୧୧ ଦିନରେ ବକ୍ସ ଅଫିସରେ କଲା ରେକର୍ଡ

ମୁମ୍ବାଇ: ଶାହାରୁଖଙ୍କ ସ୍ୱରରେ ଦର୍ଶକ ଦିୱାନା। ମୁଫାସା ଦ ଲାୟନରେ ଶାହାରୁଖ ଖାନଙ୍କ ସ୍ୱର ସିନେମା ହଲରେ ଧୁମ୍ ମଚାଇଛି। ଏହି ହଲିଉଡ ଫିଲ୍ମ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ସିନେମାଙ୍କୁ ଦର୍ଶକ ମଧ୍ୟ ବହୁତ ପସନ୍ଦ କରିଛନ୍ତି। ପିଲା ଠୁ ବୁଢ଼ା ସମସ୍ତେ ଏହି ଫିଲ୍ମକୁ ଦେଖିବାକୁ ପସନ୍ଦ କରିଛନ୍ତି। ଫିଲ୍ମର ବ୍ୟବସାୟ ମଧ୍ୟ ଉଚ୍ଚ କୋଟିର ହୋଇଛି। ଯାହାକୁ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଇଣ୍ଡିଆରେ ଏହି ଫିଲ୍ମ ଶହେ କୋଟି କ୍ଲବରେ ସାମିଲ ହୋଇଛି।

ଏକ ରିପୋର୍ଟ ଅନୁସାରେ ମୁଫାସା ୧୧ ଦିନରେ ୫.୪ କୋଟି ଟଙ୍କା କଲେକ୍ସନ କରିଛି। ଯାହା ପରେ ସିନେମାର ମୋଟ ଆୟ ହୋଇଛି ୧୦୭.୧ କୋଟି। ହିନ୍ଦୀରେ ୩୭ କୋଟି, ଇଂରାଜୀରେ ୩୭.୧୫ କୋଟି, ତେଲୁଙ୍ଗୁରେ ୧୪.୩୫ କୋଟି, ତାମିଲରେ ୧୮.୫ କୋଟି ଆୟ କରିଛି ଏହି ହଲଉଡ୍ ଫିଲ୍ମ।

ହଲିଉଡ୍ ଫିଲ୍ମ ମୁଫାସା ପ୍ରଥମ ସପ୍ତାହରେ ୭୪.୨୫ କୋଟି ଟଙ୍କା କଲେକ୍ସନ କରିଥିଲା। ଏହା ପରେ ୮ ଦିନରେ ୬.୨୭ କୋଟି, ନବମ ଦିନରେ ୯.୬ କୋଟି, ୧୦ ଦିନରେ ୧୧.୬ କୋଟି କଲେକ୍ସନ କରିଥିଲା। ଏହି ଫିଲ୍ମ ପ୍ରଥମ ସପ୍ତାହରୁ ହିଁ ଭଲ ବ୍ୟବସାୟ କରୁଛି।

ଯେଉଁଠି ମୁଫାସା ଭାରତରେ ଶହେ କୋଟି ପାର କରିସାରିଲାଣି ସେପଟେ ୫୦ କୋଟି ଛୁଇଁବାକୁ ବେବି ଜନ୍ ଫିଲ୍ମ ପାଖରେ କାଠିକର ପାଠ ହୋଇଛି। ଏହି ସପ୍ତାହରେ ବକ୍ସ ଅଫିସରେ କିଛି ଭଲ ଫିଲ୍ମ ରିଲିଜ ହୋଇନି। ଯାହାର ଫାଇଦା ନେଉଛନ୍ତି ପୁଷ୍ପା-୨, ମୁଫାସା। ମୁଫାସାରେ ଶାହାରୁଖଙ୍କ ସହ ତାଙ୍କ ଦୁଇ ପୁଅ କଣ୍ଠଦାନ କରିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *