ନୂଆଦିଲ୍ଲୀ: ଆଜି ହେଉଛି ବଡ଼ ଦିନ। ଏହି ଅବସରରେ ପ୍ରତି ଚର୍ଚ୍ଚରେ ଯୀଶୁଙ୍କୁ ବାଇବେଲ ପଢ଼ିବାକୁ ଗହଳି। ଡିସେମ୍ବର ହେଉଛି ବର୍ଷର ଶେଷ ମାସ। ବର୍ଷର ଶେଷ ମାସରେ, ବର୍ଷର ଶେଷ ବଡ ପର୍ବ ଆସେ, ଯାହାକୁ ଲୋକମାନେ ବର୍ଷସାରା ଅପେକ୍ଷା କରନ୍ତି। ଡିସେମ୍ବର ମାସ ନିକଟତର ହେବା ସହ ଲୋକଙ୍କ ଅପେକ୍ଷା ଶେଷ ହେବାକୁ ଲାଗେ। ପ୍ରତିବର୍ଷ ୨୫ ଡିସେମ୍ବରରେ ଖ୍ରୀଷ୍ଟମାସ ଦିବସ ପାଳନ କରାଯାଏ।
ଅଧିକାଂଶ ଛୋଟ ପିଲାମାନେ ଖ୍ରୀଷ୍ଟମାସ ଦିବସକୁ ଅପେକ୍ଷା କରି ରହିଥାନ୍ତି। ପ୍ରଭୁ ଯୀଶୁଙ୍କ ଜନ୍ମଦିନ ଅବସରରେ ଏହି ବିଶେଷ ପର୍ବ ପାଳନ ହୁଏ, ଯେଉଁଥିରେ ସାଣ୍ଟା କ୍ଲଜ୍ ପିଲାମାନଙ୍କ ପାଇଁ ଉପହାର ଆଣିଥାନ୍ତି। ଏହି ଅବସରରେ ଲୋକମାନେ ପରସ୍ପରକୁ ‘ମେରୀ ଖ୍ରୀଷ୍ଟମାସ’ କହି ଅଭିବାଦନ ଜଣାନ୍ତି। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହାକୁ ଖୁସି ଖ୍ରୀଷ୍ଟମାସ କାହିଁକି କୁହାଯାଏ ନାହିଁ? ଆପଣ ଏହା ମଧ୍ୟ କହୁଥିବେ, କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହା କାହିଁକି କରାଯାଏ? ଖ୍ରୀଷ୍ଟମାସ ସହିତ ଜଡିତ କିଛି କଥା ଆସନ୍ତୁ ଜାଣିବା।
ମେରୀ ଶବ୍ଦ ବିଷୟରେ କିଛି ଲୋକ କହିଛନ୍ତି କିି ଯୀଶୁଙ୍କ ମା’ଙ୍କ ନାମ ମେରିୟମ ଥିଲା। ତାଙ୍କୁ ମେରୀଙ୍କ ନାମରେ ମଧ୍ୟ ସମସ୍ତେ ଜାଣିଥିଲେ। ଯୀଶୁଙ୍କ ଜନ୍ମଦିନ ପାଳନ ବେଳେ ଯେତେବେଳେ ହାପି ପରିବର୍ତ୍ତେ ମେରୀ ଶବ୍ଦ କୁହାଯାଏ କିଛି ଭାବନା ଏହି ଶବ୍ଦ ସହିତ ଯୋଡ଼ି ହୋଇଯାଏ। ଯାହାପାଇଁ ଲୋକମାନେ ହାପି ଖ୍ରୀଷ୍ଟମାସ ପରିବର୍ତ୍ତେ ମେରୀ ଖ୍ରୀଷ୍ଟ୍ରମାସ କୁହନ୍ତି।
ଯଦି ଆପଣ କାହାକୁ ହାପି ଖ୍ରୀଷ୍ଟମାସ କହୁଛନ୍ତି ତେବେ କୌଣସି ଭୁଲ କରୁନାହାଁନ୍ତି। ପୂର୍ବରୁ ଲୋକମାନେ ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ହାପି ଖ୍ରୀଷ୍ଟମାସ ମଧ୍ୟ କହୁଥିଲେ। କିନ୍ତୁ ଇଂରାଜୀ ସାହିତ୍ୟକାର ଚାର୍ଲ୍ସ ଡିକେନ୍ସ ୧୮୪୩ ମସିହାରେ ନିଜ ପୁସ୍ତକ ‘‘A Christmas Carol’ ରେ ମେରୀ ଶବ୍ଦକୁ ବାରମ୍ବାର ବ୍ୟବହାର କରିଥିଲେ। ଏହା ପରେ ଲୋକମାନେ ହାପି ପରିବର୍ତ୍ତେ ମେରୀ ଶବ୍ଦକୁ ବ୍ୟବହାର କରିଥିଲେ। ତେଣୁ, ମେରୀ ଶବ୍ଦକୁ ଲୋକପ୍ରିୟ କରିବାର ଶ୍ରେୟ ଇଂରାଜୀ ସାହିତ୍ୟିକ ଚାର୍ଲ୍ସ ଡିକେନ୍ସଙ୍କୁ ଦିଆଯାଇଛି । କିନ୍ତୁ ଆଜି ମଧ୍ୟ ଇଂଲଣ୍ଡରେ ଅନେକ ହାପି ଖ୍ରୀଷ୍ଟମାସ କହି ଶୁଭେଚ୍ଛା ଜଣାଇଥାନ୍ତି।
କୁହାଯାଏ ମେରୀ ଶବ୍ଦ ବହୁତ ପୁରୁଣା। ଷୋଡଶ ଶତାବ୍ଦୀର ଡିସନାରୀରେ ଏହାର ବ୍ୟବହାର କରାଯାଇଥିଲା।ଏହି ଶବ୍ଦର ଅର୍ଥ ହେଉଛି ଆନନ୍ଦିତ। ଯଦି ଦେଖାଯାଏ ଏହି ଶବ୍ଦ ହାପିର ସମକ୍ଷକ। କିନ୍ତୁ ଯୀଶୁଙ୍କ ମାତାଙ୍କ ନାମ ସହିତ ସଂଯୋଗ କରି, ଲୋକମାନେ ମେରୀ ଶବ୍ଦରେ ଭାବନା ଏବଂ ଆନନ୍ଦ ଏବଂ ପ୍ରେମ ଖୋଜନ୍ତି । ତେଣୁ, ଯୀଶୁଙ୍କ ଜନ୍ମଦିନରେ, ଆମେ ତାଙ୍କ ମାତାଙ୍କୁ ସ୍ମରଣ କରି ଯୀଶୁଙ୍କ ପ୍ରତି ଆମର ପ୍ରେମ ବ୍ୟକ୍ତ କରୁ ଏବଂ ଭଗବାନଙ୍କ ରୂପରେ ଯୀଶୁଙ୍କ ଜନ୍ମ ଦେଇଥିବାରୁ ତାଙ୍କ ମା’ଙ୍କୁ ଧନ୍ୟବାଦ ଜଣାଉଛୁ।