ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ପୁଟିନ୍‌

ୱାଶିଂଟନ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି । ତେବେ ଏହି ବିଜୟ ପରେ ଟ୍ରମ୍ପଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି । ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ବୋଲି ରୋକ୍‌ଠୋକ୍ କହିଛନ୍ତି । ପ୍ରଥମେ ସେ ଟ୍ରମ୍ପଙ୍କ ନୀତି ଏବଂ ତାଙ୍କ କାମକୁ ଦେଖିବେ ବୋଲି ଜଣାଇଛନ୍ତି ।

ରିପବ୍ଲିକାନ ପ୍ରାର୍ଥୀ ଟ୍ରମ୍ପଙ୍କୁ ୨୭୭ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ବେଳେ ଡେମୋକ୍ରେଟିକ୍ ପ୍ରାର୍ଥୀ କମଲା ହାରିସ ବହୁମତରୁ ପଛରେ ରହିଯାଇଛନ୍ତି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଟ୍ରମ୍ପଙ୍କ ବିଜୟକୁ ନେଇ ଖୁସିବ୍ୟକ୍ତ କରିଛନ୍ତି । ଏହି ବିଜୟ ପ୍ରଭାବଶାଳୀ ହୋଇଥିବା ବେଳେ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ୟୁକ୍ରେନରେ ନ୍ୟାୟପୂର୍ଣ୍ଣ ଶାନ୍ତି ସ୍ଥାପନର ରାସ୍ତା ପାଖେଇ ଆସିବ ବୋଲି ସେ କହିଛନ୍ତି । ହେଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତାଙ୍କୁ ଶୁଭେଚ୍ଛା ଜଣାଇବେ ନାହିଁ ବୋଲି କହିଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ଏବେ ୨୭୯ ଇଲେକ୍ଟୋରାଲ ଭୋଟ୍ ସହ ବହୁମତ ହାସଲ କରିଛି । ଅପରପକ୍ଷେ କମଲା ହାରିସ ମାତ୍ର ୨୨୩ ଭୋଟ୍ ପାଇଛନ୍ତି ।

ସୂଚନାଯୋଗ୍ୟ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏକ୍ସରେ ପୋଷ୍ଟ କରି କହିଛନ୍ତି, ଐତିହାସିକ ବିଜୟ ପାଇଁ ମୋର ବନ୍ଧୁ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା । ମୁଁ ଭାରତ-ଆମେରିକାର ବିସ୍ତୃତ ଗ୍ଲୋବାଲ ଏବଂ ଷ୍ଟ୍ରାଟେଜିକ ଭାଗିଦାରୀକୁ ଆହୁରି ମଜବୁତ କରିବାକୁ ଆମର ସହଯୋଗକୁ ନବୀକରଣ କରିବାକୁ ଅପେକ୍ଷା କରିଛି । ଆସନ୍ତୁ ମିଶି ଆମ ଲୋକଙ୍କ କଲ୍ୟାଣ ପାଇଁ ଏବଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧତା ପାଇଁ ଏକତ୍ର କାର୍ଯ୍ୟ କରିବା ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *