ସମ୍ବିଧାନକୁ ଶପଥ କରି ସାତ ଜନ୍ମର ସାଥୀ ହେଲେ ବର-କନ୍ୟା

ରାୟପୁର : ସଜ୍ଜେଇ ହୋଇ ନ ଥିଲା ବେଦୀ କି ଆୟୋଜନ ହୋଇ ନ ଥିଲା ଭୋଜିଭାତର ଆସର । ନ ଥିଲେ ପଣ୍ଡିତ କି ପଢାଗଲାନି ମନ୍ତ୍ର । ପାରମ୍ପାରିକ୍ ରୀତି-ନୀତି ପାଳନ କରିବା ପରିବର୍ତ୍ତେ ସମ୍ବିଧାନକୁ ଶପଥ କରି ସାତ ଜନ୍ମର ସାଥୀ ହେଲେ ବର-କନ୍ୟା । ଛତିଶଗଡ଼ର ଯଶୀପୁର ଜିଲ୍ଲା କାପୁ ଗାଁରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଦୁହିଁଙ୍କ ବିବାହ ଏବେ ବହୁ ଲୋକଙ୍କୁ ପ୍ରଭାବିତ କରିଛି।

ହିନ୍ଦୁ ପରମ୍ପରା ଅନୁଯାୟୀ, ଯେତେବେଳେ ବିବାହ ହୁଏ ସେତେବେଳେ ପଣ୍ଡିତ ମନ୍ତ୍ର ପଢନ୍ତି। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ଏକାଠି ରହିବାକୁ ପରସ୍ପର ପ୍ରତିଜ୍ଞା ନିଅନ୍ତି। କିନ୍ତୁ କାପୁ ଗାଁର ଏହି ନିଆରା ବିବାହ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଦମ୍ପତ୍ତି ବିବାହ ବେଳେ ପାରମ୍ପାରିକ ରୀତି-ନୀତି ପାଳନ କରିବା ବଦଳରେ ଭାରତୀୟ ସମ୍ବିଧାନର ଶପଥକୁ ନେଇ ଜନ୍ମ-ଜନ୍ମର ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ ।

କନ୍ୟା ପ୍ରତିମା ଲହରେ ଓ ବର ଇମାନ ଲହରେଙ୍କ ବିବାହ ଗତ ୧୮ ତାରିଖରେ ଆୟୋଜିତ ହୋଇଥିଲା । ଏଥିରେ ପାରମ୍ପାରିକ ରୀତିନୀତିକୁ ବାଦ୍ ଦିଆଯାଇଥିଲା। ବାହାଘରରେ ‘ମଙ୍ଗଳ ସୁତ୍ର’ ଓ ‘ସିନ୍ଦୁର’ ନୁହେଁ ଦରକାର ପଡିଥିଲା ସମ୍ବିଧାନର। ଦୁହେଁ ସମ୍ବିଧାନକୁ ହାତରେ ନେଇ ଜୀବନ ସାରା ଏକାଠି ରହିବାର ଶପଥ ନେଇଥିଲେ। ସେମାନେ ଭାରତୀୟ ସମ୍ବିଧାନର ନିର୍ମାତା ଡକ୍ଟର ବି.ଆର ଆମ୍ବେଦକରଙ୍କ ଫଟୋ ଆଗରେ ଜୀବନସାରା ଏକାଠି ରହିବାର ପ୍ରତିଜ୍ଞା ନେଇଥିଲେ।

ଇମାନ ଲହରେ କହିଛନ୍ତି, ଏହି ପଦକ୍ଷେପ ମୁଖ୍ୟ ଭାବରେ ଅଯଥା ଖର୍ଚ୍ଚରୁ ରକ୍ଷା ପାଇବା ପାଇଁ ନିଆଯାଇଛି। ଆମ ଦୁହିଁଙ୍କ ପରିବାରର ଅନୁମତି ପରେ ଆମେ ଏହି ନିଷ୍ପତ୍ତି ନେଇଥିଲୁ, ଯେପରି ମାତ୍ରାଧିକ ଖର୍ଚ୍ଚରୁ ରକ୍ଷା ପାଇହେବ। ଅନେକ ଲୋକ ଏହି ବିବାହକୁ ସାର୍ଥକ ଦୃଷ୍ଟିକୋଣ ବୋଲି କହିଛନ୍ତି। ସେ କହିଛନ୍ତି, ଏଭଳି ବିବାହରୁ ସମାଜକୁ ପ୍ରେରଣା ମିଳିପାରିବ। କେବଳ ସେତିକି ନୁହେଁ ଦୁହିଁଙ୍କ ବାପା-ମା’ ମଧ୍ୟ ଖୁସି ପ୍ରକାଶ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *