‘ଆଜାଦ୍‌’ ଫିଲ୍ମର ଟିଜର ରିଲିଜ୍‌; ମାମୁ-ଭଣଜାଙ୍କ ଜମିବ ଯୋଡ଼ି

ମୁମ୍ବାଇ: ଧମାଲ ମଚାଇବେ ମାମୁଁ-ଭଣଜା । ଆଗାମୀ ଫିଲ୍ମ ଆଜାଦ୍‌ରେ ଦେଖିବାକୁ ମିଳିଛି ଏହି ମାମୁଁ-ଭଣଜାଙ୍କ ଯୋଡ଼ି । ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ଏ ମାମୁଁ- ଭଣଜା କିଏ ? ସେ ଆଉ କିଏ ନୁହଁନ୍ତି, ସେମାନେ ହେଲେ ବଲିଉଡ଼ ସିଙ୍ଘମ ଅଜୟ ଦେବଗନ ଓ ତାଙ୍କ ଭଣଜା ଅମନ ଦେବଗନ । ଉଭୟଙ୍କୁ ଫିଲ୍ମ ଆଜାଦ୍‌ରେ ଏକାଠି ଦେଖିବାକୁ ମିଳିଛି । ନିକଟରେ ଏହି ଫିଲ୍ମ ଆଜାଦ୍‌ର ଟିଜର ରିଲିଜ୍ ହୋଇଯାଇଛି । ଆସନ୍ତା ଜାନୁଆରୀ ୨୦୨୫ରେ ଫିଲ୍ମ ପ୍ରେକ୍ଷାଳୟରେ ରିଲିଜ ହେବ ।

ବିଶିଷ୍ଟ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆଜାଦ୍‌’ ମାଧ୍ୟମରେ ବଲିଉଡରେ ଅମନ୍ ଦେବଗନ ଡେବ୍ୟୁ କରିବେ । ନୀଲମ ଦେବଗନ ଏବଂ କବିତା ଦେବଗନ ହେଉଛନ୍ତି ଅଜୟ ଦେବଗନଙ୍କ ଦୁଇ ଭଉଣୀ । ଅମନ ହେଉଛନ୍ତି ନୀଲମ ଦେବଗନଙ୍କ ସୁପୁତ୍ର । ପ୍ରାୟ ଅମନ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥାନ୍ତି । ସେ କାଜୋଲ ଏବଂ ଅଜୟ ଦେବଗନଙ୍କ ସହ ଅନେକ ଫଟୋ ସେୟାର କରିଥିବାର ନଜିର ରହିଛି । ‘ଆଜାଦ୍‌’ ଫିଲ୍ମର ଟିଜର ରିଲିଜ ହୋଇସାରିଥିବା ବେଳେ ଏଥିରେ ରବୀନା ଟଣ୍ଡନଙ୍କ ଅଲିଅଳି ଝିଅ ରାଶା ଥଡାନୀ ମଧ୍ୟ ଡେବ୍ୟୁ କରିବେ । ନିକଟରେ ଅଜୟ ଦେବଗନ ‘ସିଙ୍ଘମ ଏଗେନ’ ରିଲିଜକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ରିଲିଜର ୪ ଦିନରେ ହିଁ ଆୟ ୧୪୦ କୋଟି ପାଖାପାଖି ପହଂଚିଥିଲା ।

ବର୍ତ୍ତମାନ ବଲିଉଡରେ ଷ୍ଟାର କିଡ୍ସଙ୍କୁ ନେଇ ଚର୍ଚ୍ଚା । କିଏ ଡେବ୍ୟୁ କଲାଣି ତ ପୁଣି କିଏ ମଡେଲିଂ । ଏଥିମଧ୍ୟରେ ଅଧିକାଂଶ ଷ୍ଟାର କିଡ୍ସଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ମଧ୍ୟ ଦେଖିବାକୁ ମିଳୁଛି । କେତେବେଳେ ଲଭ୍ ଲାଇଫ୍ ତ ପୁଣି କେତେବେଳେ କଣ୍ଟ୍ରୋଭର୍ସିକୁ ନେଇ ଲାଇମଲାଇଟରେ ରହିଥାନ୍ତି ଷ୍ଟାର କିଡ୍ସ । ଷ୍ଟାର କିଡ୍ସଙ୍କ ଗୋଟିଏ ଝଲକ ପାଇବା ପାଇଁ ପ୍ରଶଂସକ ଓ ପାପାରାଜି ଅପେକ୍ଷା କରିଥାନ୍ତି । ଏଥିମଧ୍ୟରୁ ଆରାଧ୍ୟା ବଚ୍ଚନ, ତୈମୁର ଅଲି ଖାନ୍‌, ରାହା କପୁର, ସୁହାନା ଖାନ୍ ଆଦିଙ୍କ ନାଁ ତାଲିକାରେ ରହିଛି । ଏଥିମଧ୍ୟରେ ଅମନ୍ ଦେବଗନଙ୍କୁ ନେଇ ବଲିଉଡରେ ଚର୍ଚ୍ଚା ଲାଗି ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *