ମୁମ୍ବାଇ: ପୁଣି ବଡ ପରଦାରେ ଧମାକା ମଚାିବାକୁ ଯାଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ହରଭଜନ ସିଂ । ନିକଟରେ ସେ ତାଙ୍କ ଆଗାମୀ ଚଳଚ୍ଚିତ୍ରର ପୋଷ୍ଟର ସେୟାର କରି ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଯେଉଁଥିରେ ତାଙ୍କ ପ୍ରଥମ ଲୁକ୍ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ତାଙ୍କର ଲୁକ୍କୁୁ ଫ୍ୟାନ୍ସ ପସନ୍ଦ କରିବା ସହ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।
ହରଭଜନ ସିଂ ତାଙ୍କର ଆଗାମୀ ଫିଲ୍ମ ‘ଦ’ ସାଭିୟର’ରେ ନଜର ଆସିବେ । ଫିଲ୍ମର ପୋଷ୍ଟର ସୋସିଆଲ ମିଡିଆରେ ସେୟାର କରି ଏହା ଘୋଷଣା କରିଛନ୍ତି । ଆଉ ଲେଖିଛନ୍ତି, ଏହାର ନିର୍ଦ୍ଦେଶକ ଜନ୍ ଏବଂ ତାଙ୍କ ଟିମ୍ ସହ ପୁଣି ଥରେ କାମ କରିବାକୁ ମୋତେ ସୁଯୋଗ ମିଳିଛି । ତେଣୁ ମୁଁ ଏଥିଲାଗି ବହୁତ ଉତ୍ସାହିତ ଅଛି । ଏହି ଫିଲ୍ମ ସମସ୍ତଙ୍କୁ ଼ ମନୋରଞ୍ଜନ ଭରିଦେବ । ଫିଲ୍ମର ନାମ ଦ’ସାଭିୟର’ ର୍ଖାଯାଇଥିବା ବେଳେ ଏଥିରେ ହରଭଜନ ଜଣେ ଡାକ୍ତର ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ନାମ ଡକ୍ଟର ଜେମ୍ସ ମଲହୋତ୍ରା ହୋଇଛି। ଯଦିଓ ଫିଲ୍ମଟି କେବେ ରିଲିଜ୍ ହେବ ସେ ସମ୍ପର୍କରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ, ଖୁବ୍ ଶୀଘ୍ର ଏକ ଅପଡେଟ୍ ସେ ସେୟାର କରିବେ ବୋଲି ଆଶା କରାଯାଉଛି ।
ତେବେ ଘରୋଇ ଟି -୨୦ ଲିଗରେ ଚେନ୍ନାଇ ପାଇଁ ଖେଳୁଥିବା ବେଳେ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ ତାମିଲ ଦର୍ଶକଙ୍କ ମଧ୍ୟରେ ପ୍ରିୟ ଷ୍ଟାର ହୋଇଥିଲେ । ହରଭଜନ ସିଂ ମଧ୍ୟ ଅନେକ ତାମିଲ କବିତା ବି ଲେଖିଛନ୍ତି । ଏହା ପରେ ସେ ତାମିଲ ଫିଲ୍ମରେ କାମ କରିବାକୁ ଅଫର ପାଇଥିଲେ । ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କ ହୃଦୟ ଜିତିଥିଲେ । ସେ ତାମିଲ ଫିଲ୍ମ ‘ୠକ୍ସସରଦ୍ଭୟଗ୍ଦଷସକ୍ଟ୍ର ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଯାହାର ନିର୍ଦ୍ଦେଶନା ଦେଇଥିଲେ ଜନ୍ ପଲ୍ ରାଜ ଏବଂ ଶ୍ୟାମ ସୂର୍ଯ୍ୟା । ସେହିପରି ତାମିଲ ଫିଲ୍ମ ଡ଼ିକ୍କିଲୋନାରେ ସେ ଏକ କ୍ୟାମିଓ ଭୂମିକା ଗ୍ରହଣ କରିଥିଲେ । ଯେଉଁଥିରେ ସନ୍ଥନମ୍ ମୁଖ୍ୟ ଭୂମିକାରେ ଥିଲେ । ହରଭଜନ ସିଂ କିଛି ହିନ୍ଦୀ ଚଳଚ୍ଚିତ୍ରରେ କ୍ୟାମିଓ ରୋଲରେ ଅଭିନୟ କରିଛନ୍ତି ।