ନୂଆଦିଲ୍ଲୀ: ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଷ୍ଟାଡିୟମର ଗ୍ୟାଲେରୀରୁ ଖସିପଡ଼ିବା ପରେ କେରଳର ଥ୍ରିକ୍କାରାରୁ କଂଗ୍ରେସ ବିଧାୟିକା ଉମା ଥୋମାସ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଏକ ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉମା ଥୋମାସ ଷ୍ଟାଡିୟମରେ ପହଞ୍ଚିିଥିଲେ। ତେବେ ସେ ଗ୍ୟାଲେରୀରୁ ଖସିପଡିଥିଲେ । ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେ ଜୋରରେ ଆଘାତ ଲାଗିଛି । ଏହା ସହ ଫୁସଫୁସରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି। ଡାକ୍ତରଖାନାର ଅଧିକାରୀମାନେ କହିଛନ୍ତି ଯେ ବିଧାୟିକାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଷ୍ଟାଡିୟମର ‘ଭିଆଇପି ଗ୍ୟାଲେରୀ’ ଠାରୁ ପ୍ରାୟ ୧୫ ଫୁଟ ଉଚ୍ଚତାରୁ ଖସିପଡ଼ିଥିଲେ ।
ଉମା ଥୋମାସ ହେଉଛନ୍ତି କଂଗ୍ରେସର ଦିବଂଗତ ନେତା ପିଟି ଥୋମାସଙ୍କ ପତ୍ନୀ ଏବଂ ଥ୍ରିକ୍କରା ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୨୧ରେ ପିଟି ଥୋମାସଙ୍କ ମୃତ୍ୟୁ ପରେ କଂଗ୍ରେସ ଉମାଙ୍କୁ ନିର୍ବାଚନରେ ପ୍ରାର୍ଥୀ କରିଥିଲା ଓ ସେ ଜିତିଥିଲେ ।