ରାଜକୁମାରୀଙ୍କୁ ଲଭ୍ ଲେଟର ଦେଇଥିଲେ ବାଜପେୟୀ

ନୂଆଦିଲ୍ଲୀ: ଅଟଳ… ନାଁ ଯେମିତି ଥିଲା ବ୍ୟକ୍ତିତ୍ୱ ବି ସେମିତି। ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଆଜି ୧୦୦ ତମ ଜନ୍ମବାର୍ଷିକୀ । ଅଟଳ ସିନା ନାହାନ୍ତି କିନ୍ତୁ ତାଙ୍କ ନେତୃତ୍ୱ, ତାଙ୍କ ଦକ୍ଷତା, ତାଙ୍କ ନିଷ୍ପତ୍ତି ଆଜି ବି ପ୍ରତିଟି ଭାରତୀୟଙ୍କ ମନରେ ସେମିତି ସତେଜ।

୨୫ ଡିସେମ୍ବର ୧୯୨୪ ମସିହାରେ ମଧ୍ୟପ୍ରଦେଶର ବ୍ଲୋରିଅର ସହରରେ ଜନ୍ମ ଗ୍ରହଣ କରିଥିଲେ ଅଟଳ ବିହାରୀ ବାଜପେୟୀ। ତେବେ ଆଜି ତାଙ୍କର ଜନ୍ମତିଥିରେ ଆସନ୍ତୁ ଜାଣିବା ତାଙ୍କ ଲଭ୍‌ଷ୍ଟୋରୀ ବିଷୟରେ। ବାଜପେୟୀ ଜଣେ ରାଜକୁମାରୀଙ୍କ ପ୍ରେମରେ ପଡ଼ିଥିଲେ । ସେ ତାଙ୍କୁ ଏକ ଲଭ ଲେଟର ମଧ୍ୟ ଦେଇଥିଲେ । ହେଲେ ସେହି ଲଭ୍ ଲେଟରର ଉତ୍ତର ବାଜପେୟୀଙ୍କ ନିକଟରେ ପହଞ୍ଚି ନ ଥିଲା । ଯେଉଁଥିପାଇଁ ତାଙ୍କ ପ୍ରେମ ଅଧୁରା ରହି ଯାଇଥିଲା ।

ରାଜକୁମାରୀ କୌଲଙ୍କ ପ୍ରେମରେ ପଡ଼ିଥିଲେ ବାଜପେୟୀ । ୧୯୪୦ ଦଶକରେ ବାଜପେୟୀ ଏବଂ ରାଜକୁମାରୀ କୌଲ ଗୱାଲିଅରର ଭିକ୍ଟୋରିଆ କଲେଜରେ ଏକାଠି ପାଠ ପଢୁଥିଲେ। ଧୀରେ ଧୀରେ ବାଜପେୟୀ ରାଜକୁମାରୀଙ୍କ ପ୍ରେମରେ ପଡିଥିଲେ। ବାଜପେୟୀ ରାଜକୁମାରୀ କୌଲଙ୍କ ପାଇଁ ଏକ ପ୍ରେମ ପତ୍ର ଲେଖିଥିଲେ। ସେ ଏକ ବହିରେ ଉକ୍ତ ଚିଠିକୁ ରଖି ରାଜକୁମାରୀ ନିକଟଙ୍କୁ ପଠାଇଥିଲେ। କିନ୍ତୁ ତାଙ୍କୁ ଏହି ଚିଠିର ଉତ୍ତର ମିଳି ନ ଥିଲା। ରାଜକୁମାରୀ କୌଲ, ବାଜପେୟୀଙ୍କ ଚିଠିର ଉତ୍ତର ରଖିଥିଲେ, କିନ୍ତୁ ସେହି ପୁସ୍ତକ କେବେ ଅଟଳଙ୍କ ନିକଟରେ ପହଞ୍ଚି ନ ଥିଲା। ପରେ ରାଜକୁମାରୀ କୌଲ ବ୍ରିଜ ନାରାୟଣ କୌଲଙ୍କୁ ବିବାହ କରିଥିଲେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *