ନୂଆଦିଲ୍ଲୀ: ଦୁନିଆରେ ଅନେକ ଭୟଙ୍କର ଜୀବଜନ୍ତୁ ଅଛନ୍ତି। ଯାହାଙ୍କ ଆକ୍ରମଣ ମଣିଷଙ୍କ ଜୀବନ ମଧ୍ୟ ନେଇଯିବ। ଏମିତି ଏକ ଭୟଙ୍କର ପକ୍ଷୀ ବିଷୟରେ ଆସନ୍ତୁ ଜାଣିବା। ଯିଏ ମଣିଷ ପାଇଁ ଭୟଙ୍କର।
ଏହି ପକ୍ଷୀର ନାମ କେସୋୱାରୀ। କେସୋୱାରୀଙ୍କୁ ଦୁନିଆର ସବୁଠୁ ଭୟଙ୍କର ପକ୍ଷୀ କୁହାଯାଏ। କିଛି ବର୍ଷ ପୂର୍ବରୁ ଏହି ପକ୍ଷୀ ଆମେରିକାର ଫ୍ଲୋରିଡାରେ ଜଣେ ୭୫ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ କରି ଜୀବନରୁ ମାରି ଦେଇଥିଲା।
ଏହି ପକ୍ଷୀ ଦେଖିବାକୁ ଅଷ୍ଟେି୍ରଚ୍ ଏବଂ ୟେମୁ ପକ୍ଷୀ ପରି। ସାଧାରଣତଃ ଏହି ପକ୍ଷୀ ସାଉଥ ଇଷ୍ଟ ଏସିଆ ଏବଂ ଅଷ୍ଟ୍ରେଲିଆରେ ଏମାନଙ୍କୁ ଦେଖିବାକୁ ମିଳେ। କେସୋୱାରୀ ଲମ୍ବା ୬ ଫୁଟ୍ ୬ ଇଞ୍ଚ। ଏମାନଙ୍କ ଓଜନ ୬୦ କିଲୋ ଭରି ରହେ।
ଏହି ପକ୍ଷୀ ଉଡ଼ିପାରନ୍ତି ନାହିଁ। ଏହି ପକ୍ଷୀ ଗୋଡ଼ରେ ଅଧିକ ଆକ୍ରମଣ କରନ୍ତି। କେସୋୱାରୀଙ୍କ ପାଦ ବହୁତ ଶକ୍ତିଶାଳୀ ବୋଲି କୁହାଯାଏ। ଯେତେବେଳେ ଏହି ପକ୍ଷୀ ପାଖକୁ ବିପଦ ଆସେ ତେବେ ୧୨ ସେଣ୍ଟିମିଟର ନଖ ରଖିଥିବା ପଞ୍ଝାରେ ଆକ୍ରମଣ କରେ।ଏହି ପକ୍ଷୀ ସର୍ବାହାରୀ। ମାଛ, ଛୋଟ ଛୋଟ ପୋକ, ବେଙ୍ଗ, ସାପ, ଝିଟିପିଟି, ପକ୍ଷୀଙ୍କ ଅଣ୍ଡାକୁ ଖାଦ୍ୟ ଭାବେ ଗ୍ରହଣ କରନ୍ତି।
ସେମାନଙ୍କର ଆଖି ଅତ୍ୟନ୍ତ ବିପଜ୍ଜନକ। ସେମାନଙ୍କୁ ଦେଖିଲେ ସବୁବେଳେ ଦେଖାଯାଏ ଯେ ସେମାନେ ଯେକୌଣସି ସମୟରେ ଆକ୍ରମଣ କରିପାରିବେ । ସେମାନଙ୍କ ମୁଣ୍ଡରେ ଏକ କେସ୍କୁ ଅଛି ଯାହା ମୁକୁଟ ପରି ଦେଖାଯାଏ। ବାସ୍ତବରେ, ଏହି କେସ୍କୁ ସେମାନଙ୍କୁ ମୁଣ୍ଡରେ ଆଘାତରୁ ରକ୍ଷା କରିଥାଏ ।
ଅଣ୍ଡାକୁ ରକ୍ଷା କରିବା ପାଇଁ ସେମାନେ ନିଜ ବସା ମଧ୍ୟ ଛାଡନ୍ତି ନାହିଁ । ସେମାନଙ୍କର ଶିଶୁମାନେ ଅଣ୍ଡାରୁ ବାହାରିବା ପର୍ଯ୍ୟନ୍ତ ସେମାନେ ଅଧିକ ଖାଦ୍ୟ ଖାଆନ୍ତି ନାହିଁ। ତଥାପି, ଶିକାରୀମାନେ ସେମାନଙ୍କୁ ଶିକାର କରନ୍ତି। ସେମାନଙ୍କର ଅଣ୍ଡା ମଧ୍ୟ ଜାତୀୟ ଖାଦ୍ୟର ମାନ୍ୟତା ପାଇଛି ।