ପାଖରେ ଟଙ୍କା ନ ଥିବାରୁ ଟ୍ରେନ୍ ତଳେ ଓହଳି ୨୫୦ କିମି ଯାତ୍ରା କଲେ ଯୁବକ

ନୂଆଦିଲ୍ଲୀ: ଟ୍ରେନ୍ ତଳେ ଓହଳି ଓହଳି ୨୫୦ କିମି ଦୂର ଯାତ୍ରା କରିଛନ୍ତି ଯୁବକ । ଏହା ଜାଣିବା ପରେ ରେଲୱେ କର୍ମଚାରୀ ଓ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପାଖରେ ଟଙ୍କା ନ ଥିବାରୁ ଯୁବକ ଜଣକ ଏପରି ବିପଦପୂର୍ଣ୍ଣ ଭାବେ ଯାତ୍ରା କରିଥିବା କହିଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ ।

ଜବଲପୁର ଷ୍ଟେଶନରେ କେରିଜ ଆଣ୍ଡ ୱେଗନ ବିଭାଗର କର୍ମଚାରୀମାନେ ଟ୍ରେନରେ ରୋଲିଂ ଯାଞ୍ଚ କରିଥିଲେ । ଏହି ସମୟରେ ବଗିର ତଳେ ଜଣେ ଯୁବକ ଓହଳି ରହିଥିବା ଦେଖିବାକୁ ପାଇଥିଲେ । କର୍ମଚାରୀମାନେ ତାଙ୍କୁ ବାହାରକୁ କାଡ଼ିଥିଲେ । ହେଲେ ଯୁବକଙ୍କ କଥା ଶୁଣି କର୍ମଚାରୀ ଓ ସେଠାରେ ଉପସ୍ଥିତ ଥିବା ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟିକେଟ କିଣିବାକୁ ପାଖରେ ଟଙ୍କା ନ ଥିବାରୁ ସେ ଏପରି ଭାବେ ନିଜ ଜୀବନକୁ ବିପଦରେ ପକାଇ ୨୫୦ କିମି ଯାତ୍ରା କରିଛନ୍ତି ବୋଲି କହିଥିଲେ ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *