ନୂଆଦିଲ୍ଲୀ: ପିଲାଙ୍କ ବାହାଘରରେ ସାଧାରଣତଃ ବାପା, ମାଆ ଖୁସି ହୁଅନ୍ତି। ପିଲା ହାତକୁ ଦି ହାତ ହେବାକୁ କେତେ ଦେବା ବେଦୀଙ୍କ ପାଖରେ କେତେ ମନସ୍କାମାନା ରଖନ୍ତି। ପିଲାଙ୍କ ବିବାହ ଖୁସିରେ ଲୋକଙ୍କ ଭଲ ଉପହାର ମଧ୍ୟ ଦିଅନ୍ତି। ଏସବୁ ଭିତରେ ଏକ ଖବର ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ପାକିସ୍ତାନର ଏହି ଖବର ଥିବା ବେଳେ, ପୁଅ ବାହାଘର ଖୁସିରେ ବାପା ଉଡ଼ାଇଛନ୍ତି ଟଙ୍କା ସେ ପୁଣି ଆକାଶ ମାର୍ଗରୁ।
ଆକାଶ ମାର୍ଗରୁ କନ୍ୟା ଘର ଉପରେ ଟଙ୍କା ବର୍ଷା ହୋଇବା । ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ହଁ ଆଜ୍ଞା ଏଭଳି ଏକ ଘଟଣା ଘଟିଛି ପାକିସ୍ତାନରେ । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ବରର ବାପା କରିଥିବା କାମକୁ ନେଇ ବେଶ ଚର୍ଚ୍ଚା ହୋଇଛି । ବରର ବାପା ବହୁତ ଖୁସି ହୋଇଯାଇଥିଲେ ଯେତେବେଳେ ତାଙ୍କ ପୁଅ ବର ହୋଇଥିଲା । ଅତି ଉତ୍ସାହିତ ହୋଇ ଏକ ପ୍ଲେନ ବୁକ କରିଥିଲେ । ଏହାପରେ କନ୍ୟାର ଘର ଉପରେ ଟଙ୍କାର ବର୍ଷା କରାଇଦେଇଥିଲେ ।
ଏହି ଭିଡ଼ିଓକୁ ସୋସିଆଲ ମିଡିଆରେ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏକ ଟୁଇଟର ଆକାଉଣ୍ଟରେ ଏଭଳି ଏକ ଭିଡିଓ ପୋଷ୍ଟ କରାଯାଇଛି । ଯାହାକୁ କି ପାକିସ୍ତାନର ବୋଲି କୁହାଯାଉଛି । ଏହି ଭିଡିଓରେ ଏକ ପ୍ଲେନ ଆକାଶରେ ଉଡୁଥିବାର ଦେଖିବାକୁ ମିଳୁଛି । ପ୍ଲେନରୁ ଟଙ୍କା ଉଡାଉଥିବା ମଧ୍ୟ ଦେଖିବାକୁ ମିଳିଥିଲା। ତଳେ ଲୋକ ଠିଆ ହୋଇଥିବା ମଧ୍ୟ ଦେଖିବାକୁ ମିଳିଥିଲା। କିଏ ମୋବାଇଲରେ ଦୃଶ୍ୟକୁ ସୁଟିଂ କରୁଥିଲା। ଅନ୍ୟ କେହି ଟଙ୍କା ପାଇବା ଆଶାରେ ମଧ୍ୟ ଅନାଇଥିଲେ।
ଏହା ଉପରକୁ ଯାଇଁ ଟଙ୍କା ବର୍ଷା କରୁଥିବାର ଦେଖିବାକୁ ମିଳୁଛି । ଏହି ଟଙ୍କାବର୍ଷା ବରର ବାପା କରାଇଥିବା ଚର୍ଚ୍ଚା ହେଉଛି । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ ପାକିସ୍ତାନରେ ଏକ ବରର ବାପା ପୁଅର ବାହାଘରେ ଏତେ ଖୁସି ହୋଇଯାଇଥିଲେ ଯେ ସେ ଲକ୍ଷ ଲକ୍ଷ ଟଙ୍କା କନ୍ୟା ଘର ଉପରେ ଉଡାଇ ଦେଇଥିଲେ ।