ମୁମ୍ବାଇ: ଏକାଠି ନଜର ଆସିବେ ସାଉଥ ଫିଲ୍ମ ସୁପରଷ୍ଟାର ସୁରିୟା ଏବଂ ଅଭିନେତ୍ରୀ ପୂଜା ହେଗଡେ। ଅପକମିଂ ଫିଲ୍ମ ରେଟ୍ରୋରେ ଏହି ଷ୍ଟାରକାଷ୍ଟଙ୍କୁ ଏକାଠି ଦେଖିବାକୁ ପାଇବେ ଦର୍ଶକ। ଅପକିମିଂ ଫିଲ୍ମ ରେଟ୍ରୋର ଟିଜର ରିଲିଜ ହୋଇସାରିଛି। ପୂଜା ହେଗଡେ ତାଙ୍କ ସୋସିଆଲ ସାଇଡରେ ଏହି ପୋଷ୍ଟକୁ ସେୟାର କରିଛନ୍ତି। ଫିଲ୍ମକୁ ନେଇ ସେ ବେଶ ଆଶାବାଦୀ ବୋଲି ଲେଖିଛନ୍ତି।
ଟିଜରରେ ପୂଜା ହେଗଡେ-ସୁରିୟା ଏକ ପୁଷ୍କରଣୀ ପାଖରେ ବସିଥିବା ଦେଖିବାକୁ ମିଳିଛି। ଫିଲ୍ମରେ ପୂଜା ଗାଁ ଝିଅ ଭୂମିକାରେ ନଜର ଆସିବେ। ଟିଜରରେ ଦେଖିବାକୁ ମିଳିଛି ପୂଜା ତାଙ୍କ ପ୍ରେମିକା ଅର୍ଥାତ ସୁରିୟାଙ୍କ ହାତରେ ରକ୍ଷା କବଚ ବାନ୍ଧୁଛନ୍ତି।ଯେଉଁଥିରେ ସୁରିୟା କହୁଛନ୍ତି ସେ ତାଙ୍କ ରାଗ ଉପରେ ଆୟତ ରଖିବେ। ସେ ଏହି ସମୟରୁ ସବୁ କିଛିକୁ ପଛରେ ଛାଡ଼ିଦେବେ। ସେ ଖୁସିରେ ରହିବାକୁ ଚେଷ୍ଟା କରିବେ। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ ପୂଜା- ସୁରିୟା। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି କାର୍ତ୍ତିକ ସୁବାରାଜ।