ଇରାନ ଆକ୍ରମଣର ଭୟ : ନେତାନ୍ୟାହୁଙ୍କ ପୁଅ ବିବାହ ସ୍ଥଗିତ

ଜେରୁଜେଲମ୍‌: ସ୍ଥଗିତ ହେଲା ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପୁଅ ଅୱନର ନେତାନ୍ୟାହୁଙ୍କ ବିବାହ ସ୍ଥଗିତ । ସୁରକ୍ଷା ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଛି । ଇରାନ ଇସ୍ରାଏଲ ଆକ୍ରମଣର ଉପଯୁକ୍ତ ଉତ୍ତର ଦେବାକୁ ଧମକ ଦେଇଥିବାରୁ ବାଧ୍ୟ ହୋଇ ଏହି ବିବାହ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି ବୋଲି ନିଜେ ଅୱନର ସୂଚନା ଦେଇଛନ୍ତି ।

ଅୱନର ଆହୁରି କହିଛନ୍ତି ଯେ, ଆସନ୍ତା ୨୬ ତାରିଖରେ ଏହି ବିବାହ ତେଲ ଅଭିବର ଉତ୍ତରରେ ଥିବା ଶାରୋନ୍ ଅଞ୍ଚଳର ରୋନିଟ୍ ଫାର୍ମରେ କରାଯିବାକୁ ସ୍ଥିର ହୋଇଥିଲା । ସେ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଏମିତ ୟର୍ଡେନି ସେମାନଙ୍କ ବିବାହକୁ ଗ୍ରୀଷ୍ମ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ ବର୍ଷ ହେଲା ଉଭୟ ପରସ୍ପରକୁ ଡେଟ୍ କରୁଛନ୍ତି। ଏହି ବିବାହ ପୂର୍ବରୁ ମଧ୍ୟ ଥରେ ସ୍ଥଗିତ ହୋଇଥିଲା । ଏହାପୂର୍ବରୁ ଉଭୟଙ୍କ ବିବାହ ସେପ୍ଟେ୍ଟମ୍ବରରେ କରାଯିବାକୁ ସ୍ଥିର ହୋଇଥିଲା । କୌଣସି କାରଣରୁ ଏହାକୁ ସ୍ଥଗିତ ରଖାଯାଇ ୨୬ ନଭେମ୍ବର କରାଯିବାକୁ ଧାର୍ଯ୍ୟ ହୋଇଥିଲା । ବର୍ତ୍ତମାନ ଆଶା କରାଯାଉଛି ଯେ ଆସନ୍ତା ଜୁନ୍ ୨୦୨୫ ମଧ୍ୟଭାଗରେ ଏହି ବିବାହ ଆୟୋଜିତ ହେବ। ତେବେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କ ସହାୟକମାନଙ୍କ ପାଇଁ ଉଦବେଗ ପ୍ରକାଶ କରିଛନ୍ତି ଯେ ଏହି କାର୍ଯ୍ୟକ୍ରମ ଆୟୋଜନ କରିବା ଦ୍ୱାରା ଅଂଶଗ୍ରହଣକାରୀଙ୍କ ପାଇଁ ବିପଦ ଆଣିପାରେ।

ଗତ ମାସରେ, ହିଜବୁଲ୍ଲାର ଡ୍ରୋନ୍ କେଜରିୟା ଉପକୂଳବର୍ତ୍ତୀ ଅଞ୍ଚଳରେ ନେତାନ୍ୟାହୁଙ୍କ ବ୍ୟକ୍ତିଗତ ବାସଭବନକୁ ଟାର୍ଗେଟ କରିଥିଲା। ଯାହା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଇସ୍ରାଏଲର ସୁରକ୍ଷା ଏଜେନ୍ସିମାନେ ଏକ ସୁରକ୍ଷିତ ସ୍ଥାନ ଖୋଜିବା ପ୍ରୟାସକୁ ଜୋରଦାର କରିଛନ୍ତି। ଯାହା ଆକ୍ରମଣରୁ ସୁରକ୍ଷିତ ରହିପାରିବ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ଦିଆଯାଇନାହିଁ। ଗତ ସପ୍ତାହରେ ଇସ୍ରାଏଲର ଏକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଅନେକ ମୋର୍ଚ୍ଚାରେ ଯୁଦ୍ଧ ଏବଂ ଡ୍ରୋନ୍ ଆକ୍ରଣମ ମଧ୍ୟରେ ସୁରକ୍ଷା ଚିନ୍ତା ଯୋଗୁ ବେଞ୍ଜାମିନ୍ ନେତାନ୍ୟାହୁ ତାଙ୍କ ପୁଅର ବିବାହକୁ ସ୍ଥଗିତ ରଖିବାକୁ ଚାହୁଁଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *