ନୂଆଦିଲ୍ଲୀ: ଦେଶର ସାଂସ୍କୃତିକ ରାଜ୍ୟ ଭାବେ ବେଶ୍ ଜଣାଶୁଣା ଉତ୍ତର ପ୍ରଦେଶ । ଉତ୍ତରପ୍ରଦେଶର ଅନ୍ୟଏକ ସ୍ୱତନ୍ତ୍ର ପରିଚୟ ରହିଛି । ଧାର୍ମିକ ରାଜ୍ୟ ସହିତ ଉଦ୍ୟୋଗ କ୍ଷେତ୍ରରେ ମଧ୍ୟ ଏହା ବେଶ୍ ଜଣାଶୁଣା । ହେଲେ ଆପଣ ଜାଣିଛନ୍ତି କି ୟୁପିର ସବୁଠାରୁ ବଡ଼ ଜିଲ୍ଲା କେଉଁଟା। ଆସନ୍ତୁ ଜାଣିବା
ଉତ୍ତର ପ୍ରଦେଶର ୫ଟି ବଡ଼ ଜିଲ୍ଲା ବିଷୟରେ
ଉତ୍ତର ପ୍ରଦେଶ କ୍ଷେତ୍ରଫଳ ହିସାବରେ ସବୁଠାରୁ ବଡ଼ ଜିଲ୍ଲା ହେଉଛି ଲଖୀମପୁର କ୍ଷୀର ଜିଲ୍ଲା। ଏହି ଜିଲ୍ଲାର କ୍ଷେତ୍ରଫଳ ୭ ହଜାର ୬୮୦ ବର୍ଗ କିଲୋମିଟର। ଏହି ଜିଲ୍ଲାକୁ ଦୁଧୱା ବନଜୀବଙ୍କ ଅଭୟାରଣ୍ୟ ମଧ୍ୟ କୁହାଯାଏ। ଏହି ଜିଲ୍ଲା ନେପାଳ ସହିତ ମଧ୍ୟ ସୀମାକୁ ବାଣ୍ଟିଥିବା ସୂଚନା ରହିଛି।
ଦ୍ୱିତୀୟଟି ହେଉଛି ସୋନଭଦ୍ର ଜିଲ୍ଲା। ଯାହାର ପୁରା କ୍ଷେତ୍ରଫଳ ୬ ହଜାର ୭୮୮ ବର୍ଗ କିଲୋମିଟର। ଏହି ଜିଲ୍ଲା ୪ଟି ରାଜ୍ୟ ସହ ସୀମାକୁ ବାଣ୍ଟିଛି। ଏହି ରାଜ୍ୟଗୁଡ଼ିକ ହେଉଛି ମଧ୍ୟପ୍ରଦେଶ, ବିହାର, ଛତିଶଗଡ଼, ଝାରଖଣ୍ଡ।
ଉତ୍ତର ପ୍ରଦେଶର ତୃତୀୟ ବଡ଼ ଜିଲ୍ଲା ହେଉଛି ହରଢ଼ୋଇ। ଯାହାର କ୍ଷେତ୍ରଫଳ ୫ ହଜାର ୯୮୬ ବର୍ଗ କିଲୋମିଟର। ଏହି ଜିଲ୍ଲା ଲକ୍ଷ୍ନୌ ମଣ୍ଡଳରେ ଆସେ।
ଉତ୍ତର ପ୍ରଦେଶର ଚତୁର୍ଥ ଜିଲ୍ଲାଟି ହେଉଛି ବହରାଇଚ। ଏହାର କ୍ଷେତ୍ରଫଳ ହେଉଛି ୫ ହଜାର ୭୪୫ବର୍ଗ କିଲୋମିଟର।
ଉତ୍ତରପ୍ରଦେଶର ପଞ୍ଚମ ଜିଲ୍ଲାଟି ହେଉଛି ସୀତାପୁର। ଏହି ଜିଲ୍ଲାର ମୋଟର କ୍ଷେତ୍ରଫଳ ହେଉଛି ୫ ହଜାର ୭୪୩। ଲଖୀମ ଜିଲ୍ଲା ବଡ଼ ହେବା ସହ ଏଠାରେ ସବୁଠୁ ଅଧିକ ଲୋକ ରୁହନ୍ତି। ସେହିପରି ନିର୍ବାଚନ ବେଳେ ପ୍ରତି ଦଳର ଦୃଷ୍ଟି ଉତ୍ତର ପ୍ରଦେଶ ଆସନରେ ଥାଏ ବୋଲି କୁହାଯାଇଛି।