ପୁଷ୍ପା ଟ୍ରାଜେଡି: ୯ ବର୍ଷ ଶିଶୁର ହେଲା ବ୍ରେନ ଡେଡ୍‌

ହାଇଦ୍ରାବାଦ: ଅଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨ ରିଲିଜ୍ ହେବାର ଇତିମଧ୍ୟରେ ୨ ସପ୍ତାହ ବିତିଲାଣି । କିନ୍ତୁ ଏହି ଫିଲ୍ମର ପ୍ରିମିୟରରେ ଘଟିଥିବା ଦଳାଚକଟା ଘଟଣା ଲଗାତାର ଚର୍ଚ୍ଚାରେ ରହି ଆସୁଛି । ପ୍ରଥମେ ମହିଳାଙ୍କ ମୃତ୍ୟୁ, ତାପରେ ଫିଲ୍ମର ନାୟକ ଅଲ୍ଲୁ ଅର୍ଜୁନ ଗିରଫ । ଆଉ ଏବେ ଏକ ଦଃଖ ଖବର ଆସିଛି ଦଳାଚକଟାରେ ଗୁରୁତର ହୋଇ ଜୀବନ ସହ ସଂଘର୍ଷ କରୁଥିବା ଶିଶକୁ ନେଇ । ଗୁରୁତର ଶିଶୁର ବ୍ରେନ୍ ଡ଼େଡ଼୍ ହୋଇଯାଇଥିବା ଡ଼ାକ୍ତର ଘୋଷଣା କରିଛନ୍ତି । ଶିଶୁର ବ୍ରେନରେ ଗଭୀର ଭାବରେ ଆଘାତ ଲାଗିଛି । ଅମ୍ଳଜାନ ଅଭାବରୁ ବ୍ରେନ ଡେଡ ହୋଇଛି । ଏହିଭଳି ସମୟରେ ସୁଧାର ଆସିବା ପାଇଁ ସମୟ ଲାଗିବ । ଏମିତି କି ସେ ଠିକରେ ଶ୍ୱାସକ୍ରିୟା କରିପାରୁ ନାହିଁ ବୋଲି ମଧ୍ୟ କହିଛନ୍ତି ।

ପୁଷ୍ପା-୨ ରିଲିଜ୍ ହେବାର ପୂର୍ବ ରାତିରେ ହାଇଦ୍ରାବାଦସ୍ଥିତ ସନ୍ଧ୍ୟା ଥିଏଟରରେ ହଠାତ୍ ଯାଇ ପହଞ୍ଚିଥିଲେ ଅଲ୍ଲୁ ଅର୍ଜୁନ । ପ୍ରଶଂସକମାନେ ଅଲ୍ଲୁଙ୍କ ଟିକେ ଝଲକ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଭିଡ଼ ଏପରି ହେଲା ଯେ, ଠେଲାପେଲା ହେବା ସହ ଦଳାଚକଟା ହୋଇଥିଲା । ଏଥିରେ ରେବତୀ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ତାଙ୍କର ୯ ବର୍ଷର ଶିଶୁ ମଧ୍ୟ ଆହତ ହୋଇଥିଲା । ଗୁରୁତର ଅବସ୍ଥାରେ ତାକୁ କିମ୍ସରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେଉଥିବାବେଳେ ଶିଶୁର ସ୍ୱାସ୍ଥ୍ୟାବସ୍ଥା ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଶିଶୁକୁ ବ୍ରେନ୍ ଡେଡ୍ ଘୋଷଣା କରିଛନ୍ତି ଡ଼ାକ୍ତର । ହାଇଦ୍ରାବାଦ ସିଟି ପୋଲିସ କମିଶନର ସି.ଭି. ଆନନ୍ଦ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଡା. ଖ୍ରୀଷ୍ଟିନା କିମ୍ସ ଯାଇ ଶିଶୁର ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଦଳାଚକଟାରେ ଆହତ ହୋଇଥିବା ଶିଶୁଟି ଏବେ ଭେଣ୍ଟିଲେଟରରେ ରହିଛି । ତାର ବ୍ରେନ୍ ଡେଡ୍ ଘୋଷଣା କରାଯାଇଛି । ଘଟଣାର ୧୪ ଦିନ ପରେ ମଧ୍ୟ ତାଙ୍କ ସ୍ୱାସ୍ତ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ ।

ତେବେ ଏ ନେଇ ଅଲ୍ଲୁ ଅର୍ଜୁନ ଇନଷ୍ଟାଗ୍ରାମର ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ଗିରଫ ପରେ ତାଙ୍କୁ ଶିଶୁଙ୍କ ପାଖକୁ ଏବଂ ତାଙ୍କ ପରିବାର ସହ ସାକ୍ଷାତ କରିବା ପାଇଁ ବାରଣ କରାଯାଇଛି । ଶିଶୁର ଚିକିତ୍ସା ସାଙ୍ଗକୁ ପରିବାରର ଆବଶ୍ୟକତା ପୁରା କରିବା ପାଇଁ ସେ ସବୁ ପ୍ରକାର ସାହାଯ୍ୟ ଯୋଗାଇଦେବେ । ଭଗବାନ ଶିଶୁଟିକୁ ଖୁବ୍ ଶୀଘ୍ର ଭଲ କରିଦିଅନ୍ତୁ ବୋଲି ଉଲ୍ଲେଖ କରିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *