ପରେଡ୍‌ରୁ ଦିଲ୍ଲୀ ପ୍ରଜ୍ଞାପନ ମେଢ଼ ବାଦ୍‌: କେନ୍ଦ୍ରକୁ ସମାଲୋଚନା କଲେ କେଜ୍‌ରିୱାଲ

ନୂଆଦିଲ୍ଲୀ: ଆସନ୍ତା ସାଧାରଣତନ୍ତ୍ର ଦିବସ ପରେଡ୍‌ରୁ ବାଦ ପଡ଼ିଛି ଦିଲ୍ଲୀର ପ୍ରଜ୍ଞାପନ ମେଢ଼ । ଏନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହାକୁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)ର ରାଷ୍ଟ୍ରୀୟ ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସମାଲୋଚନା କରିଛନ୍ତି।

ରାଜ୍ୟ ପ୍ରଜ୍ଞାପନ ମେଢ଼କୁ ନେଇ ଭାଜପା ନେତୃତ୍ୱାଧୀନ ସରକାର ରାଜନୀତି କରୁଥିବା ସେ ଅଭିଯୋଗ କରିଛନ୍ତି। ଦିଲ୍ଲୀ କ୍ରମାଗତ ଭାବେ କ’ଣ ପାଇଁ ଜାତୀୟ ଉତ୍ସବରେ ମେଢ଼ ପ୍ରଦର୍ଶନ ସୁଯୋଗରୁ ବଞ୍ଚିତ ହେଉଛି ବୋଲି କେଜ୍‌ରିୱାଲ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ଭାରତର ରାଜଧାନୀ ହୋଇଥିବା ସତ୍ତ୍ୱେ ଗତ କେତେବର୍ଷ ହେଲା ଜାନୁଆରୀ ୨୬ ପରେଡ୍‌ରେ ଏହାର ପ୍ରଜ୍ଞାପନ ମେଢ଼କୁ ଅଂଶଗ୍ରହଣର ସୁଯୋଗ ଦିଆଯାଉ ନାହିଁ। ଏହା କି ପ୍ରକାର ରାଜନୀତି । ସେମାନେ ଦିଲ୍ଲୀବାସୀଙ୍କୁ ଏତେ ଘୃଣା କ’ଣ ପାଇଁ କରୁଛନ୍ତି ? ଏପରି ହେଲେ ଦିଲ୍ଲୀବାସୀ ସେମାନଙ୍କୁ କାହିଁକି ଭୋଟ ଦେବେ ବୋଲି କେଜ୍‌ରିୱାଲ ପ୍ରଶ୍ନ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *