ପାକିସ୍ତାନରେ ପାଳନ ହେଲା ରାଜ କପୁରଙ୍କ ୧୦୦ତମ ଜୟନ୍ତୀ

ମୁମ୍ବାଇ: ଭେଟେରାନ ହିନ୍ଦୀ ସିନେମା ଅଭିନେତା ରାଜ କପୁରଙ୍କ ୧୦୦ତମ ଜୟନ୍ତୀ କପୁର ପରିବାର ପକ୍ଷରୁ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି । ଏହି ଅବସରରେ କପୁର ପରିବାର ତିନି ଦିନ ଧରି ରାଜ କପୁର ଚଳଚ୍ଚିତ୍ର ମହୋତ୍ସବର ଆୟୋଜନ କରିଛନ୍ତି। ଏହି ଉତ୍ସବ ପାଳନ ପାଇଁ ସମଗ୍ର କପୁର ପରିବାର ଏକତ୍ରିତ ହୋଇଛନ୍ତି। ହେଲେ ପାକିସ୍ତାନରେ ବି ରାଜ କପୁରଙ୍କ ଜୟନ୍ତୀ ପାଳନ କରାଯାଇଛି ।

କେବଳ ଭାରତରେ ନୁହେଁ, ପାକିସ୍ଥାନରେ ମଧ୍ୟ ରାଜ କପୁରଙ୍କ ପ୍ରଶଂସକ ଅଛନ୍ତି। ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ପାକିସ୍ତାନରେ ମଧ୍ୟ ପାଳନ କରାଯାଇଛି। ପାକିସ୍ତାନର ମହମ୍ମଦ ଫହିମ ନାମକ ଜଣେ ଏକ୍ସ ୟୁଜର ଏହି ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ କେକ କଟାଯାଉଥିବା ଦେଖିବାକୁ ମିଳିଛ। ଏଥିସହ ସେ ରାଜ କପୁରଙ୍କ ଏକ ଫଟୋ ପୋଷ୍ଟ କରିଛନ୍ତି। ଭିଡିଓ ଏବଂ ଫଟୋ ପୋଷ୍ଟ କରିବାବେଳେ ଫହିମ ଲେଖିଛନ୍ତି- ଜନ୍ମଦିନର ଶୁଭେଚ୍ଛା ରାଜ କପୁର। ଆଜି ତାଙ୍କ ଜନ୍ମସ୍ଥାନ ‘କପୁର ହାଭେଲି’ ରେ ତାଙ୍କର ୧୦୦ତମ ଜନ୍ମଦିନ । ପାକିସ୍ତାନର ପେଶୱାର ସହିତ ରାଜ କପୁରଙ୍କ ଏକ ବିଶେଷ ସମ୍ପର୍କ ରହିଛି।

ସେ ଡିସେମ୍ବର ୧୪, ୧୯୨୪ରେ ପାକିସ୍ତାନର ପେଶୱାରରେ ଜନ୍ମଗ୍ରହଣ କରିଥିଲେ। ପାକିସ୍ତାନର କପୁର ମହଲ ଯେଉଁଠାରେ ରାଜ କପୁର ଜନ୍ମ ହୋଇଥିଲେ। ତାଙ୍କର ୧୦୦ତମ ଜନ୍ମ ବାର୍ଷିକୀର କେକ ସମାନ ମହଲରେ କାଟି ଦିଆଯାଇଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *