ନୂଆଦିଲ୍ଲୀ: ତାଜମହଲ ବିକୁବାକୁ ଚାହୁଁଥିଲେ ଇଂରେଜ। ତାଜମହଲ ଖାଲି ଭାରତର ନୁହେଁ ବରଂ ବିଶ୍ୱର ଏକ ପର୍ଯ୍ୟଟନସ୍ତଳୀ। ଏହାର ସୁନ୍ଦରତାକୁ ପୁରା ଦୁନିଆ ପ୍ରଶଂସା କରେ। ସାରା ଦୁନିଆରୁ ଆସୁଥିବା ପର୍ଯ୍ୟଟକ କେବଳ ଏହାକୁ ଦେଖିବାକୁ ଆସନ୍ତିନି ବରଂ ଏହା ସହ ଜଡ଼ିତ କଥା ବିଷୟରେ ମଧ୍ୟ ଜାଣିବାକୁ ଆଗ୍ରହ କରନ୍ତି।
ତାଜମହଲର ନିର୍ମାଣ ମୋଗଲ ବାଦଶାହା ଶାହାଜାନ କରିଥିଲେ। ସେ ତାଙ୍କ ପତ୍ନୀ ମମତାଜଙ୍କ ସ୍ମୃତିରେ ଏହାକୁ ତିଆରୀ କରିଥିଲେ। ତାଜମହଲକୁ ପ୍ରେମର ପ୍ରତୀକ ମଧ୍ୟ କୁହାଯାଏ। ଭାରତ ପର୍ଯ୍ୟଟନସ୍ତଳୀ ମଧ୍ୟରେ ତାଜମହଲ ମଧ୍ୟ ଅନ୍ୟତମ।
ଭାରତର ଏହି ସୁନ୍ଦରତାକୁ ଇଂରେଜ ମଧ୍ୟ ଏକ ସମୟରେ ବିକିବାକୁ ଚେଷ୍ଟା କରିଥିଲେ। ହେଲେ ପରେ ଏହାକୁ ବିକିବା ପାଇଁ ନେଇଥିବା ନିଷ୍ପତିକୁ ବଦଳାଇ ଦେଇଥିଲେ।
ମିଡିଆ ରିପୋର୍ଟସ ମୁତାବକ ଇଂରେଜ ୧୮୩୧ ମସିହାରେ ଇଂରେଜ ତାଜମହଲକୁ ବିକିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ବ୍ରିଟିସ ଗଭର୍ଣ୍ଣର ବିଲିୟମ ବେଂଟିଗ ତାଜମହଲର ଏକ ଅଂଶକୁ ଭାଙ୍ଗି ଦେଇଥିଲେ।
ରିପୋଟ୍ସ ମୁତାବକ ଭାଙ୍ଗିଥିବା ସେହି ଅଂଶକୁ ବିକିବାକୁ ମଧ୍ୟ ଚେଷ୍ଟା କରିଥିଲେ ଇଂରେଜ। ଭଙ୍ଗା ଯାଇଥିବା ଅଂଶର ନିଲାମ ମଧ୍ୟ ଲାଗିଥିଲା। ଜଣେ ଭାରତୀୟ ଏହାକୁ କିଣିବାକୁ ମଧ୍ୟ ଆଗ୍ରହ କରିଥିଲେ। ହେଲେ ଏହାକୁ ସେ ପରବର୍ତ୍ତୀ ସମୟରେ କିଣିପାରିନଥିଲେ।
ଖବର କାଗଜରେ ତାଜମହଲ ବିକ୍ରି କରିବାକୁ ଖବର ପରିବେଶଣ କରିଥିଲେ ବ୍ରିଟିସ ଗଭର୍ଣ୍ଣର ବିଲିୟମ ବେଂଟିଗ। ଅନେକ ଲୋକ ଏହି ନିଲାମୀରେ ସାମିଲ ହୋଇ କିଣିବାକୁ ନେଇ ମୁଲଚାଲ ମଧ୍ୟ କରିଥିଲେ। ଏହି ସମୟରେ ଆଗ୍ରାର ଜଣେ ବ୍ୟବସାୟୀ ଅଧିକ ଟଙ୍କା ମୁଲଚାଲ କରିଥିବା ସୂଚନା ରହିଛି। ତାଙ୍କ ନାଁ ହେଉଛି ଲକ୍ଷ୍ମୀ ଚାନ୍ଦ। ସେହି ସମୟରେ ଲକ୍ଷ୍ମୀ ଚାନ୍ଦ ୭ ଲକ୍ଷ ଟଙ୍କା ଦେଇ ଏହାକୁ କିଣିବାକୁ ପ୍ରସ୍ତୁତ ମଧ୍ୟ ହୋଇଥିଲେ।
ହେଲେ ଏହି ଟଙ୍କାରେ ସନ୍ତୁଷ୍ଟ ହୋଇନଥିଲେ ଗଭର୍ଣ୍ଣର ବିଲିୟମ ବେଂଟିଗ। ତାଜମହଲ ତୁଳନାରେ ଏହି ଟଙ୍କା କମ୍ ବୋଲି ସେ କହିଥିଲେ। ଯାହା ପାଇଁ ତାଜମହଲ ବିକ୍ରି ପ୍ରସ୍ତାବ କଥା ଟାଳି ଦେଇଥିଲେ ଇଂରେଜ। ପ୍ରେମର ପ୍ରତୀକ ତାଜମହଲ ବିକ୍ରି ହୋଇପାରିନଥିଲା।