ଦୁନିଆର ଦାମିକିଆ ମସଲା ଓ ଡ୍ରାଏ ଫ୍ରୁଡ୍ସ ମାନଙ୍କ ମଧ୍ୟରୁ କେଶର ଓ କିସମିସ୍ ହେଉଛି ଦୁର୍ଲଭ। କାରଣ ଏହା ଖୁବ୍ କମ୍ ସ୍ଥାନରେ ଉତ୍ପାଦନ ହୋଇଥାଏ । କେଶର ଔଷଧୀୟ ଗୁଣ ରେ ଭରପୁର ଅଟେ । ଆୟୁର୍ବେଦରେ କେଶର ଓ କିସମିସକୁ ସମ୍ପୂର୍ଣ୍ଣ ଶରୀରକୁ ସୁସ୍ଥ ରଖିବାର ମହୋଷଧି ଭାବରେ ଗ୍ରହଣ କରାଯାଏ । ଉଭୟ କିସମିସ୍ ଏବଂ କେଶର ଅଧିକାଂଶ ରୋଗକୁ ଠିକ୍ କରିବାରେ ସାହାଯ୍ୟ କରିଥାଏ । ତେବେ ଚାଲନ୍ତୁ ଜାଣିବା କିସମିସ୍ ଏବଂ କେଶରର ବିଭିନ୍ନ ଉପକାରୀ ଗୁଣ ବିଷୟରେ…
ରାତିରେ କେଶର ଓ କିସମିସକୁ ମିଶାଇ ଭିଜାଇ ଦିଅନ୍ତୁ । ସକାଳୁ ଉଠି ଏହି ଭିଜା କିଶ୍ମିଶ୍ ଓ କେଶରକୁ ଖାଇବା ସହ ସେହି ପାଣିକୁ ପିଇନିଅନ୍ତୁ । ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ।କେଶର ଓ କିସମିସ ଆଣ୍ଟି ଡିପ୍ରେଶନ ଔଷଧି ଅଟେ । ଗୋଟିଏ ଗବେଷଣା ଅନୁସାରେ ଔଷଧ ଆପେକ୍ଷା କେଶର ଡିପ୍ରେସନକୁ ଠିକ୍ କରିବାରେ ସଠିକ୍ ଭାବରେ କାର୍ଯ୍ୟ କରିଥାଏ । କିନ୍ତୁ କେଶର ଅଧିକ ସେବନ କରିବା ହାନି କାରକ ଅଟେ । ମାନସିକ ଚାପକୁ କମ୍ କରିବା ପାଇଁ ନିୟମିତ ଭାବରେ ଶୋଇବା ପୂର୍ବରୁ କେଶର ଯୁକ୍ତ ଦୁଗ୍ଧ ସେବନ କରିବା ଉଚିତ୍ । କେଶରରେ ଆଣ୍ଟି ଅକ୍ସିଡ଼ାଣ୍ଟ ଏତେ ପରିମାଣରେ ରହିଛି ଯେ ଶରୀରର କୋଷିକା ଗୁଡ଼ିକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିଥାଏ ।
କିସମିସ ରେ ଭରପୂର ମାତ୍ରାର ଫାଇବର୍ ରହିଥାଏ । ଏହାକୁ ପାଣିରେ ଭିଜାଇବା ପରେ ତାହା ଆହୁରି ବଢିଯାଏ । କେଶର ଭିଜା ପାଣି ଦେହ ମଳତ୍ୟାଗ କରିବା ସହଜ କରାଇଥାଏ । ଫଳରେ ଅନ୍ତଃନଳୀ ସଫା ହୋଇଥାଏ ।କିସମିସ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ପାଇଁ ଖୁବ୍ ଉପଯୋଗୀ । ଏଥିରେ ଥିବା କ୍ରୋସେତିନ୍ ହାଡ଼ର ଫୁଲାକୁ କମ୍ କରି ଯନ୍ତ୍ରଣାରୁ ଆରାମ ଦେଇଥାଏ । କିସମିସ ସେବନ କରିବା ଦ୍ୱାରା ଯନ୍ତ୍ରଣାରୁ ଆରାମ ମିଳିଥାଏ ।ଆଇରନ୍ରେ ଭରା କିସମିସ୍ ଆର୍ବିସି ଉତ୍ପାଦନକୁ ବଢାଇଥାଏ । ଫଳରେ ଆନେମିଆ ହେବାର ଆଶଙ୍କା କମ୍ ରହିଥାଏ । ସେହିପରି କେଶରରେ କ୍ୟାରୋଟିନାୟଡ୍ ରହିଛି, ଯାହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ ।
କେଶର ସୌନ୍ଦର୍ଯ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ । ତେଣୁ ପ୍ରତିଦିନ କେଶର, ଦୁଗ୍ଧ, ଓ ଚନ୍ଦନରେ ଲେପ ପ୍ରସ୍ତୁତ କରି ମୁହଁରେ ଲଗେଇଲା ତ୍ୱଚାର ଚମକ୍ ଆସିଥାଏ`। କିସମିସ୍ ଓ କେଶର ଭିଜା ପାଣି ପିଇବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରିଥାଏ । ଫଳରେ ଲିଭର୍ ବିଷାକ୍ତ ପଦାର୍ଥ ମୁକ୍ତ ହେବା ସହ ରକ୍ତ ମଧ୍ୟ ପରିଷ୍କାର ହୋଇଥାଏ । ଏହି ମିଶ୍ରଣ ଖାଇବା ଦ୍ୱାରା ନିଦରେ ସୁଧାର ଆସିଥାଏ । ଅନିଦ୍ରା ରୋଗୀଙ୍କଠାରେ ମେଲାଟୋନିନ୍ ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଦେଖିବାକୁ ମିଳୁଥିବା ଆକ୍ସିଡେଣ୍ଟିଭ୍ ଷ୍ଟ୍ରେସ୍କୁ ଦୂର ହୋଇଥାଏ ।
ଉତ୍ତମ ସ୍ୱାସ୍ଥ୍ୟ ସଭିଁଙ୍କ ଇଚ୍ଛା । ଶରୀରକୁ ସୁସ୍ଥ ରଖିବା ପାଇଁ ଅନେକ ଘରୋଇ ସରଳ ଉପାୟ ରହିଛି । ତେବେ ସରଳ ଉପାୟ ମଧ୍ୟରୁ ଗୋଟିଏ ଉତ୍ତମ ବିକଳ୍ପ ହେଉଛି, କିଶ୍ମିଶ୍ ପାଣି । ଏହା ଶରୀର ପାଇଁ ବରଦାନରୁ କମ୍ ନୁହେଁ । ଆୟୁର୍ବେଦ ଅନୁଯାୟୀ, ନିୟମିତ ସକାଳେ ଖାଲି ପେଟରେ କିଶ୍ମିଶ୍ ପାଣି ପିଇବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ,ଚମତ୍କାରୀ ଲାଭ ମିଳିଥାଏ । ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ।
ନିୟମିତ କିଶ୍ମିଶ୍ ପାଣି ପିଇବା ଦ୍ୱାରା ପାଚନ ତନ୍ତ୍ର ସୁସ୍ଥ ରହିଥାଏ । ପେଟ ସହ ଜଡିତ ଅନେକ ସମସ୍ୟା ଯେପରି କୋଷ୍ଠକାଠିନ୍ୟ, ଏସିଡିଟି, ଗ୍ୟାଷ୍ଟ୍ରିକ୍ ଆଦି ଦୂର କରିବାରେ ସହାୟକ ହୋଇଥାଏ। କିଶ୍ମିଶ୍ରେ ଭରପୁର ମାତ୍ରାରେ ଫାଇବର ରହିଛି । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।
କିଶ୍ମିଶ୍ ପାଣି ଶରୀରରୁ ଅପରିଷ୍କାର ପଦାର୍ଥ ନିର୍ଗତ କରିବାରେ ସହାୟକ ହୋଇଥାଏ । ବିଶେଷ କରି ଏହା ଯକୃତକୁ ସଫା ରଖିବା ସହ ସୁସ୍ଥ ରଖିଥାଏ । ଯକୃତ ସଠିକ୍ ଭାବେ କାର୍ୟ୍ୟ କରିବାକୁ ମଧ୍ୟ ସହାୟକ ହୋଇଥାଏ ।
କିଶ୍ମିଶ୍ରେ ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍ ସି ପ୍ରଚୁର ମାତ୍ରାରେ ରହିଛି । ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବୃଦ୍ଧି କରିଥାଏ । ନିୟମିତ ଏହାର ସେବନ କରିବା ଦ୍ୱାରା ଥଣ୍ଡା,କାଶ, ସଂକ୍ରମିତ ରୋଗରୁ ରକ୍ଷା କରିଥାଏ ।
କିଶ୍ମିଶ୍ରେ ଆଇରନ ଭରପୁର ମାତ୍ରାରେ ରହିଛି । ଏହା ଶରୀରରେ ହିମୋଗ୍ଲୋବିନ୍ର ସ୍ତର ବୃଦ୍ଧି କରିଥାଏ । ରକ୍ତର ଅଭାବକୁ ଦୂର କରିବା ସହ ଶକ୍ତି ବୃଦ୍ଧି କରିଥାଏ ।
କିଶ୍ମିଶ୍ ପାଣି ତ୍ୱଚାର ଚମକ ବୃଦ୍ଧି କରିଥାଏ । କେଶକୁ ମଜଭୁତ କରିଥାଏ । ଏଥିରେ ଥିବା ଭିଟାମିନ୍ ଓ ମିନେରାଲ୍ସ ତ୍ୱଚାର ରଙ୍ଗକୁ ଗୋରା କରିବା ସହ କେଶ ଝଡିବା ସମସ୍ୟାକୁ ଦୂର କରିଥାଏ ।