ଭିକାରୁଣୀଙ୍କଠାରୁ ନଗଦ ୭୫ ହଜାର ଟଙ୍କା ଜବତ

ଇନ୍ଦୋର: ଭିକାରୁଣୀର ମାସିକ ଆୟ ୩ ଲକ୍ଷ ଟଙ୍କା । ଏହାକୁ ଯେ କେହି ପଢିବେ ସେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ କଥା । ହେଲେ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଭିକାରୁଣୀର ଗୋଟିଏ ସପ୍ତାହର ରୋଜଗାର ଶୁଣିଲେ ଆପଣ ଚକିତ ହୋଇଉଠିବେ । ଉକ୍ତ ଭିକାରୁଣୀଙ୍କଠାରୁ ପ୍ରାୟ ୭୫ ହଜାର ଟଙ୍କା ନଗଦ ମିଳିଛି । ଆଶ୍ଚର୍ଯ୍ୟ କଥା ହେଉଛି, ଏହା ତାର ଗୋଟିଏ ସପ୍ତାହର ଆୟ ବୋଲି ସେ ସ୍ୱୀକାର କରିଛି । ତେଣୁ ସେ ମାସକୁ ପ୍ରାୟ ୩ ଲକ୍ଷ ଟଙ୍କା ଭିକ ମାଗି ଆୟ କରୁଥିବା ଜଣାଯାଇଛି।

ପ୍ରତ୍ୟେକ ଦିନ ସକାଳୁ ନିଜର ନିତ୍ୟକାମ କାମ ସାରି ମହିଳା ଜଣକ ଚିରା ଫଟା ଲୁଗା ପିନ୍ଧି ଇନ୍ଦୋରସ୍ଥିତ ଶନି ମନ୍ଦିର କିମ୍ବା ଜୈନ ମନ୍ଦିର ଆଗରେ ବସନ୍ତି । ହାତରେ ଧରିଥାନ୍ତି ଗୋଟେ ଭଙ୍ଗା ପାତ୍ର । ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁ ବା ସେହି ରାସ୍ତା ଦେଇ ଯାଉଥିବା ଲୋକେ ତାଙ୍କ ପାତ୍ରରେ କିଛି ପଇସା ପକାଇ ଚାଲିଯାଆନ୍ତି । ଏଇଟା ତାଙ୍କର ନିତିଦିନିଆ କଥା । ହେଲେ ଏବେ ସେହି ମହିଳା ଜଣକ ଖୁବ୍ ଚର୍ଚ୍ଚାରେ । କାରଣ ତାଙ୍କ ପାଖରୁ ମିଳିଛି ନଗଦ ୭୫ ହଜାର ଟଙ୍କା । ଏହା ତାଙ୍କର ଗୋଟେ ସପ୍ତାହର ଆୟ ବୋଲି କହିଛନ୍ତି । ଏବେ ଉକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ ଥଇଥାନ ପାଇଁ ଉଜ୍ଜୈନର ସେବାଧାମକୁ ପଠାଯାଇଛି।

ଇନ୍ଦୋର ସହରକୁ ଭିକାରୀମୁକ୍ତ କରିବା ପାଇଁ ନିକଟରେ ଜିଲ୍ଲାପାଳ ଆଶିଷ ସିଂହ ନିର୍ଦ୍ଦେଶ ଦେଇଥିଲେ। ଯାହା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ଅଲଗା ଅଲଗା ଟିମ୍ ଗଠନ କରି ଅଭିଯାନ ଚଳାଇଛି। ଏହି ଅଭିଯାନର ଏକ ଅଂଶ ଭାବରେ ଏକ ଟିମ୍ ବଡ଼ ଗଣପତି ଓ ରାଜୱାଡା ଅଞ୍ଚଳର ଶନି ମନ୍ଦିର ନିକଟରେ ଭିକ ମାଗୁଥିବା ମହିଳାଙ୍କୁ ଉଦ୍ଧାର କରିଥିଲା। ଟିମ୍ ତଦନ୍ତ କରିବା ବେଳେ ଭିକାରୁଣୀ ଠାରୁ ୭୪୭୬୮ ଟଙ୍କା ମିଳିଥିଲା, ଯାହାକୁ ଦେଖି ଟିମ୍ ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଯେତେବେଳେ ସେ ମହିଳା ଭିକାରିଙ୍କୁ ଟଙ୍କା ବିଷୟରେ ପଚାରିଲେ, ଏହା ତାର ଏକ ସପ୍ତାହର ରୋଜଗାର ବୋଲି ସେ କହିଥିଲେ । ତାଙ୍କ ପାଖରୁ ୧ ଟଙ୍କିଆ କଏନଠାରୁ ଆରମ୍ଭ କରି ୫୦୦ ଟଙ୍କିଆ ନୋଟ ମଧ୍ୟ ମିଳିଥିଲା । ତେବେ ତାପାଖରୁ ୪୨୩ଟି ୧୦୦ ଟଙ୍କିଆ ନୋଟ ମିଳିଥିଲା । ବାରମ୍ବାର ଭିକାରିମାନଙ୍କୁ ନେଇ ଥଇଥାନ କେନ୍ଦ୍ରରେ ଛଡ଼ାଯାଉଥିଲେ ବି ସେମାନେ ସେଠାରୁ ଫେରି ପୁଣି ଭିକ ମାଗିବା ଆରମ୍ଭ କରିଦେଉଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *