ଓସ୍କାର ରେସ୍‌ରୁ ବାଦ୍ ପଡିଲା ‘ଲାପତା ଲେଡିଜ୍‌’

ମୁମ୍ବାଇ: ମଉଳିଗଲା ଭାରତୀୟଙ୍କ ଆଶା। ଭାରତ ଦ୍ୱାରା ଓସ୍କାର ପାଇଁ ମନୋନୀତ ହୋଇଥିବା ଫିଲ୍ମ ‘ଲାପତା ଲେଡିଜ୍‌’ ଓସ୍କାର ରେସ୍‌ରୁ ବାଦ ପଡିଛି। କିରଣ ରାଓଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୭ତମ ଏକାଡେମୀ ପୁରସ୍କାରରେ ଭାରତର ପ୍ରତିନିଧିତ୍ୱ କରିବାକୁ ମନୋନୀତ ହୋଇଥିଲା। କିନ୍ତୁ ଏବେ ଏହା ଓସ୍କାର ରେସ୍‌ରୁ ବାଦ୍ ପଡ଼ିଛି । ଏହି ଖବର ପ୍ରଚାର ହେବା ପରେ ଭାରତୀୟ ସିନେ ପ୍ରେମୀଙ୍କୁ ଲାଗିଛି ଶକ୍ତ ଝଟକା।

ଭାରତରେ ଏହି ଫିଲ୍ମ ଖୁବ୍ ପ୍ରଶଂସା ସାଉଁଟିଥିଲା । କମ୍ ବଜେଟରେ ନିର୍ମାଣ ହୋଇଥିବା ଏହି ଫିଲ୍ମ ବକ୍ସ ଅଫିସରେ ଭଲ ରୋଜଗାର କରିଥିଲା । କିନ୍ତୁ ‘ଲାପତା ଲେଡିଜ୍‌’ ଏହି ବର୍ଗରେ ମନୋନୀତ ୧୫ ଟି ଫିଲ୍ମ ମଧ୍ୟରେ ମଧ୍ୟ ନିଜର ସ୍ଥାନ ପାଇପାରନାହିଁ। ଗତକାଲି ପରବର୍ତ୍ତୀ ରାଉଣ୍ଡ ପାଇଁ ୧୫ଟି ଫିଲ୍ମର ନାମ ଘୋଷଣା କରାଯାଇଥିଲା। ଏଥିରେ ‘ଲାପତା ଲେଡିଜ୍‌’ ନାଁ ନାହିଁ । ଏହା ଭାରତୀୟ ସିନେପ୍ରେମୀଙ୍କୁ ନିରାଶ କରିଛି ।

ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଗତ ସେପ୍ଟେମ୍ବର ୨୩ ରେ ଏହାକୁ ଓସ୍କାର ୨୦୨୫ କୁ ପଠାଇବାକୁ ଘୋଷଣା କରିଥିଲା । ରବି କିଶନ, ସ୍ପର୍ଶ ଶ୍ରୀବାସ୍ତବ, ପ୍ରତୀଭା ରାଣ୍ଟା ଏବଂ ନିତାଂଶୀ ଗୋୟଲ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରଛନ୍ତି। ଏହି ଫିଲ୍ମଟି ଆମୀର ଖାନଙ୍କ ପ୍ରଡକ୍ସନ୍ ହାଉସ୍ ଅଧୀନରେ ନିର୍ମିତ । ତେବେ ଲେଖକ ତଥା ନିର୍ଦ୍ଦେଶକ ଏଡମ ଜେ. ଗ୍ରେଭ୍ସ ସୁଚିତ୍ରା ମିତ୍ରାଇଙ୍କ ଫିଲ୍ମ ‘ଅନୁଜା’କୁ ଲାଇଭ୍ ଆକ୍ସନ୍ ସର୍ଟ ଫିଲ୍ମ ବର୍ଗରେ ଶେଷ ୧୫ ଟି ଫିଲ୍ମର ଓସ୍କାର ତାଲିକାରେ ଚୟନ କରାଯାଇଛି । ଏହି ବର୍ଗରେ ପୁରସ୍କାର ପାଇବା ପାଇଁ ସାରା ବିଶ୍ୱରୁ ୧୮୦ ଫିଲ୍ମ ଚୟନ କରାଯାଇଥିଲା । ଗତ ବର୍ଷ ନିର୍ମାତା ଗୁନିତ୍ ମୋଙ୍ଗାଙ୍କ ଡକ୍ୟୁମେଣ୍ଟାରୀ ସର୍ଟ ଫିଲ୍ମ ଭାବେ ‘ଦ ଏଲିଫ୍ୟାଣ୍ଟ ୱିସ୍ପରର୍ସ ‘ ଓସ୍କାର ପୁରସ୍କାର ପାଇଥିଲା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *