୫୯ ବର୍ଷରେ ପାଦ ଦେଲେ ଭାଇଜାନ

ମୁମ୍ବାଇ: ୫୯ ବର୍ଷରେ ପାଦ ଦେଲେ ବଲିଉଡ଼ର ଭାଇଜାନ ସଲମାନ ଖାନ୍ । ସେ ତାଙ୍କ ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ସହ ଜନ୍ମଦିନ ପାଳିଛନ୍ତି । ତାହା ପୁଣି ତାଙ୍କ ଭଉଣୀଙ୍କ ଘରେ । ଭାଇଜାନ ତାଙ୍କ ଜନ୍ମଦିନକୁ ଧୂମ୍‌ଧାମ୍‌ରେ ପାଳନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ସୀମିତ ବନ୍ଧୁ ଓ ପରିବାର ଲୋକ ସାମିଲ ହୋଇଥିଲେ । ଏହି ଖବର ଜାଣିବା ପରେତାଙ୍କର ପ୍ରଶଂସକମାନେ ଶୁଭେଚ୍ଛା ଜଣାଇଛନ୍ତି ।

ଛୋଟପରଦାର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍ ବସର ହୋଷ୍ଟ ସଲମାନ ଖାନଙ୍କର ଆଜି ହେଉଛି ଜନ୍ମଦିନ । ଗତ ୩୦ ବର୍ଷ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ କରୁଥିବା ସଲମାନଙ୍କୁ ଏବେ ୫୯ ବର୍ଷ ଛୁଇଁଛି। ୨୯୦୦ କୋଟି ଟଙ୍କାର ମାଲିକ ସଲମାନଙ୍କ ଫ୍ୟାନ ଫଲୋୟର୍ସ ଅନ୍ୟ ବଲିଉଡ୍ ସେଲିବ୍ରିଟିଙ୍କ ତୁଳନାରେ ବେଶ୍ ଅଧିକ । ୧୯୮୦ ମସିହାରୁ ହିନ୍ଦୀ ଫିଲ୍ମ ଜଗତରେ ନିଜର ଜାଦୁ ଦେଖାଇ ଆସୁଛନ୍ତି । ତାଙ୍କର ଅନେକ ଫିଲ୍ମ ବକ୍ସଅଫିସରେ ରେକର୍ଡ କରିଛି । ଯେଉଁ କାରଣରୁ ସେ ଏବେ ବଲିଉଡ୍ ଇଣ୍ଡଷ୍ଟ୍ରିର ବଡ଼ ଷ୍ଟାର ମଧ୍ୟରେ ଜଣାଯାନ୍ତି ।

ଅଭିନୟ ବ୍ୟତୀତ ସଲମାନ ପ୍ରଡକ୍ସନ କମ୍ପାନୀ ମଧ୍ୟ ଚଳାଉଛନ୍ତି । ଯାହାର ନାଁ ରହିଛି ସଲମାନ ଖାନ୍ ଫିଲ୍ମସ୍ । ନିଜ ବ୍ୟାନରରେ ସେ ବଜରଙ୍ଗି ଭାଇଜାନ୍ ଏବଂ ରେସ୍ ୩ ଭଲି ହିଟ୍ ଫିଲ୍ମ ନିର୍ମାଣ କରିଛନ୍ତି । ଏଥର ଜନ୍ମଦିନ ପୂର୍ବ ରାତିରେ ସଲମାନ ଭଉଣୀ ଅର୍ପିତାଙ୍କ ଘରେ ପାଳିଛନ୍ତି । ଯେଉଁଥିରେ ସଲମାନଙ୍କ ଘର ଲୋକଙ୍କ ସହିତ ତାଙ୍କ ଘନିଷ୍ଠ ବନ୍ଧୁ ହିଁ ସାମିଲ ହୋଇଥିଲେ । ଭାଇ ଅର୍ବାଜ୍ ଖାନ୍ ପ୍ରଥମେ ଯାଇ ପହଞ୍ଚିଥିଲେ ଅର୍ପିତାଙ୍କ ଘରେ । ଏହାପରେ ତାଙ୍କ ସ୍ତ୍ରୀ ସୁରାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା । ସଲମାନଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଲୁଲିଆ ଭାନ୍ତୁର ମଧ୍ୟ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ ।

ଡିସେମ୍ବର ୨୭ ୧୯୬୫ ମସିହାରେ ମଧ୍ୟପ୍ରଦେଶର ଇନ୍ଦୋରରେ ସଲମାନ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ସଲିମ ଖାନ୍ ଓ ମା’ ସଲମା ଖାନ୍ । ଭାଇ ଶୋହେଲ ଖାନ୍‌, ଅର୍ବାଜ୍ ଖାନ୍ ଫିଲ୍ମରେ ଯେତେ ସଫଳ ନୁହଁନ୍ତି ସେମାନଙ୍କଠାରୁ ବହୁ ଗୁଣାରେ ସଫଳ ହେଉଛନ୍ତି ସଲମାନ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *