ମନମୋହନଙ୍କ ଓଡ଼ିଶା ସହ ରହିଛି ପାରିବାରିକ ସମ୍ପର୍କ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଓଡ଼ିଶା ସହ ରହିଛି ପାରିବାରିକ ସମ୍ପର୍କ । ତାଙ୍କ ଝିଅ ଦାମନ ସିଂ ହୋଇଛନ୍ତି ଓଡ଼ିଶାର ବୋହୂ । ସେ ଆଇପିଏସ୍ ଅଫିସର ଅଶୋକ ପଟ୍ଟନାୟକଙ୍କୁ ବିବାହ କରିଛନ୍ତି। ଅଶୋକଙ୍କ ଘର କଟକରେ ହୋଇଥିବାବେଳେ ତାଙ୍କ ପରିବାର ଭୁବନେଶ୍ୱରର ଖାରବେଳନଗରରେ ରହୁଛନ୍ତି। ମନମୋହନଙ୍କ ପରିବାର ସଦସ୍ୟ ଅଧିକାଂଶ ସମୟରେ ଝିଅ ଘରକୁ ଆସିଥାନ୍ତି। ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଥିବା ସୁଦକ୍ଷ ଅର୍ଥଶାସ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କର ପରଲୋକ ହୋଇଯାଇଛି । ଏନେଇ ବିଭିନ୍ନ ମହଲ ଶୋକାକୁଳ ହୋଇପଡ଼ିଛି। ଦେଶ ଏହାର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି। ଏହି ପରିପ୍ରେକ୍ଷିରେ ଦେଶର ମାନ୍ୟଗଣ୍ୟ ବ୍ୟକ୍ତିତ୍ୱମାନେ ଡକ୍ଟର ସିଂହଙ୍କ ପ୍ରତି ସେମାନଙ୍କର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେବଳ ଏତିକି ନୁହେଁ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଦେହାନ୍ତ ପାଇଁ କେନ୍ଦ୍ର ସରକାର ସମସ୍ତ ସରକାରୀ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି। ତତ୍ ସହିତ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *