ଭାରତରେ ଅନେକ ମନ୍ଦିର ଭରି ରହିଛି। ଏଠାରେ ପ୍ରତି କୋଣ ଅନୁକୋଣରେ ମନ୍ଦିର ଦେଖିବାକୁ ମିଳିଥାଏ। ଏମିତିରେ ଅନେକ ମନ୍ଦିର ରହିଛି, ଯାହା ଲୋକଙ୍କୁ ଚମତ୍କାରୀ ଏବଂ ରହସ୍ୟମୟ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ ଜଣାଇବୁ, ଯାହାକୁ ଆପଣ ରହସ୍ୟ କହିଲେ ମଧ୍ୟ କିଛି ଅତ୍ୟୁକ୍ତି ହେବ ନାହିଁ। ଏହାର କାରଣ ମଧ୍ୟ କିଛି ଭିନ୍ନ। କୁହାଯାଏ, ଏଠାରେ ପଥରରେ ହାତ ବାଡେଇଲେ ଡମ୍ବୁରୁ ଶବ୍ଦ ଶୁଭିଥାଏ। ଏହା ଏକ ଶିବ ମନ୍ଦିର, ଯାହା ବିଷୟରେ କୁହାଯାଏ କି, ଏହା ଏସିଆର ସବୁଠାରୁ ଉଚ୍ଚ ଶିବ ମନ୍ଦିର।
ଏହି ମନ୍ଦିର ଦେବଭୂମି ହିମାଚଳ ପ୍ରଦେଶର ସୋଲନରେ ରହିଛି। ଯାହା ଜଟୋଲୀ ଶିବ ମନ୍ଦିର ନାମରେ ଜଣାଶୁଣା। ଦକ୍ଷିଣ-ଦ୍ରବିଡ ଶୈଳୀରେ ନିର୍ମିତ ଏହି ମନ୍ଦିର ଉଚ୍ଚତା ପାଖାପାଖି ୧୧୧ ଫୁଟ ରହିଛି। ମନ୍ଦିରର କାରୁକାର୍ଯ୍ୟ ମଧ୍ୟ ଅତି ଉଚ୍ଚ ଶ୍ରେଣୀର। ମାନ୍ୟତା ଅନୁଯାୟୀ, ପୌରାଣିକ କାଳରେ ଭଗବାନ ଶିବ ଏଠାକୁ ଆସିଥିଲେ ଏବଂ କିଛି ସମୟ ଅତିବାହିତ କରିଥିଲେ। ପରେ ୧୯୫୦ରେ ସ୍ୱାମୀ କୃଷ୍ଣାନନ୍ଦ ପରମହଂସ ନାମକ ଜଣେ ବାବା ଏଠାକୁ ଆସିଥିଲେ, ଯାହାଙ୍କ ମାର୍ଗଦର୍ଶନ ଏବଂ ନିର୍ଦ୍ଦେଶରେ ଜଟୋଲୀ ଶିବ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୧୯୭୪ ମସିହାରେ ଏହି ମନ୍ଦିରର ମୂଳଦୁଆ ପଡିଥିଲା। ୧୯୮୩ ମସିହାରେ ବାବା ସମାଧି ନେଇଥିଲେ, କିନ୍ତୁ ମନ୍ଦିର କାର୍ଯ୍ୟ ବନ୍ଦ ହୋଇନଥିଲା। ଏହାର ଦେଖାରେଖା କାର୍ଯ୍ୟ ମନ୍ଦିର ପ୍ରବନ୍ଧନ କମିଟି କରିଥିଲା।
ହି ମନ୍ଦିର ସଂପୂର୍ଣ୍ଣ ଭାବେ ଶେଷ ହେବା ପାଇଁ ୩୯ ବର୍ଷ ଲାଗିଥିଲା। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏହି ମନ୍ଦିର ନିର୍ମାଣ କରାଯାଇଥିଲା। କିନ୍ତୁ ସବୁଠାରୁ ଖାସ୍ କଥା ହେଲା, ଦେଶ ବିଦେଶର ଶ୍ରଦ୍ଧାଳୁଙ୍କ ଦାନ ଦେଇଥିବା ଟଙ୍କାର ଏହି ମନ୍ଦିରର ନିର୍ମାଣ କରାଯାଇଥିଲା। ଏହି କାରଣରୁ, ଏହାକୁ ନିର୍ମାଣ କରିବାକୁ ତିନି ଦଶନ୍ଧିରୁ ଅଧିକ ସମୟ ଲାଗିଥିଲା |
ଏହି ମନ୍ଦିରର ଚାରିପଟେ ବିଭିନ୍ନ ଦେବାଦେବୀଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି। କିନ୍ତୁ ମନ୍ଦିର ଭିତରେ କେବଳ ସ୍ପଟିକ ମଣି ଶିବଲିଙ୍ଗ ସ୍ଥାପିତ ହୋଇଛି। ଏହାଛଡା ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ମୂର୍ତ୍ତି ସ୍ଥାପିତ କରାଯାଇଛି। ମନ୍ଦିର ଚୂଡାରେ ୧୧ ଫୁଟ ଉଚ୍ଚର ଏକ ବିଶାଳ କଳସ ସ୍ଥାପିତ ହୋଇଛି, ଯାହା ବହୁତ ସ୍ୱତନ୍ତ୍ର ରହିଛି।
ଭାରତରେ ୧୨ ଟି ଜ୍ୟୋତିର୍ଲିଙ୍ଗ ଏବଂ ଅନେକ ଶିବାଳୟ ଅଛି। କିନ୍ତୁ . ଏସିଆର ଏହି ସର୍ବୋଚ୍ଚ ଶିବ ମନ୍ଦିର ହିମାଚଳର ସୋଲନ୍ ଜିଲ୍ଲା ଠାରୁ ୭ କିଲୋମିଟର ଦୂରରେ ଅବସ୍ଥିତ। ଶିବ ମନ୍ଦିର ଅଛି ଯେଉଁଠାରେ ଭୋଳେନାଥ ସ୍ୱୟଂ ବାସ କରନ୍ତି। ହିମାଚଳ ପ୍ରଦେଶରେ ଅବସ୍ଥିତ ‘ଜଟୋଲି ଶିବ ମନ୍ଦିର’ ଏହାର ଚମତ୍କାର ଏବଂ ଶକ୍ତି ପାଇଁ ପ୍ରସିଦ୍ଧ । ମନ୍ଦିରରେ ପ୍ରବେଶ କରିବା ପାଇଁ ଭକ୍ତମାନଙ୍କୁ ୧୦୦ ପାହାଚ ଚଢିବାକୁ ପଡିଥାଏ।