ରାହୁଲଙ୍କୁ ଚିଠି ଲେଖିଲେ ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ

ନୂଆଦିଲ୍ଲୀ,: କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ଚିଠି ଲେଖିଲେ ଆତଙ୍କବାଦୀ ୟାସିନ ମଲ୍ଲିକଙ୍କ ପତ୍ନୀ ମୁଶାଲ ହୁସେନ୍ ମଲ୍ଲିକ। ଜେଲରେ ଥିବା ସ୍ୱାମୀ ୟାସିନଙ୍କ ବିଷୟରେ ସଂସଦରେ ପ୍ରସଙ୍ଗ ଉଠାଇବାକୁ ଅନୁରୋଧ କରିଛନ୍ତି । ୩୫ ବର୍ଷ ପୁରୁଣା ମିଥ୍ୟା ମାମଲାରେ ତାଙ୍କ ସ୍ୱାମୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ୨୦୧୯ ମସିହାରୁ ବିଜେପି ସରକାର ୟାସିନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ଏଥିସହ ଜମ୍ମୁ କଶ୍ମୀରରେ ଶାନ୍ତି ବଜାୟ ରଖିବାରେ ତାଙ୍କ ସ୍ୱାମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରନ୍ତି ବୋଲି ସେ ଦାବି କରିଛନ୍ତି।

ତେବେ ମୁଶାଲ ରାହୁଲ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ ୩ ଦଶନ୍ଧି ପୁରୁଣା ଦେଶଦ୍ରୋହ ମାମଲାରେ ମଲିକଙ୍କ ବିରୋଧରେ ଚାଲିଥିବା ମକଦ୍ଦମା ପ୍ରତି ଦୃଷ୍ଟି ଆକର୍ଷଣ କରିଛନ୍ତି। ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଇବା ମାମଲାରେ ବିଚ୍ଛିନ୍ନତାବାଦୀ ନେତା ତଥା ଆତଙ୍କବାଦୀ ୟାସିନ ମଲ୍ଲିକ ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ମକଦ୍ଦମା ଚାଲିଛି। ୨୦୧୭ର ୟାସିନଙ୍କ ସମେତ ଅନେକ ବ୍ୟକ୍ତିଙ୍କ ବିରୋଧରେ ଏଜେନ୍ସି ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା। ଏହି ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଯଥା ଏନଆଇଏ ତାଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଦାବି କରିଛି। ୨୦୨୨ମସିହାରେ, ଏକ ନିମ୍ନ ଅଦାଲତ ୟାସିନ ମଲ୍ଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

ମୁଶାଲ ଚିଠିରେ ଆହୁରି ଲେଖିଛନ୍ତି ଯେ, ଜେଲରେ ଥିବା ଅମାନୁଷିକ ବ୍ୟବହାରକୁ ବିରୋଧ କରି ୟାସିନ ନଭେମ୍ବର ୨ରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଅନଶନରେ ଅଛନ୍ତି। ସିଏ ଅସ୍ତ୍ର ଛାଡି ଅହିଂସା ପଥ ଅନୁସରଣ କରିଛନ୍ତି। ଏହି ଅନଶନ ମଲ୍ଲିକଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ପ୍ରଭାବ ପକାଇବ। ଯାହାଦ୍ୱାରା ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି। ୨୦୧୯ ମସିହାରୁ ବିଜେପି ସରକାର ୟାସିନ ମଲ୍ଲିକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ମଲ୍ଲିକଙ୍କୁ ୩୫ ବର୍ଷ ପୁରୁଣା ମାମଲାରେ ଫସାଇ ଦିଆଯାଇଛି। ତାଙ୍କ ବିରୋଧରେ ମକଦ୍ଦମା ଚାଲିଛି। ବର୍ତ୍ତମାନ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାରେ ଏନଆଇଏ ତାଙ୍କ ପାଇଁ ମୃତ୍ୟୁଦଣ୍ଡ ଦାବି କରୁଛି। ତେଣୁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେ ସଂସଦରେ ଆପଣଙ୍କ ଉଚ୍ଚ ନୈତିକ ଏବଂ ରାଜନୈତିକ ପ୍ରଭାବ ବ୍ୟବହାର କରନ୍ତୁ ବୋଲି ଚିଠିରେ ଅପିଲ କରିଛନ୍ତି ।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *