ରୁଟି ନ ମିଳିବାରୁ ବରକୁ ଫେରେଇନେଲେ ବରଯାତ୍ରୀ, ଥାନାର ଦ୍ୱାରସ୍ଥ ହେଲେ କନ୍ୟାପକ୍ଷ

ଚନ୍ଦୋଲି: ରୁଟି ମିଳିବା ଟିକେ ବିଳମ୍ବ ହେବାରୁ ଫେରି ଗଲା ବର । ଅଧାରୁ ଅଟକି ଗଲା ବିବାହ । କନିଆ ଘର ଲୋକେ ଚିନ୍ତିତ ହେବା ସହ ଉପାୟ ନ ପାଇ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ କିଛି ସୁଫଳ ମିଳିଲା ନାହିଁ । ବର ଅନ୍ୟସ୍ଥାନରେ ବିବାହ କରିଦେଲେ । ଏପରି ଏକ ଏକ ଅଜବ ଘଟଣା ସାମ୍ନାକୁ ଆସିଛି ଚନ୍ଦୋଲି ଜିଲ୍ଲା ମୁଗଲସରାୟରୁ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି ।

୭ ମାସ ପୂର୍ବରୁ ଯୁବତୀଙ୍କ ବିବାହ ମହତାବ ନାମକ ଜଣେ ଯୁବକଙ୍କ ସହ ସ୍ଥିର କରାଯାଇଥିଲା । ଧାର୍ଯ୍ୟ ବିବାହ ତାରିଖ ଦିନ ବ୍ୟାଣ୍ଡ –ବାଜା ବଜେଇ ମହତାବ ବରଯାତ୍ରୀ ଧରି କନିଆ ଘରେ ପହଞ୍ଚିଥିଲେ । ପରମ୍ପରା ଅନୁଯାୟୀ କନିଆ ଘର ଲୋକେ ବରକୁ ସ୍ୱାଗତ କରିଥିଲେ । ସୁରୁଖୁରୁରେ ବିବାହ କାର୍ଯ୍ୟ ଆରମ୍ଭ ହେଲା ।

ଅନ୍ୟପଟେ ପରଯାତ୍ରୀଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥିଲା । ବରଯାତ୍ରୀମାନେ ଖୁସିର ସହ ଖାଦ୍ୟ ଖାଉଥିଲେ । ଏହି ସମୟରେ ବରଯାତ୍ରୀ ଜଣଙ୍କ ପାଖକୁ ରୁଟି ଡେରିରେ ପହଞ୍ଚିବାକୁ ନେଇ ଆରମ୍ଭ ହେଲା ଝଗଡ଼ା । ଏହି ସାମାନ୍ୟ କଥାକୁ ନେଇ ଆରମ୍ଭ ହୋଇଥିବା ଝଗଡ଼ା ଧୀରେ ଧୀରେ ଉଗ୍ରରୂପ ନେଲା । ଉତ୍ତ୍ୟକ୍ତ ହୋଇ ବରକୁ ଫେରେଇ ନେଲେ ବରଯାତ୍ରୀ । ଏହି ଘଟଣାରେ କନିଆଁ ଘର ଉପରେ ଦୁଃଖର ପାହାଡ଼ ଭାଙ୍ଗି ଗଲା । ଏ ନେଇ କନିଆଁ ଘର ଲୋକେ ଥାନାରେ ଅଭିଯୋଗ କଲେ । ଥାନା ଅଧିକାରୀ ମାମଲାକୁ ଗୁରୁତର ସହିତ ନ ନେବା କାରଣରୁ ପୀଡ଼ିତାଙ୍କ ପରିବାର ଲୋକ ଏସପିଙ୍କ ପାଖରେ ପହଞ୍ଚି ଗୁହାରି କଲେ । ଉଚ୍ଚାଧିକାରୀଙ୍କ ହସ୍ତକ୍ଷେପ କ୍ରମେ ବର ଘର ଲୋକେ କ୍ଷତିପୂରଣ ବାବଦକୁ କନିଆଁ ଘର ଲୋକଙ୍କୁ ଟଙ୍କା ଦେଇ ଘଟଣାର ସମାଧାନ କରିଥିଲେ । ପରେ କନିଆଁର ଆଉ ଜଣେ ସମ୍ପର୍କୀୟ ଭଉଣୀଙ୍କୁ ବର ବାହାହୋଇଗଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *