ବିବାହ ବନ୍ଧନରେ ବାନ୍ଧି ହେଲେ ବ୍ୟାଡମିଣ୍ଟନ ଷ୍ଟାର ପି.ଭି ସିନ୍ଧୁ

ଜୟପୁର: ହାତକୁ ଦୁଇହାତ ହେଲେ ଭାରତୀୟ ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ । ହାଇଦ୍ରାବାଦରେ ରହୁଥିବା ପାସିଡେକ୍ସ ଟେକ୍ନୋଲୋଜିରେ କାର୍ଯ୍ୟକାରୀ ନିର୍ଦ୍ଦେଶକ ଥିବା ଭେଙ୍କଟ ଦତ୍ତଙ୍କୁ ସେ ବିବାହ କରିଛନ୍ତି । ରାଜସ୍ଥାନ ଉଦୟପୁରରେ ପାରମ୍ପରିକ ରୀତିନୀତିରେ ଏହି ବିବାହ ଆୟୋଜିତ ହୋଇଛି । ସୀମିତ ପରିବାର ବର୍ଗ ଓ ସାଙ୍ଗସାଥିଙ୍କ ଗହଣରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି । ଏହି ବିବାହ ଉତ୍ସବରେ କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ସାମିଲ ହୋଇଥିଲେ । ଏନେଇ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।

ବ୍ୟାଡମିଣ୍ଟନ ଷ୍ଟାର ପି. ଭି ସିନ୍ଧୁ ତାଙ୍କ ବିବାହ ଉତ୍ସବରେ ଗୋଲ୍େ‌ଡନ୍ କ୍ରିମ୍ ରଂଗର ସ୍ପେଶାଲ ଶାଢ଼ିରେ ନଜର ଆସିଥିଲେ । ଭେଙ୍କଟ ମଧ୍ୟ ସେହି ମ୍ୟାଚିଂର ପୋଷାକ ପରିଧାନ କରିଥିଲେ । ଉଭୟଙ୍କ ରିସେପସନ୍ ମଙ୍ଗଳବାର ଅନୁଷ୍ଠିତ ହେବ । ପି. ଭି ସିନ୍ଧୁ ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧୀୟ କୌଣସି ଫଟୋ ସେୟାର କରି ନ ଥିବା ବେଳେ କେନ୍ଦ୍ରୀୟ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ‘ଏକ୍ସ’ରେ ନବଦମ୍ପତ୍ତିଙ୍କ ପ୍ରଥମ ଫଟୋ ସେୟାର କରି ଶୁଭେଚ୍ଛା ଜଣାଇଛନ୍ତି ।

ପିଭି ସିନ୍ଧୁଙ୍କ ବାପା ପିଭି ରମନା କହିଛନ୍ତି ଯେ, ଦୁହେଁ ପରିବାର ଜଣେ ଅନ୍ୟ ଜଣଙ୍କୁ ଜାଣିଥିଲେ, ହେଲେ ଗୋଟିଏ ମାସ ପୂର୍ବରୁ ବିବାହ ଲାଗି ନିଷ୍ପତ୍ତି ନିଆଯାଇଛି । ଏହି ସମୟ ବିବାହ ପାଇଁ ଉତ୍ତମ ଥିଲା । କାରଣ ଆସନ୍ତା ମାସରୁ ସିନ୍ଧୁ ମ୍ୟାଚରେ ବ୍ୟସ୍ତ ରହିବେ । ପିଭି ସିନ୍ଧୁ କିଛି ସମୟ ପାଇଁ ଖରାପ ଫର୍ମ ସହିତ ସଂଘର୍ଷ କରୁଥିଲେ ଏବଂ ଅଲିମ୍ପିକ୍ସରେ ମଧ୍ୟ ସେ କିଛି ବିଶେଷ ପ୍ରଦର୍ଶନ କରିପାରି ନ ଥିଲେ। କିନ୍ତୁ ବର୍ତ୍ତମାନ ସୟଦ ମୋଦୀ ଆନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟ ଜିତି ସେ ପୁନର୍ବାର ନିଜର ଲକ୍ଷ୍ୟ ଫେରିଛନ୍ତି । ଆଗାମୀ ସମୟରେ ତାଙ୍କୁ ଅନେକ ବଡ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ପଡିବ, ଯେଉଁଥିରେ ଭାରତୀୟମାନେ ତାଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରିଛନ୍ତି। ଲେଟ ସିନ୍ଧୁ ୫ ଥର ବିଶ୍ୱ ଚାମ୍ପିୟନଶିପ ପଦକ ଜିତିଛନ୍ତି। ୨୦୧୯ ବିଶ୍ୱ ଚାମ୍ପିୟନଶିପରେ ସେ ଏକ ସ୍ୱର୍ଣ୍ଣ ପଦକ ମଧ୍ୟ ଜିତିବାର ଗୌରବ ଅର୍ଜନ କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *