ଏଠାରେ ଆପେ ଆପେ ଜଳେ ଜ୍ୟୋତି

ଛତିଶଗଡ଼ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଲାଭ କରିଛି। ଏଥିପାଇଁ ଏହି ରାଜ୍ୟ ପ୍ରାଚୀନ ମନ୍ଦିର ପାଇଁ ମଧ୍ୟ ଜଣାଯାଏ। ଛତିଶଗଡ଼ରେ ଏପରି ଅନେକ ମନ୍ଦିର ଅଛି ଯାହାର ଇତିହାସ ଲୋକଙ୍କୁ ଚମକାଇଦେବ। ଯାହା ପାଇଁ ଏଠାକୁ ଦୂର ଦୂରରୁ ଲୋକ ମନ୍ଦିରକୁ ଦର୍ଶନ କରିବାକୁ ଆସନ୍ତି। ଛତିଶଗଡ଼ର ଗରିୟାବନ୍ଧ ଜିଲ୍ଲା ମୁଖ୍ୟାଳୟରୁ ୧୨ କିଲୋମିଟର ଦୂରରେ ଏକ ପାହାଡ଼ରେ ଅବସ୍ଥିତ ନିରଇ ମାତା ମନ୍ଦିର।

ଖାଲି ନିରଇ ମାତା ମନ୍ଦିର ନୁହେଁ ଦେଶରେ ଏପରି ଅନେକ ମନ୍ଦିର ଅଛି ଯାହାର ରହସ୍ୟ ଆଜି ବି କେହି ଜାଣିପାରିନଥାନ୍ତି। ଏହି ରହସ୍ୟ ପାଇଁ ମନ୍ଦିରକୁ ଦୁନିଆରେ ଲୋକ ଜାଣନ୍ତି। ନିରଇ ମାତା ମନ୍ଦିରରେ ମା’ଙ୍କୁ ସିନ୍ଦୁର, ଶ୍ରୀଂଗାର ଜିନିଷ ଚଢ଼ା ଯାଏନି। କେବଳ ନଡ଼ିଆ ଏବଂ ଧୂପରେ ମାଆଙ୍କ ପୂଜା କରାଯାଏ। ମନ୍ଦିରର ଏକ ଖାସ୍ କଥା ହେଉଛି ମନ୍ଦିର ବର୍ଷକରେ ଥରେ ପାଞ୍ଚ ଘଣ୍ଟା ପାଇଁ ଖୋଲେ। ଏହା ସହ ଏଠାକୁ ମହିଳା ଆସିବା କି ପୂଜା କରିବା ମନା। ମହିଳାମାନଙ୍କୁ ଏହି ମନ୍ଦିରର ପ୍ରସାଦ ଖାଇବା ମଧ୍ୟ ନିଷେଧ। କୁହାଯାଏ ଯେ, ଯଦି ମହିଳାମାନେ ମନ୍ଦିରର ପ୍ରସାଦ ଖାଆନ୍ତି, ତେବେ ସେମାନଙ୍କ ସହିତ କିଛି ଅଘଟଣ ଘଟିଥାଏ।

ସାଧାରଣତଃ ମନ୍ଦିର ମାନଙ୍କ ଦେବା ଦେବୀଙ୍କୁ ପ୍ରତ୍ୟେକ ଦିନ ପୂଜା କରାଯାଇଥାଏ। କିନ୍ତୁ ନିରଈ ମାତାଙ୍କ ମନ୍ଦିରରେ କେବଳ ଚୈତ୍ର ନବରାତ୍ରୀରେ ୫ ଘଣ୍ଟା ପାଇଁ ଖୋଲାଯାଇଥାଏ। ସକାଳ ୪ ଟାରୁ ସକାଳ ୯ ଟା ପର୍ଯ୍ୟନ୍ତ ମାଆଙ୍କ ଦର୍ଶନ ମିଳିଥାଏ। ବାକି ଦିନରେ ଭକ୍ତଙ୍କୁ ଏଠାକୁ ଆସିବା ନିଷେଧ । ଯେଉଁ ଦିନ ଏହି ମନ୍ଦିର ଖୋଲେ, ହଜାର ହଜାର ଲୋକ ମାଆଙ୍କୁ ଦର୍ଶନ ପାଇଁ ଏଠାରେ ପହଞ୍ଚିଥାନ୍ତି।

ପ୍ରତିବର୍ଷ ନବରାତ୍ରୀ ସମୟରେ ମା’ଙ୍କ ମନ୍ଦିରରେ ଆଲୌକିକ ଘଟଣା ଦେଖିବାକୁ ମିଳେ। ମାଆଙ୍କ ମନ୍ଦିରର ଜ୍ୟୋତି ଆପେ ଆପେ ଜଳିଥାଏ। ଏହି ଚମତ୍କାର କିପରି ଘଟେ ଆଜି ପର୍ଯ୍ୟନ୍ତ ଏହାର ରହସ୍ୟ ଜଣାପଡି ନାହିଁ। ଗ୍ରାମବାସୀ କହିବା ଆନୁଯାୟୀ, ନିରଈ ଦେବୀଙ୍କର ଏହା ଏକ ଚମତ୍କାର । ବିନା ତେଲ ଓ ଘିଅରେ ଏହା ୯ଦିନ ପର୍ଯ୍ୟନ୍ତ ଜଳିଥାଏ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *