ରଙ୍ଗ ବଦଳାନ୍ତି ଖ୍ରୀଷ୍ଟମାସ ବାର୍ଡ

ନୂଆଦିଲ୍ଲୀ: ରାତି ପାହିଲେ ଖ୍ରୀଷ୍ଟମାସ। ଏହାକୁ ପାଳନ କରିବା ପାଇଁ ବେଶ ସାଜ ସଜା ଚାଲିଛି। ଡିସେମ୍ବର ୨୫ ତାରିଖରେ ସାରା ବିଶ୍ୱ ଖ୍ରୀଷ୍ଟମାସ ଡେ’ ପାଳନ କରେ। ଚର୍ଚ୍ଚରେ ମଧ୍ୟ ଖ୍ରୀଷ୍ଟମାସ ପାଇଁ ପ୍ରସ୍ତୁତି ସରିଛି। ସାଧାରଣତଃ ଆମେରିକା ସମେତ ୟୁରୋପୀୟ ଦେଶମାନଙ୍କରେ ଏହି ପର୍ବ ବେଶ ଧୁମଧାମରେ ପାଳନ କରାଯାଏ । ଏସବୁ ଭିତରେ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ କି ଏହି ମାସରେ ଖ୍ରୀଷ୍ଟମାସ ବାର୍ଡ ମଧ୍ୟ ଦେଖାଯାଆନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ପକ୍ଷୀ ବିଷୟରେ କହିବୁ ଯାହା କେବଳ ଖ୍ରୀଷ୍ଟମାସ ମାସରେ ଲୋକଙ୍କୁ ସହଜରେ ଦୃଶ୍ୟମାନ ହୁଏ ।

ତେବେ ଖ୍ରୀଷ୍ଟମାସ ସମୟରେ ଏକ ସିନ୍ଦୁରୀ ଲାଲ ରଙ୍ଗର ଏକ ସୁନ୍ଦର ପକ୍ଷୀ ଦେଖିବାକୁ ମିଳେ । ବାସ୍ତବରେ, କାର୍ଡିନାଲ୍ କିମ୍ବା ନର୍ଥର୍ନ କାର୍ଡିନାଲ୍ ଭାବରେ ଜଣାଶୁଣା ଏହି ଆକର୍ଷଣୀୟ ପକ୍ଷୀ ବିଶେଷ ଭାବରେ ଉତ୍ତର ଆମେରିକାରେ ଦେଖାଯାଏ କ୍ଷ କିନ୍ତୁ ଖ୍ରୀଷ୍ଟମାସ ସମୟରେ ଏହି ପକ୍ଷୀ ଅଧିକ ମାତ୍ରାରେ ଦେଖା ଯାଆନ୍ତି । କେବଳ ଏତିକି ନୁହେଁ, ଖ୍ରୀଷ୍ଟମାସ ମାସରେ ଏମାନେ ଗୀତ ମଧ୍ୟ ଗାଉଥିବାର କୁହାଯାଏ ।

ସେଥିପାଇଁ ସେମାନେ ଖ୍ରୀଷ୍ଟମାସ ପକ୍ଷୀ ଭାବରେ ମଧ୍ୟ ଜଣାଶୁଣା । କାର୍ଡିନାଲ୍ କିମ୍ବା ନର୍ଥର୍ନ କାର୍ଡିନାଲ୍ ର ପୁରୁଷ ଏବଂ ମହିଳା ପକ୍ଷୀମାନଙ୍କ ମଧ୍ୟରେ ସାମାନ୍ୟ ପାର୍ଥକ୍ୟ ଦେଖାଯାଏ । ନର୍ଥର୍ନ କାର୍ଡିନାଲ୍ ର ପୁରୁଷ ଏବଂ ମହିଳା ପକ୍ଷୀଙ୍କ ମଧ୍ୟରେ ମୁଖ୍ୟ ପାର୍ଥକ୍ୟ ହେଉଛି ସେମାନଙ୍କର ରଙ୍ଗ । ପୁରୁଷ ପକ୍ଷୀର ରଙ୍ଗ ସିନ୍ଦୁରୀ ଲାଲ ହୋଇଥିବାବେଳେ ମହିଳା ପକ୍ଷୀର ରଙ୍ଗ ସାମାନ୍ୟ ବାଦାମୀ କିମ୍ବା ଧୂସର ହୋଇଥାଏ । ଏହା ବ୍ୟତୀତ ହଳଦିଆ ଏବଂ ଧଳା ରଙ୍ଗର ମଧ୍ୟ ଏହି ପକ୍ଷୀ ଦେଖାଯାଆନ୍ତି ।

ସବୁ ପକ୍ଷୀ ମାନଙ୍କ ପରି ଏମାନଙ୍କର ମଧ୍ୟ ଲାଞ୍ଜ, ଥଣ୍ଟ, ଏବଂ ପର ଥାଏ । ସେସବୁ ମଧ୍ୟ ଲାଲ ରଙ୍ଗର ହୋଇଥାଏ । କୁହାଯାଏ ଏହି ପକ୍ଷୀମାନଙ୍କୁ ତାଙ୍କର ଏହି ରଙ୍ଗ ତାଙ୍କ ଖାଦ୍ୟରୁ ମିଳେ । ସେମାନଙ୍କ ଖାଦ୍ୟରେ ଥିବା କାରୋଟିନଏଡ୍ ସେମାନଙ୍କୁ ନାଲି, କମଳା, ହଳଦିଆ ଏବଂ ଗୋଲାପୀ ରଙ୍ଗ ଦେଇଥାଏ । ଏହି ସମସ୍ତ ରଙ୍ଗଗୁଡିକ ସେମାନଙ୍କର ପରରେ ବିଭିନ୍ନ ରଙ୍ଗର ଦେଖାଯାଏ ।

ମହିଳା କାର୍ଡିନାଲ୍ ପକ୍ଷୀ ଗୁଡିକ ହଳଦିଆ କିମ୍ବା ଧୂସର ରଙ୍ଗର ଅଧିକ ଦେଖାଯାଏ, ଲାଲ ରଙ୍ଗର ମାଇ ପକ୍ଷୀ ବହୁତ କମ୍ ଦେଖାଯାଆନ୍ତି । ନର୍ଥର୍ନ କାର୍ଡିନାଲ୍ ପକ୍ଷୀ ମାନଙ୍କର ବିଶେଷତା ହେଉଛି ସେମାଙ୍କର ସ୍ୱର । ଏମାନେ ବିଭିନ୍ନ ପ୍ରକାରରେ ସ୍ୱର କରି ଗୀତ ଗାଇଥାନ୍ତି । କହିବାକୁ ଗଲେ ଏମାନେ ପ୍ରାୟ ୨୪ ପ୍ରକାରର ଗୀତ ଗାଇଥାନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *