେଲେ କ’ଣ ଏହି ଟ୍ରେନର କାହାଣୀ, ଟ୍ରେନ ପାକିସ୍ତାନକୁ କାହିଁକି ଆସିଲା। ଆସନ୍ତୁ ଜାଣିବା..
୧୯୭୧ ମସିହାରେ ଇନ୍ଦିରା ଗାନ୍ଧୀ, ଜୁଲ୍ଫିକାର ଅଲ୍ଲୀଙ୍କ ବୁଝାମଣାରେ ସମଝୋତା ଏକ୍ସପ୍ରେସ ପଡ଼ିଥିଲା। ୧୯୭୬ ମସିହା ଜୁଲାଇ ୨୨ ତାରିଖରେ ଅଟାରୀ–ଲାହୋର ମଧ୍ୟରେ ଏହାକୁ ଚଳାଚଳ ଆରମ୍ଭ କରାଯାଇଥିଲା। ଆରମ୍ଭରୁ ଏହାକୁ ପ୍ରତିଦିନ ଚଳାଚଳ କରୁଥିଲା। କିନ୍ତୁ ୧୯୯୪ରେ କେବଳ ୨ ଦିନ ଚଳାଚଳ ପାଇଁ ନିଷ୍ପତି ନିଆଯାଇଥିଲା। ୨୦୧୯ରେ କାହାଣୀରେ ଟ୍ୱିଷ୍ଟ ଆସିଲା। ମୋଦି ସରକାର ଯେତେବେଳେ କଶ୍ମୀରରୁ ୩୭୦ ଧାରା ହଟାଇ ଦେଲେ। ଏହା ପରେ ପାକିସ୍ତାନ ସମଝୋତା ଏକ୍ସପ୍ରେସକୁ ବନ୍ଦ କରିଦେଲେ। ସେହି ସମୟରେ ଭାରତର ୧୧ ବଗି ବିଶିଷ୍ଟ ଟ୍ରେନ ପାକିସ୍ତାନରେ ଥିଲା। ସମଝୋତା ଏକ୍ସପ୍ରେସ ଏପର୍ଯ୍ୟନ୍ତ ପାକିସ୍ତାନରେ ଅଛି। ସେହିପରି ପାକିସ୍ତାନର ୧୬ ବଗି ବିଶିଷ୍ଟ ଟ୍ରେନ ଭାରତର ଅଟାରୀ ରେଳ ଷ୍ଟେସନରେ ରହିଛି।
ଭାରତ ସହ ରେଳବାଇ ବୁଝାମଣା ଅନୁସାରେ କୁହାଯାଇଥିଲା କି ଜୁଲାଇରୁ –ଡିସେମ୍ବର ପର୍ଯ୍ୟନ୍ତ ୬ ମାସ ପାଇଁ ଭାରତୀୟ ବଗୀ ବିଶିଷ୍ଟ ଟ୍ରେନ ପାକିସ୍ତାନ ଆସିବ କିନ୍ତୁ ଏହି ସମୟରେ ଇଞ୍ଜିନ୍ ପାକିସ୍ତାନର ହେବ। ଜାନୁଆରୀରୁ ଜୁନ୍ ଯାଏଁ ପାକିସ୍ତାନ ବଗି ଆସିବ କିନ୍ତୁ ଯେତେବେଳେ ରେଳ ସେବା ସ୍ଥଗିତ କରାଯାଇଥିଲା ସେତବେଳେ ଭାରତ ବଗି ପାକିସ୍ତାନରେ ହିଁ ଥିଲା। ୱାଘା ରେଳ ଷ୍ଟେସନର ମ୍ୟାନେଜରଙ୍କ କହିବା ଅନୁସାରେ ପାକିସ୍ତାନରୁ ଭାରତକୁ ସନ୍ଦେସ ପଠାଯାଇଥିଲା। ଟ୍ରେନର ବଗିକୁ ଭାରତର ସୀମା ଯାଏଁ ନିଆଯିବ ସେଠାରୁ ଭାରତ ବଗି ଆଣିବ। ହେଲେ ଭାରତ ସେହି ବୁଝମାଣାରେ ଯିବାକୁ ଚାହୁଁଛି ଯେଉଁଥିରେ ପାକିସ୍ତାନ ଇଞ୍ଜିନ୍ ସମତେ ବଗି ମଧ୍ୟ ଫେରାଇବ।