ଶୀତଦିନେ, ରଙ୍ଗୀନ ପନିପରିବା ବଜାରକୁ ଆସେ । ସୁସ୍ଥ ରହିବା ପାଇଁ ଆପଣଙ୍କ ଖାଦ୍ୟରେ ସମସ୍ତ ପନିପରିବା ଅନ୍ତର୍ଭୁକ୍ତ କରିବା ଉଚିତ୍। ମୂଳା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ପନିପରିବା ମଧ୍ୟରେ । ମୂଳାରେ ଅନେକ ଭିଟାମିନ୍ ରହିଛି ଯାହାକୁ ଖାଇଲେ ଆମ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟରେ ମଧ୍ୟ ଅନେକ ପ୍ରକାରର ଲାଭ ହୋଇଥାଏ । ଏଥିରେ ଫାଇବର, ଭିଟାମିନ୍ ସି’, ପୋଟାସିୟମ, ଫସଫରସ ପରି ଅନେକ ପୋଷକ ତତ୍ତ୍ୱ ରହିଛି ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିପାରିବ । ଏହାସହ ମୂଳାରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଯାହାକୁ ଖାଇଲେ ବହୁତ ଟେଷ୍ଟ ମଧ୍ୟ ଲାଗିଥାଏ ।
ମୂଳା ଖାଇବାର ଫାଇଦା :
ହଜମ ପ୍ରକ୍ରିୟାରେ ଉନ୍ନତି ଆଣେ ମୂଳା । ମୂଳା ଫାଇବରରେ ଭରପୂର ହୋଇଥାଏ । ଏହାକୁ ଖାଇବା ଫଳରେ ପେଟ ସମସ୍ୟା ଦୂର ହେବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଉନ୍ନତି ଆଣିଥାଏ । ଏହାକୁ ଖାଇବା ଦ୍ୱାରା ଆମ ଖାଦ୍ୟ ବହୁତ ଶୀଘ୍ର ହଜମ ହୋଇଯାଇଥାଏ । ପେଟକୁ ସଫା କରିଥାଏ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ ମୂଳା। ଶୀତ ଦିନରେ ଶରୀର ବହୁତ ଦୁର୍ବଳ ହୋଇଥାଏ, ଯାହା ଫଳରେ ଅନେକ ରୋଗ ଆକ୍ରାନ୍ତ କରିଥାଏ । ଏହିପରି ସ୍ଥିତିରେ ଆପଣଙ୍କୁ ଭିଟାମିିନ ସି’ ରେ ଭରପୂର ମୂଳା ଖାଇବା ନିହାତି ଆବଶ୍ୟକ । ଯାହାକୁ ଖାଇଲେ ଅନେକ ରୋଗ ଦୂର ହୋଇଥାଏ ଏବଂ ସ୍ୱାସ୍ଥ୍ୟ ଭଲ ରହିଥାଏ । ମୂଳାରେ ବିଶେଷ କଥା ହେଉଛି ଯେ ସେ ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱାଚ୍ଚାରେ ମଧ୍ୟ ଉନ୍ନତି ଆଣିଥାଏ ।
ଓଜନ କମ୍ କରିବାରେ ସାହାଯ୍ୟ କରେ ମୂଳା। ମୂଳା ଖାଇବା ଦ୍ୱାରା ଓଜନ କମ୍ ହୋଇଥାଏ । ଆମ ସ୍ୱାସ୍ଥ୍ୟ ପାଇଁ ସାଲାଡ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯେକୌଣସି ସମୟରେ ମୂଳା ସାଲାଡ ଖାଇବା ଦ୍ୱାରା ଆମକୁ ଲାଭ ମିଳିଥାଏ। ହେଲେ ବ୍ରେକ୍ଫାଷ୍ଟରେ ମୂଳା ସାଲାଡ୍ ସହ ଅନ୍ୟ କିଛି ମିଶାଇ ଖାଇବା ଦ୍ୱାରା ଅନେକ ଫାଇଦା ମିଳିଥାଏ। ସାଲାଡରେ ବ୍ୟବହୃତ ସବୁଜ ପନିପରିବା ଆମର ମସ୍ତିଷ୍କକୁ ସକ୍ରିୟ କରିଥାଏ। ସାଲାଡ୍ ଆମର ସ୍ମୃତି ଏବଂ ଏକାଗ୍ରତା ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ।
ଏହା ସହ ରକ୍ତଚାପର ଜଣେ ରୋଗୀ ଖାଦ୍ୟରେ ମୂଳା ଅନ୍ତର୍ଭୁକ୍ତ କରିବା ଜରୁରୀ। ମୂଳାରେ ପୋଟାସିୟମ୍ ମିଳିଥାଏ, ଯାହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ। ଉଚ୍ଚ ରକ୍ତଚାପର ରୋଗୀ ମୂଳା ଖାଇବା ଜରୁରୀ। ମୂଳାରେ ପର୍ୟ୍ୟାପ୍ତ ପରିମାଣର ଭିଟାମିନ୍ ସି ମିଳିଥାଏ। ଯାହାଫଳରେ କାଶ ଏବଂ ଥଣ୍ଡା ସମସ୍ୟା ଆପଣଙ୍କୁ ବ୍ୟଥିତ କରେ ନାହିଁ।
ମୂଳାରେ ଆଣ୍ଟୋସିୟାନିନ ଥାଏ, ଯାହା ହୃଦୟ ପାଇଁ ଭଲ ଅଟେ। ପ୍ରତିଦିନ ମୂଳା ଖାଇବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମିଯାଏ। ମୂଳା ରେ ଭଲ ପରିମାଣର ଫୋଲିକ୍ ଏସିଡ୍ ଏବଂ ଫ୍ଲାଭୋନାଏଡ୍ ଥାଏ। ଯେଉଁଥିପାଇଁ ରକ୍ତରେ ଅମ୍ଳଜାନ ଯୋଗାଣ ବୃଦ୍ଧି ପାଇଥାଏ।
କୋଲାଜେନ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରକ୍ତବାହୀକୁ ଶକ୍ତିଶାଳୀ କରିବାରେ ସାହାଯ୍ୟ କରିଥାଏ। ମୂଳା ଆଥେରୋସ୍କ୍ଲେରୋସିସ୍ ପରି ଗୁରୁତର ରୋଗର ଆଶଙ୍କା ହ୍ରାସ କରେ । ମୂଳା ଖାଇବା ଦ୍ୱାରା ପେଟ ସୁସ୍ଥ ରହିଥାଏ। ଏହାର ବ୍ୟବହାର ଦ୍ୱାରା ହଜମ ପ୍ରକ୍ରିୟା ଶକ୍ତିଶାଳୀ ହୁଏ। ଅମ୍ଳତା, ମେଦବହୁଳତା, ଗ୍ୟାଷ୍ଟ୍ରିକ୍ ସମସ୍ୟା ଏବଂ ବାନ୍ତି ସମସ୍ୟା ମୂଳା ଖାଇ ଭଲ ହୋଇପାରିବ।