ବିଡ଼ା ବିଡ଼ା ଟଙ୍କା ଉଡ଼ାଇ ଡ୍ୟାନ୍ସ କଲେ କିନ୍ନର, କାର୍ଯ୍ୟାନୁଷ୍ଠାନ ଦାବି

ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆରେ ଏମିତି କିଛି ଅଜବ ଭିଡ଼ିଓ ସବୁ ଭାଇରାଲ ହୁଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟଜନକ ହୋଇଥାଏ । ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିନ୍ନରମାନେ ବିଡ଼ା ବିଡ଼ା ଟଙ୍କା ଉଡ଼ାଇବା ସହ ବିଛାଡ଼ି ହୋଇ ଏଣେତେଣେ ଟଙ୍କା ପଡ଼ିଥିବା ଦେଖିବାକୁ ମିଳିଛି । ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସାଲୁଚ୍ଛାବ୍ରା୬୫ ନାମକ ଆକଉଣ୍ଟରୁ ସେୟାର କରାଯାଇଛି।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ଏକ ଘର ଭିତରେ କିନ୍ନର ଗୋଷ୍ଠୀ ଭର୍ତ୍ତି ହୋଇ ରହିଛନ୍ତି। ଏମାନଙ୍କ ମଧ୍ୟରୁ କିଛି କିନ୍ନର ତଳେ ବସି ବିପୁଳମାତ୍ରାରେ ଟଙ୍କା ଗଣୁଥିବା ବେଳେ ଅନ୍ୟମାନେ ବୁଲାବୁଲି କରୁଛନ୍ତି। ଆଉ କିଛି କିନ୍ନର ବିଡ଼ା ବିଡ଼ା ଟଙ୍କା ଧରି ଉଡ଼ାଉଛନ୍ତି। ଘରର ଏଣେତେଣ ପୁଳା ପୁଳା ଟଙ୍କା ତଳେ ପଡ଼ିିଛି । କିନ୍ନର ଟଙ୍କା ଉଡ଼ାଉଥିବାର ଫଟୋ ଓ ଭିଡିଓ କରିବା ପାଇଁ କ୍ୟାମେରାମ୍ୟାନ ବି ଘଟଣାସ୍ଥଳରେ ଉପସ୍ଥିତ ଥିବା ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି।

ଭାଇରାଲ ଭିଡିଓରୁ ଅନୁମାନ କରାଯାଉଛି ଏହି କିନ୍ନର ଗୋଷ୍ଠୀ କୌଣସି ଏକ ଖୁସିର ଉତ୍ସବ ପାଳନ କରୁଛନ୍ତି। ସମସ୍ତେ ବହୁତ ଖୁସିରେ ଅଛନ୍ତି। ସେଥିପାଇଁ ବାଜା ବଜାଇ ଗୀତ ଗାଉଛନ୍ତି । ଏହାର ତାଳେତାଳେ କିନ୍ନରମାନେ ନାଚିବା ସହିତ ଖୁସିରେ ବିଡ଼ାବିଡ଼ା ଟଙ୍କା ଉଡ଼ାଉଛନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। କେହିକେହି କିନ୍ନରମାନଙ୍କ ଏଭଳି ଟଙ୍କା ଉଡ଼ାଇବା ଶୈଳୀକୁ ଆଦୌ ପସନ୍ଦ କରି ନାହାନ୍ତି। ଟଙ୍କା ଉଡ଼ାଉଥିବା କିନ୍ନରଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *