ଏଠି ରଖନ୍ତୁନି ପିତୃପୁରୁଷଙ୍କ ଫଟୋ

ଭାରତୀୟ ସଂସ୍କୃତିରେ ପିତୃପୁରୁଷଙ୍କ ଆର୍ଶୀବାଦ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ। କୁହାଯାଏ, ପିତୃପୁରୁଷଙ୍କ ଆର୍ଶୀବାଦ ରହିଲେ ଘରେ କୌଣସି ସମସ୍ୟା ହୋଇ ନ ଥାଏ। ଏଥିପାଇଁ ଶ୍ରାଦ୍ଧ ଓ ପିଣ୍ଡଦାନ କରି ପୁତୃପୁରୁଷଙ୍କ ଆତ୍ମାର ସଦ୍‌ଗତି କାମନା କରାଯାଏ। ବାସ୍ତୁଶାସ୍ତ୍ରରେ ମଧ୍ୟ ପିତୃପୁରୁଷଙ୍କ ଆଶୀର୍ବାଦ ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ବାସ୍ତୁଶାସ୍ତ୍ର ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଆମେ ଘରର ଏମିତି କିଛି ଜାଗାରେ ଲଗାଇଥାଉ, ଯାହା ପରିବାର ଉପରେ ନକାରାତ୍ମକ ପ୍ରଭାବ ପକାଏ। ତେବେ ଆସନ୍ତୁ ଜାଣିବା ଘରର କେଉଁ ଜାଗାରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ।

୧. ବାସ୍ତୁଶାସ୍ତ୍ର ଅନୁସାରେ, ଘରର ମଝି ଭାଗରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଉଚିତ ନୁହେଁ । ଏହା ଦ୍ୱାରା ସେମାନଙ୍କୁ ଅସମ୍ମାନ ହୋଇଥାଏ, ଯାହାର କୁପ୍ରଭାବ ପରିବାର ଉପରେ ପଡ଼ିଥାଏ ଏବଂ ଘରେ ସବୁବେଳେ ଅଶାନ୍ତି ଲାଗି ରହିଥାଏ ।

୨. ବାସ୍ତୁଶାସ୍ତ୍ର ଅନୁସାରେ, ଘରର ଉତ୍ତର ଭାଗରେ ଗୋଟିଏ ସ୍ଥାନକୁ ସ୍ୱଚ୍ଛ ଓ ପବିତ୍ର କରି ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ । ଏହା ସେମାନଙ୍କ ଆତ୍ମାକୁ ଶାନ୍ତି ଦେଇଥାଏ ଏବଂ ଏହାଦ୍ୱାରା ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିଥାଏ।

୩. ବିଶେଷ କରି ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାନ୍ତୁ ନାହିଁ । ବାସ୍ତୁଶାସ୍ତ୍ର ଅନୁସାରେ, ପୂଜା ଘରେ ପିତୃପୁରୁଷଙ୍କ ଫଟୋ ଲଗାଇବା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ଓ ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି ମିଳି ନ ଥାଏ ।

୪. ମନେ ରଖନ୍ତୁ, ବାସ୍ତୁ ଅନୁସାରେ ପିତୃପୁରୁଷଙ୍କ ଫଟୋକୁ ଧୂପ ଦୀପ ଦେଇ ପୂଜା କରନ୍ତୁ ନାହିଁ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *