ମଣିଷ ଭଳି ଗଡ଼ାଣିରୁ ଗଡ଼ିବା ଶିଖୁଛି ଟେସ୍ଲାର ରୋବଟ

ନୂଆଦିଲ୍ଲୀ: ଠିକ୍ ମଣିଷ ଭଳି ଗଡ଼ାଣିରୁ ଗଡ଼ିବା ଶିଖୁଛି ଟେସ୍ଲାର ରୋବଟ୍ । ଏହାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଜିର ସମୟରେ ଟେକ୍ନୋଲୋଜିରେ ଅନେକ ପରିବର୍ତ୍ତନ ଦେଖାଦେଇଛି । ଦିନ ଥିଲା ଯେଉଁ କାମ ଅସମ୍ଭବ ଲାଗୁଥିଲା, ଆଜିର ଟେକ୍ନୋଲୋଜିର ବିକାଶ କାରଣରୁ ଖୁବଶୀଘ୍ର ଏହି କାର୍ଯ୍ୟ ହୋଇପାରୁଛି। ଏପରି ଏକ ସଂଶୋଧନ ରୋବୋଟିକ୍ସ କ୍ଷେତ୍ରରେ ଆସିଛି।

ଟେସ୍ଲାର ଅପ୍ଟିମସ ରୋବଟର ଏକ ଭିଡିଓ ସାମ୍ନାକୁ ଆସିଛି। ଟେସ୍ଲା ଅପ୍ଟିମସ ରୋବଟର ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଟେସ୍ଲା ରୋବଟ୍ ମଣିଷଙ୍କ ଭଳି ଗଡାଣିରୁ ଗଡିିବା ଶିଖୁଛି। ଏହି ଭିଡିଓକୁ ଦେଖି ରୋବୋଟିକ୍ସ କ୍ଷେତ୍ରରେ ଆସିଥିବା ପରିବର୍ତ୍ତନକୁ ବୁଝିବାକୁ ପଡୁଛି। ଏହି ଭିଡିଓ ଆମେରିକାର ବିଲିୟନେୟାର ଏଲନ ମସ୍କଙ୍କ କମ୍ପାନୀ ଟେସ୍ଲା ମୋଟର୍ସର ଅଫିସିଆଲ ହ୍ୟାଣ୍ଡେଲରୁ ପୋଷ୍ଟ କରାଯାଇଛି।

ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, ରୋବଟ୍‌ଟି ଗଡାଣିଆରୁ ଗଡିବା ସମୟରେ ଟଳମଳ ହୋଇ ପଡୁ-ପଡୁ ବର୍ତ୍ତିଯାଉଛି। ପରେ ସେ ଟିକେ ଟିକେ ଟଳମଳ ହେଉଛି, ହେଲେ ସହଜ ଭାବେ ଗଡୁଛି। ଏହାର ପରବର୍ତ୍ତୀ ସମୟରେ ସେ ଖୁବ ସହଜରେ ଗଡିଯାଉଛି। ଆଗାମୀ ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋବଟ ବିନା କୌଣସି ଅସୁବିଧାରେ ଉଚ୍ଚତା ଉପରକୁ ଚଢିଯାଉଛି। ଟେସ୍ଲା ମୋଟର୍ସ ଭିଡିଓ ସେୟାର କରି କ୍ୟାପସନରେ ଲେଖିଛି, ମଣିଷ ପରି ଚାଲିବା ପାଇଁ ତୁମକୁ ପ୍ରଥମେ ମଣିଷ ପରି ଝୁଣ୍ଟିବା ଶିଖିବା ଆବଶ୍ୟକ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *