ନୂଆଦିଲ୍ଲୀ: ଆର୍ଥିକ ସଙ୍କଟରେ ଫେସବୁକ୍ ମାଲିକ ମାର୍କ ଜୁକରବର୍ଗ । ନିଲାମ କରିବେ ସୁନା ଚେନ୍ । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ଏହି ଚେନ୍ ସହ ତାଙ୍କର ଗଭୀର ଇମୋସନାଲ କନେକସନ୍ ରହିଥିବା କହିଛନ୍ତି ଜୁକରବର୍ଗ । ଏମିତି କ’ଣ ଅସୁବିଧା ହେଲା କି ଶେଷରେ ସେ ସୁନା ଚେନର ନିଲାମୀ କରିବାକୁ ନିଷ୍ପତ୍ତି ନେଲେ ? ତାଙ୍କର ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି ।
ଫେସବୁକ୍ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ବିଶ୍ୱର ଶୀର୍ଷ ୫ ଜଣ ଆରବପତିଙ୍କ ମଧ୍ୟରୁ ଜଣେ । ୨୦୨୪ରେ ତାଙ୍କ ନେଟ୍ ୱର୍ଥ୍ ୨୧୧ ବିଲିୟନ ଡଲାର (୧୭.୭୩ ଲକ୍ଷ କୋଟି ଟଙ୍କା) ରହିଛି । ନିକଟରେ ସେ ତାଙ୍କର ଏକ ସୁନା ଚେନ୍ ଅନଲାଇନ୍ରେ ନିଲାମୀ କରିବା ନେଇ ଚର୍ଚ୍ଚାରେ ଅଛନ୍ତି । ସେ ତାଙ୍କର ଗୋଲ୍ଡ ପ୍ଲେଟେଡ୍ କ୍ୟୁବନ୍ ଲିଙ୍କ ଚେନ୍ ଅନଲାଇନ୍ ନିଲାମ କରିବେ । ଏହି ଚେନର ବିଡ୍ ବର୍ତ୍ତମାନ ୪୦ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ପ୍ରାୟ ୩୩ ଲକ୍ଷ ଅତିକ୍ରମ କରିଛି । କିନ୍ତୁ ଏହାର ମୂଲ୍ୟ ଆହୁରି ବୃଦ୍ଧି ହେବାର ସମ୍ଭାବନା ରହିଛି ।
ଏହି ନିଲାମୀରୁ ମିଳିବାକୁ ଥିବା ସମସ୍ତ ଅର୍ଥ ସେ ‘ଇନଫ୍ଲେକସନ୍ ଗ୍ରାଣ୍ଟ୍ସ’କୁ ଅନୁଦାନ ଭାବେ ଯିବ । ଏହା ଏକ ଚାରିଟି ପଦକ୍ଷେପ ଯାହାର ଉଦ୍ଦେଶ୍ୟ ସେହି ବ୍ୟକ୍ତି ଏବଂ ସୃଜନଶୀଳ ପ୍ରକଳ୍ପଗୁଡ଼ିକୁ ଆର୍ôଥକ ସହାୟତା ପ୍ରଦାନ କରିବ । ଯେଉଁମାନେ ପାରମ୍ପରିକ ଆର୍ôଥକ ସହାୟତାରୁ ବଞ୍ଚିତ । ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ୨ ହଜାର ଡଲାର (ପ୍ରାୟ ୧.୬ ଲକ୍ଷ) ମାଇକ୍ରୋ ଗ୍ରାଣ୍ଟ୍ ଦିଆଯାଇଥାଏ ।