ନୂଆଦିଲ୍ଲୀ: ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଖେଳିବନି ଭାରତ। ହାଇବ୍ରିଡ୍ ମଡେଲରେ ଦୁବାଇରେ ଏହି ମ୍ୟାଚ ଖେଳିବ ଭାରତ। ହାଇବ୍ରିଡ୍ ମଡେଲ ଆୟୋଜନ ନେଇ ଆଇସିସି ମଞ୍ଜୁର ମଧ୍ୟ ଦେଇଛି । ଏବେ ଟୁର୍ଣ୍ଣାମେଣ୍ଟ ଉଭୟ ପାକିସ୍ତାନ ଓ ଦୁବାଇରେ ଖେଳାଯିବ। ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଏବଂ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମଧ୍ୟରେ ଏ ସମ୍ପର୍କରେ ଅଲୋଚନା ହୋଇସାରିଛି । ଭାରତୀୟ କ୍ରିକେଟ ଟିମ୍ ଚାମ୍ପିୟନ୍ସ୍ ଟ୍ରଫି ୨୦୨୫ରେ ସବୁ ମ୍ୟାଚ୍ ଦୁବାଇରେ ଖେଳବ । କିନ୍ତୁ ଟୁର୍ନାମେଣ୍ଟର ଅନ୍ୟ ମ୍ୟାଚଗୁଡ଼ିକ ପାକିସ୍ତାନରେ କରାଯିବ ।
ଚାମ୍ପିୟନ୍ସ ଟ୍ରଫିର ୧୦ଟି ମ୍ୟାଚ ପାକିସ୍ତାନରେ ଖେଳାଯିବ। ଲିଗ୍ ଷ୍ଟେଜରେ ଭାରତ ତା’ର ତିନୋଟି ମ୍ୟାଚ୍ ଦୁବାଇରେ ହିଁ ଖେଳିବ। ଏହାବ୍ୟତୀତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଓ ଫାଇନାଲ୍ ମଧ୍ୟ ଦୁବାଇରେ ଖେଳିବ ଭାରତ । ଯଦି ଭାରତ ନକଆଉଟ୍ ପର୍ୟ୍ୟାୟରୁ ବାଦ ପଡ଼େ, ତାହେଲେ ସେମିଫାଇନାଲ ଓ ଫାଇନାଲ ଯଥାକ୍ରମେ ଲାହୋର ଓ ରାୱଲପିଣ୍ଡିରେ ଖେଳାଯିବ। ଭାରତ ନ ଖେଳିବା ପାକିସ୍ତାନକୁ ହେବାକୁ ଥିବା କ୍ଷତିର ଆଇସିସି ଭରଣ କରିବ ନାହିଁ ବୋଲି ସୂଚନା ମିଳିଛି। ଅନ୍ୟପଟେ ୨୦୨୬ରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଆସିବନି ପାକିସ୍ତାନ । ପାକିସ୍ତାନ ତା’ର ସବୁ ମ୍ୟାଚ ଶ୍ରୀଲଙ୍କାର କଲମ୍ବୋରେ ଖେଳିବାକୁ ରାଜି ହୋଇଛି ।