ନୂଆଦିଲ୍ଲୀ: ପ୍ରାୟ ସମସ୍ତେ ଆମେ ଛତୁ ଦେଖିଛେ। ଆକାରରେ ଛୋଟ କିନ୍ତୁ ପାଟିକୁ ଭାରି ସୁଆଦିଆ। କିନ୍ତୁ ଚାଷ କ୍ଷେତ୍ରରେ ବେଳେ ବେଳେ ଏଭଳି ପରିବାର ଆକାର ହୋଇଯାଏ ଯାହାକୁ କେହି ବି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବହୁତ ଚାଷୀଙ୍କ ବିଶାଳକାୟ ପରିବାକୁ ବିଶ୍ବରେକର୍ଡରେ ସାମିଲ ମଧ୍ୟ କରାଯାଇଛି । ଏବେ ଏପରି ଏକ ଛତୁର ଚର୍ଚ୍ଚା ଚାରିଆଡେ ହେଉଛି ଯାହାର ଓଜନ ୫କେଜି ହେବ ।
ହଁ ଆଜ୍ଞା ଆପଣ ଏପରି ଛତୁ କେବେ ଦେଖିଛନ୍ତି କି ? କିଛି ଦିନ ତଳେ ବ୍ରିଟେନର ୨୭ବର୍ଷୀୟା ଆଲିସିମନ ମିନିଟ୍ ତାଙ୍କ ବାପାଙ୍କ ସହ ଏକ ଚାଷ ଜମିରେ ବୁଲୁଥିବା ବେଳେ ଏପରି ଏକ ଛତୁ ପାଇଥିଲେ ।
ବକିଂହାମଶାୟରରେ ଆଲିସିମନ ତାଙ୍କ ବାପାଙ୍କ ସହ ସନ୍ଧାନ କରିଥିବା ଛତୁ ତାଙ୍କ ମୁଣ୍ଡ ଠାରୁ ଦୁଇଗୁଣ ବଡ ହେବ ଯାହାର ଓଜନ ଥିଲା ୫କେଜି ।ସେ କହଛନ୍ତି ଯେ, ଛତୁକୁ ସେ ଘରକୁ ଆଣିବା ପରେ ସପ୍ତାହେ ଯାଏଁ ତାଙ୍କ ପରିବାର ଏହାକୁ ଖାଇଥିଲେ। କିନ୍ତୁ ଲଗାତର ଖାଇବା ଯୋଗୁଁ ସେ ଅସୁସ୍ଥ ଅନୁଭବ କରିଥିଲେ ।
ତାଙ୍କର କହିବା ଅନୁସାରେ ପ୍ରଥମେ ସେହି ଛତୁରୁ ମସଲାଦାର ଛତୁ ରେସିପି କରିଥିଲେ , ପରେ ମରସୁମ୍ ପିଜା, ମସରୁମ ପାସ୍ତା ଆଦି ରାନ୍ଧି ଥିଲେ । ୨୦୧୭ରେ ସେ ଏପରି ଏକ ବଡ ଛତୁ ପାଇଥିଲେ କିନ୍ତୁ ତାହା ପାଞ୍ଚ କେଜିରୁ କମ୍ ରହିଥିଲା ।