୭୪ ବର୍ଷ ବୟସରେ ପାଦ ଥାପିଲେ ସାଉଥ୍ ସୁପରଷ୍ଟାର

ନୂଆଦିଲ୍ଲୀ: ଆଜି ସୁପରଷ୍ଟାର ରଜନୀ କାନ୍ତଙ୍କ ଜନ୍ମଦିନ । ସେ ୭୪ ବର୍ଷ ବୟସରେ ପାଦ ଥାପିଛନ୍ତି । ରଜନୀ କାନ୍ତଙ୍କ ଫ୍ୟାନ୍ସ ତାଙ୍କ ଜନ୍ମଦିନକୁ ଉତ୍ସାହର ପାଳନ କରିଥାଆନ୍ତି । ଅନେକ କଳାକାର ଏବଂ ସହଯୋଗୀମାନେ ସୋସିଆଲ ମିଡିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

ରଜନୀ କାନ୍ତ କେବଳ ସାଉଥ ନୁହେଁ ହିନ୍ଦୀ ଦର୍ଶକଙ୍କର ମଧ୍ୟ ସବୁଠୁ ବେଶୀ ଲୋକପ୍ରିୟ । ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ହାସଲ କରିଛନ୍ତି । ସେ ତାଙ୍କର ଚମତ୍କାର ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କୁ ପାଗଳ କରନ୍ତି । ତାଙ୍କର ଚଳଚ୍ଚିତ୍ର ବକ୍ସ ଅଫିସରେ ରେକର୍ଡ ବ୍ରେକ୍ କରେ । ଅଭିନେତା ଏକ ବିଳାସପୂର୍ଣ୍ଣ ଜୀବନଶୈଳୀ ବଜାୟ ରଖିଛନ୍ତି । ରଜନୀକାନ୍ତଙ୍କ ସମ୍ପତ୍ତି ମୂଲ୍ୟ ୪୩୦ କୋଟି ଟଙ୍କା । ସେ ଗୋଟିଏ ଚଳଚ୍ଚିତ୍ର ପାଇଁ ୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଚାର୍ଜ କରନ୍ତି । ତାଙ୍କର ମହଙ୍ଗା ଜିନିଷ ବିଷୟରେ କହିବାକୁ ଗଲେ, ପ୍ରଥମଟି ହେଉଛି ତାଙ୍କର ବିଳାସପୂର୍ଣ୍ଣ ବଙ୍ଗଳା । ଚେନ୍ନାଇର ପୋସ୍ ଗାର୍ଡେନ୍‌ରେ ରଜନୀକାନ୍ତଙ୍କର ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି । ଏହି ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୫ କୋଟି ଟଙ୍କା ।

ଏହା ବ୍ୟତୀତ ରଜନୀକାନ୍ତଙ୍କର ଏକ ବିବାହ ମଣ୍ଡପ ରହିଛିି, ଯାହାର ରାଘବେନ୍ଦ୍ର ମଣ୍ଡପମ୍ । ଏହାର ମୂଲ୍ୟ ୨୦ କୋଟି ଟଙ୍କା । ଆଉ ତାଙ୍କ କାର କଲେକସନ୍ ବିଷୟରେ କହିବାକୁ ଗଲେ ରଜନୀକାନ୍ତଙ୍କର ଦୁଇଟି ରୋଲ୍ସ ରୋଏସ୍ ମଡେଲ୍ ଅଛି । ରୋଲ୍ସ ରୋଏସ୍ ମୂଲ୍ୟ ୬ କୋଟି ଟଙ୍କା ଏବଂ ଅନ୍ୟ ରୋଲ୍ସ ରୋଏସ୍ ଫାଣ୍ଟମ୍‌ର ମୂଲ୍ୟ ୧୬.୫ କୋଟି ଟଙ୍କା । ଏହା ବ୍ୟତୀତ ତାଙ୍କ ପାଖରେ ବିଏମଡବ୍ଲୁ ଢ୫ ମୂଲ୍ୟ ୧.୭୭ କୋଟି, ମର୍ସିଡିଜ ବେଞ୍ଜ ଜି ୱାଗନ ୨.୫୫ କୋଟି ଟଙ୍କା ଏବଂ ଲମ୍ବୋର୍ଗିନି ଉରୁସ ରହିଛି । ତାଙ୍କ ପାଖରେ ୬ କୋଟି ଟଙ୍କା ମୂଲ୍ୟର ଏକ ବେଣ୍ଟଲି ଲ୍ୟୁମିନସ୍ କାର ମଧ୍ୟ ଅଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *