ବଦଳିଲା ବିମାନରେ ହ୍ୟାଣ୍ଡବ୍ୟାଗ ନେବା ନିୟମ, ସର୍ବାଧିକ ଓଜନ ୭କେଜି

ନୂଆଦିଲ୍ଲୀ : ବଦଳିଲା ବିମାନରେ ହ୍ୟାଣ୍ଡବ୍ୟାଗ୍ ନେବା ନିୟମ । ଏଣିକି ବିମାନରେ ୭ କେଜିରୁ ଅଧିକ ଓଜନର ହ୍ୟାଣ୍ଡବ୍ୟାଗ୍ ନେଇପାରିବେ ନାହିଁ ଯାତ୍ରୀ । ଯଦି ଧାର୍ଯ୍ୟ ସୀମାଠାରୁ ବ୍ୟାଗ ବଡ କିମ୍ବା ଅଧିକ ଓଜନ ହୁଏ ତେବେ ଅତିରିକ୍ତ ଶୁକ୍ଳ ଦେବାକୁ ପଡିବ । ସିଆଇଏସ୍‌ଏଫ୍ ଏବଂ ବିସିଏଏସ୍ ମିଳିତ ହୋଇ ଏହି ନିୟମ କରିଛନ୍ତି ।

ବ୍ୟୁରୋ ଅଫ୍ ସିଭିଲ ଆଭିଏସନ ସିକ୍ୟୁରିଟି (ବିସିଏଏସ) ହ୍ୟାଣ୍ଡ ବ୍ୟାଗ୍ ନିୟମରେ ପରିବର୍ତ୍ତନ କରିଛି । ନୂଆ ନିୟମ ଅନୁସାରେ ଜଣେ ଯାତ୍ରୀ କ୍ୟାବିନରେ କେବଳ ଗୋଟିଏ ବ୍ୟାଗ ସାଙ୍ଗରେ ନେଇପାରିବେ । ବ୍ୟାଗର ଓଜନ ୭ କିଲୋରୁ ଅଧିକ ହେବ ନାହିଁ । ଗୋଟିଏ ବ୍ୟାଗରୁ ଅଧିକ ଥିଲେ ତାହାକୁ ଅନୁମିତ ମିଳିବ ନାହିଁ । ଚେକ୍‌ଇନ କରି ବ୍ୟାଗଗୁଡିକୁ ନେବାକୁ ପଡିବ । ଯେଉଁମାନେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ସେମାନେ ଏହି ନିୟମ ମାନିବାକୁ ବାଧ୍ୟ ହେବେ । ଏ ନିୟମ ଇକୋନୋମି ଏବଂ ପ୍ରିମିୟମ ଇକୋନୋମି କ୍ଲାସ ଯାତ୍ରୀଙ୍କ ପାଇଁ ଲାଗୁ ହେବ । ଫାର୍ଷ୍ଟ ଏବଂ ବିଜେନେସ କ୍ଲାସ ଯାତ୍ରୀ ପ୍ରାୟ ୧୦ କିଲୋ ପର୍ଯ୍ୟନ୍ତ ହ୍ୟାଣ୍ଡବ୍ୟାଗ ନେଇ ଯାଇପାରିବେ ।

ସେହିପରି ବ୍ୟାଗର ଆକାର ବି ଧାର୍ଯ୍ୟ କରାଯାଇଛି । ଉଚ୍ଚତା ୫୫ସେମି(୨୧.୬ ଇଞ୍ଚ),ଲମ୍ବ ୪୦ସେମି (୧୫.୭ ଇଞ୍ଚ) ଏବଂ ଚଉଡା ୨୦ ସେମିରୁ ଅଧିକ ହେବ ନାହିଁ । ଯଦି ଧାର୍ଯ୍ୟ ସୀମାଠାରୁ ବ୍ୟାଗ ବଡ କିମ୍ବା ଅଧିକ ଓଜନ ହୁଏ ତେବେ ଅତିରିକ୍ତ ଶୁକ୍ଳ ଦେବାକୁ ପଡିବ ଯାତ୍ରୀଙ୍କୁ । ଏପରି ନିମୟ କରାଯିବାର କାରଣ ହେଉଛି, ବିମାନ ବନ୍ଦରରେ ସୁରକ୍ଷା ଯାଞ୍ଚ ବେଳେ ଦେଖାଯାଉଥିବା ଭିଡକୁ ନେଇ ଏପରି ନିଷ୍ପତ୍ତି ହୋଇଛି । ସିଆଇଏସଏଫ୍ ଏବଂ ବିସିଏଏସ୍ ମିଳିତ ଭାବେ ଏ ନିୟମ କରିଛନ୍ତି । ବିମାନ ବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ବିସିଏଏସ ସହ ମିଶି ଏ ନିଷ୍ପତ୍ତି ନେଇଛି । ଏ ନିୟମ ନ ମାନିରେ ଯାତ୍ରୀଙ୍କୁ ହଇରାଣ ହେବାର ଆଶଙ୍କା ରହିଛି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *