ଫିଲ୍ମ ପ୍ରମୋଶନ ପାଇଁ କରାଗଲା ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ କଟ୍‌ଆଉଟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ସ୍ଥାପନ କରାଯାଇଛି ରାମଚରଣଙ୍କ ଏକ ୨୫୬ ଫୁଟ ଉଚ୍ଚ ବିଶାଳକାୟ କଟ୍‌ଆଉଟ୍ । ରାମଚରଣଙ୍କ ଆଗକୁ ଆସୁଥିବା ‘ଗେମ୍ ଚେଞ୍ଜର’ ଫିଲ୍ମର ପ୍ରମୋଶନ ନିମନ୍ତେ ନିର୍ମାତାଙ୍କ ପକ୍ଷରୁ ଏହି କଟ୍‌ଆଉଟ୍‌ର ଉନ୍ମୋଚନ କରାଯାଇଛି। ବିଶାଳକାୟ କଟ୍‌ଆଉଟ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହେବା ସହ ସେଲଫି ନେଉଥିବା ଦେଖିବାକୁ ମିଳିଛି ।

ଆସନ୍ତା ୧୦ ତାରିଖରେ ପରଦାକୁ ଆସିବ ସାଉଥ୍ ସୁପରଷ୍ଟାର ରାମଚରଣଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗେମ୍ ଚେଞ୍ଜର’ । ଶଙ୍କର ସନ୍‌ମୁଗମଙ୍କ ନିର୍ଦ୍ଦେଶିତ ଏହି ପଲିଟିକାଲ ଡ୍ରାମା ଫିଲ୍ମରେ ରାମଚରଣ ଡବଲ ରୋଲ କରୁଥିବାର ନଜରକୁ ଆସିବେ। ଫିଲ୍ମର ପ୍ରମୋଶନ ପାଇଁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାଠାରେ ରାମଚରଣଙ୍କ ୨୫୬ ଫୁଟ ଉଚ୍ଚ ବିଶାଳକାୟ କଟ୍‌ଆଉଟ୍ ସ୍ଥାପନ କରାଯାଇଛି।

ବର୍ତ୍ତମାନ ସୁଦ୍ଧା ଭାରତୀୟ ଫିଲ୍ମ ଷ୍ଟାରଙ୍କର ଏହା ହେଉଛି ସର୍ବବୃହତ୍ କଟ୍‌ଆଉଟ। ରାମଚରଣଙ୍କ କଟ୍‌ଆଉଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିଛନ୍ତି। ୨୦୨୨ରେ “ଆରଆରଆର” ଫିଲ୍ମକୁ ବିପୁଳ ସଫଳତା ମିଳିବା ପରେ ‘ଗେମ୍ ଚେଞ୍ଜର’ ହେଉଛି ରାମଚରଣଙ୍କର ପ୍ରଥମ ଫିଲ୍ମ। ଫିଲ୍ମରେ ରାମଚରଣଙ୍କ ବିପକ୍ଷରେ ଅଭିନେତ୍ରୀ କିଆରା ଆଡ୍‌ଭାନୀ ନଜରକୁ ଆସିବେ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *