ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ଧର୍ମର ଲୋକ ବାସ କରନ୍ତି। ଏଠାରେ ପ୍ରତି ଧର୍ମର ଅନ୍ତିମ ସଂସ୍କାର ଭିନ୍ନ। ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପ୍ରକାର ଏବଂ ଭିନ୍ନ ଭିନ୍ନ ରୀତିନୀତିରେ ଅନ୍ତିକ ସଂସ୍କାର କରାଯାଏ। ଆଜି ଆସନ୍ତୁ ଜାଣିବା ଶିଖ୍ ଧର୍ମର ଅନ୍ତିମ ସଂସ୍କାରର ରୀତିନୀତି ହିନ୍ଦୁ ଧର୍ମର ଅନ୍ତିମ ସଂସ୍କାର ରୀତିନୀତିରେ କ’ଣ ରହିଛି ସମାନତା କ’ଣ ରହିଛି ପାର୍ଥକ୍ୟ।
ଶିଖ୍ ଧର୍ମର ଅନ୍ତିମ ସଂସ୍କାର କିଛି କିଛି ରୀତିନୀତି ହିନ୍ଦୁ ପରମ୍ପରା ପରି। ଯେଉଁ ଭଳି ହିନ୍ଦୁ ଧର୍ମରେ ପାର୍ଥୀବ ଶରୀରକୁ ପୋଡାଯାଏ , ଠିକ୍ ସେହି ପରି ଶିଖ୍ ଧର୍ମରେ ମଧ୍ୟ ପାର୍ଥିବ ଶରୀରକୁ ପୋଡ଼ାଯାଏ। ହେଲେ ହିନ୍ଦୁ ଧର୍ମରେ ମହିଳା ଶଶ୍ମାନକୁ ଯିବାକୁ ବାରଣ ଥାଏ। ହେଲେ ଶିଖ୍ ଧର୍ମରେ ମହିଳାଙ୍କୁ ଅନ୍ତିମ ସଂସ୍କାରରେ ସାମିଲ ହେବାରେ କୌଣସି ପ୍ରତିବନ୍ଧକ ଲଗାଯାଇନଥାଏ। ଶିଖ୍ ଧର୍ମରେ ଯେତେବେଳେ କାହାର ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ଶଶ୍ମାନ ଘାଟ ନେବା ପୂର୍ବରୁ ପାର୍ଥୀବ ଶରୀରକୁ ଗାଧୁଆ ଯାଏ।
ଏହା ପରେ ପାର୍ଥୀବ ଶରୀରକୁ ସଜାଯାଏ। ଏହା ପରେ ଯେଉଁ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ତାଙ୍କ ପରିବାର ଲୋକ ଏବଂ ପରିଜନ ବାହେଗୁରୁଙ୍କ ଜପ କରି ପ୍ରାର୍ଥୀବ ଶରୀରକୁ ଶଶ୍ମାନ ଘାଟକୁ ନିଅନ୍ତି। ପୁଅ କିମ୍ବା ତାଙ୍କ କୌଣସି ପରିଜନ ମୁଖାଘ୍ନି ଦେବାର ରୀତିନୀତି ଅଛି। କଡ଼ାହା
ମୃତ ଶରୀରକୁ ଜାଳିବା ପରେ ଶିଖ ଧର୍ମରେ ଆଗାମୀ ୧୦ ଦିନ ପାଇଁ ବିଭିନ୍ନ ପ୍ରକାରର ରୀତିନୀତି କରାଯାଏ । ଶବଦାହରୁ ଫେରିବା ପରେ ସମସ୍ତେ ପ୍ରଥମେ ସ୍ନାନ କରନ୍ତି ଏବଂ ସନ୍ଧ୍ୟାରେ ଅରଦାସରେ ଯୋଗ ଦିଅନ୍ତି । ତା’ପରେ ଶିଖ ଧର୍ମର ମୁଖ୍ୟ ଶାସ୍ତ୍ର ଗୁରୁ ଗ୍ରନ୍ଥ ସାହିବ ପାଠ କରାଯାଏ। ଏହି ଶିକ୍ଷା ପରବର୍ତ୍ତୀ ୧୦ ଦିନ ପାଇଁ ଜାରି ରହିବ । ଯେଉଁମାନେ ଗୁରୁ ଗ୍ରନ୍ଥ ସାହିବଙ୍କ ପାଠରେ ଅଂଶଗ୍ରହଣ କରନ୍ତି । କଡ଼ାହା ପ୍ରସାଦ ସମସ୍ତଙ୍କୁ ଦିଆଯାଏ । ପ୍ରସାଦ ଦେବା ପରେ ଭଜନ ଏବଂ କୀର୍ତ୍ତନ ପୁଣି ଜାରି ରହିଛି । ଏହା ପରେ ସମସ୍ତେ ପୁନର୍ବାର ଭଜନ ଏବଂ କୀର୍ତ୍ତନ ଗାନ କରି ମୃତଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରନ୍ତି।
ଶିଖ ଧର୍ମରେ ଅନ୍ତିମ ସଂସ୍କାରକୁ “ଅନ୍ତିମ ଅରଦାସ’ କୁହାଯାଏ। ଏହି ପ୍ରକ୍ରିୟା ଶିଖ ପରମ୍ପରା ଉପରେ ଆଧାରିତ। ଏହି ଧର୍ମରେ ମୃତ୍ୟୁକୁ ଆତ୍ମା ସହ ପରମାତ୍ମାର ମିଳନ ବୋଲି ବିଶ୍ବାସ ରହିଛି। ତେଣୁ ସେମାନେ ଏହାକୁ ଏକ ଆଧ୍ୟାତ୍ମିକ ଯାତ୍ରା ଭାବରେ ଦେଖିଥାନ୍ତି।