ନୂଆଦିଲ୍ଲୀ: ଭାରତ ରତ୍ନ ଦେଶର ସବୋର୍ଚ୍ଚ ନାଗରିକ ସମ୍ମାନ ବୋଲି କୁହାଯାଏ। ଯାହାର ଆରମ୍ଭ ୧୯୫୪ରେ ହୋଇଥିଲା। ପ୍ରଥମ ଥର ୩ ଜଣଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଥିଲା। ପ୍ରଥମ ଥର ଭାରତ ରତ୍ନ ମିଳିଥିଲା ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ ଚକ୍ରବର୍ତ୍ତି ରାଜଗୋପାଲଚାରୀ। ପୂର୍ବ ରାଷ୍ଟ୍ରପତି ଡାକ୍ତର ସର୍ବପଲ୍ଲୀ ରାଧକୃ୍ଷ୍ଣ। ଏବଂ ବିଜ୍ଞାନ ଡାକ୍ତର ଚନ୍ଦ୍ରଶେଖର ଭେଙ୍କଟ ରମନ। ଏମାନଙ୍କୁ ୧୯୫୪ରେ ଭାରତ ରତ୍ନ ଏକାସାଙ୍ଗରେ ଦିଆଯାଇଥିଲା।
୨୦୨୪ରେ ୫ଜଣଙ୍କୁ ଭାରତ ରତ୍ନ ମିଳିଥିଲା। ସେମାନେ ହେଲେ ଲାଲକୃଷ୍ଣ ଆଡଭାନୀ, କପୂରୀ ଠାକୁର, ଚୌଧୁରୀ ଚରଣ ସିଂ, ଏମଏସ ସ୍ୱାମୀନାଥନ, ପିଭି ନରସିଂହା ରାଓ। ଅନେକ ଲୋକଙ୍କ ମନରେ ଭାରତ ରତ୍ନକୁ ନେଇ ପ୍ରଶ୍ନ ଉଠେ। ସେଥିମଧ୍ୟରୁ ଏକ ସାଧାରଣ ପ୍ରଶ୍ନ ହେଲା ଭାରତ ରତ୍ନ ମିଳୁଥିବା ଲୋକଙ୍କୁ କେତେ ଟଙ୍କା ମିଳେ। ସାଧାରଣରେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ଉଠେ। ଭାରତ ରତ୍ନ ପୁରସ୍କୃତ ହେଉଥିବା ବ୍ୟକ୍ତିଙ୍କୁ କେତେ ଟଙ୍କା ମିଳେ ଏବଂ କ’ଣ କ’ଣ ସୁବିଧା ମିଳେ। ଭାରତ ରତ୍ନ ଏକ ସମ୍ମାନ ଅଟେ। ଏହି ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କୁ କିଛି ସୁବିଧା ମିଳେ। ଭାରତ ରତ୍ନ ପାଉଥିବା ବ୍ୟକ୍ତିଙ୍କୁ ଭାରତ ସରକାରଙ୍କ ତରଫରୁ ଏକ ପ୍ରମାଣ ପତ୍ର ଏବଂ ଏକ ମେଡାଲ ମିଳେ।
ଏହି ସମ୍ମାନରେ ସମ୍ମାନୀତ ବ୍ୟକ୍ତିଙ୍କୁ କୌଣସି ଧନରାଶି ମିଳେ ନାହିଁ। ଏହି ରତ୍ନ ପାଇଥିବା ବ୍ୟକ୍ତିଙ୍କୁ କିଛି ସରକାରୀ ସୁବିଧା ମିଳେ। ଯେମିତି କି ସ୍ରସ୍କୃତ ବ୍ୟକ୍ତିଙ୍କୁ ରେଳ ବିଭାଗ ପକ୍ଷରୁ ମାଗଣା ଯାତ୍ରାର ସୁବିଧା ମିଳେ। ଅର୍ଥାତ ସେମାନଙ୍କୁ ଯେବେ ବି ଯୁଆଡ଼େ ଟ୍ରେନରେ ଯାତ୍ରା କରିବାକୁ ଥିବା ବିଲକୁଲ ମାଗଣାରେ ଯାତ୍ରା କରିପାରିବେ। ଏଥିପାଇଁ କୌଣସି ଟଙ୍କା ରେଳ ବିଭାଗକୁ ଦେବାକୁ ପଡ଼ିବନି। ଏହା ବ୍ୟତୀତ ସରକାରୀ ସ୍ତରରେ ହେଉଥିବା ବଡ଼ ବଡ଼ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହେବା ନେଇ ସୁବିଧା ମିଳେ। ଏହା ସହ ରାଜ୍ୟ ସରକାର ମଧ୍ୟ ଭାରତ ରତ୍ନ ପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ କିଛି ସୁବିଧା ମିଳିଥାଏ।