୨୦୨୫ରେ ଫିଲ୍ମ ହେବ ରିଲିଜ

ମୁମ୍ବାଇ: ସୁପରଷ୍ଟାର ଗୋବିନ୍ଦାଙ୍କ ପୁଅ ୟଶବର୍ଦ୍ଧନ ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ନିର୍ଦ୍ଦେଶକ ସାଇ ରଂଜନଙ୍କ ଏକ ରୋମାଣ୍ଟିକ କାହାଣୀ ଆଧାରିତ ଚଳଚ୍ଚିତ୍ର ମାଧ୍ୟମରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟଶବର୍ଦ୍ଧନଙ୍କ ଆଗାମୀ ଚଳଚ୍ଚିତ୍ରର ତାହା ଏପର୍ଯ୍ୟନ୍ତ ନିଷ୍ପତି ହୋଇନାହିଁ। ଫିଲ୍ମଟି ରୋମାଣ୍ଟିକ କାହାଣୀକୁ ନେଇ ଗତିଶୀଳ ହେବ। ଏହାର ନିର୍ଦ୍ଦେଶନା ଭାର ସମ୍ଭାଳିବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସାଇ ରଂଜନ। ମଧୁ ମଣ୍ଟିନା ଏବଂ ଆଲୁ ଅରବିନ୍ଦ ଏବଂ ଏସକେଏନ୍ ଫିଲ୍ମ ମିଳିତ ଭାବେ ପ୍ରଡ୍ୟୁସ କରିବେ।

ଫିଲ୍ମରେ ୟଶବର୍ଦ୍ଧନଙ୍କ ସହ କେଉଁ ହିରୋଇନ୍ ସ୍କ୍ରିନ ଶେୟାର କରିବେ ତାହା ଏପର‌୍ୟ୍ୟନ୍ତ ସ୍ଥିର ହୋଇନାହିଁ। ଏହି ଫିଲ୍ମ ୨୦୨୫ରେ ରିଲିଜ୍ ହେବା ନେଇ ଚର୍ଚ୍ଚା ହେଉଛି। ତେବେ ୟଶବର୍ଦ୍ଧନ ନିର୍ମାତା-ନିର୍ଦ୍ଦେଶକ ସାଜିଦ୍ ନାଦିଆୱାଲାଙ୍କ ଫିଲ୍ମ କିକ୍ ୨, ତଡପ ଏବଂ ଢିସୁମ୍ ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ ମଧ୍ୟ କାମ କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *