ଛେପ ପକା ପାଣି ପାଇଁ ଠେଲାପେଲା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆମେ ଭିନ୍ନ ଭିନ୍ନ ଭିଡ଼ିଓ ଦେଖିବାକୁ ପାଇଥାଉ । ଅନେକ ସମୟରେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଏବେ ଠିକ୍ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ଚକିତ ହୋଇଯାଇଛନ୍ତି । ଭିଡ଼ିଓରେ ଜଣେ ମୁସଲମାନ ମୌଲବୀ ଏକ ସଭାରେ ଛିଡ଼ା ହୋଇ ଲୋକଙ୍କ ଉପରକୁ ଛେପ ପକାଉଛନ୍ତି । ଆଉ ଲୋକେ ତାହାକୁ ପାଣି ବୋତଲରେ ନେବା ପାଇଁ ଠେଲାପେଲା ହେଉଥିବା ଦେଖିବାକୁ ମିଳିଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ଆୟୋଜିତ ଏକ ସଭାରେ ମୌଲବୀ ଉପସ୍ଥିତ ଅଛନ୍ତି । ମଞ୍ଚ ତଳେ ଛିଡ଼ା ହୋଇ ରହିଥିବା ଲୋକଙ୍କ ହାତରେ ପାଣି ବୋତଲ ରହିଥିଲା । ସେମାନେ ପାଣି ବୋତଲର ଠିପି ଖୋଲି ମୌଲବୀଙ୍କ ଆଡ଼କୁ ଦେଖାଇଥିବାବେଳେ, ମୌଲବୀ ଜଣକ ପାଣି ବୋତଲରେ ଛେପ ପକାଉ ଥିବାର ଦେଖିବାକୁ ମିଳିଛି । ମୌଲବୀଙ୍କ ଛେପ ପକା ପାଣି ପିଇବା ଦ୍ୱାରା ଶରୀର ସୁସ୍ଥ ରୁହେ ବୋଲି ଲୋକଙ୍କ ବିଶ୍ୱା। ତେଣୁ ଲୋକମାନେ ପାଣି ବୋତଲର ଠିପି ଖୋଲି ମୌଲବୀଙ୍କ ମୁହୌଁ ପାଖରେ ଦେଖାଉଛନ୍ତି, ଆଉ ସେ ନଇଁ କରି ସେ ବୋତଲରେ ଥୁ ଥୁ କରି ଛେପ ପକାଉଛନ୍ତି ।

ଏହି ଭିଡ଼ିଓଟି କେଉଁଠାରେ ତାହା ସ୍ପଷ୍ଟ ଜଣାପଡ଼ି ନାହିଁ । ଏହାକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଅନେକ ଏଥିରେ ବହୁ ମଜାଳିଆ ମତ ଦେଇଛନ୍ତି । ଆଉ କିଛି ଏ ପ୍ରକାର ଅନ୍ଧ ବିଶ୍ୱାସ ପାଇଁ ଲୋକଙ୍କ ଜୀବନ ବିପଦରେ ପଡ଼ିବାର ଆଶଙ୍କା ରହିଛି । ମଣିଷ ଛେପରେ ଅନେକ ସମୟରେ କ୍ଷତିକାରକ ଜୀବାଣୁ ଅବା କୌଣସି ରୋଗର ଜୀବାଣୁ ରହିଥାନ୍ତି । ଯଦି ଏହି ଛେପକୁ ପାଣି ସହ ମିଶାଇ ପିଆଯାଏ ତେବେ ଶରୀରରେ ନାନା ପ୍ରକାରର ରୋଗ ହେବାର ଆଶଙ୍କା ରହିଛି ବୋଲି ମତ ଦେଇଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *