ଚନ୍ଦ୍ରବାବୁ ସବୁଠୁ ଧନୀ, ମମତା ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଲେ ମମତା ବାନାର୍ଜୀ । ଆଉ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ହେଉଛନ୍ତି ଭାରତର ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଦେଶର ସବୁଠୁ ଧନୀ ଏବଂ ଗରିବ ମୁଖ୍ୟମନ୍ତ୍ରୀ ତାଲିକା ଉଲ୍ଲେଖ କରାଯାଇଛି । ସମ୍ପ୍ରତି ଭାରତର ୩୧ ମୁଖ୍ୟମନ୍ତ୍ରୀଙ୍କ ସମୁଦାୟ ସମ୍ପତ୍ତି ୧,୬୩୦ କୋଟି ହୋଇଥିବା ଏହି ରିପୋର୍ଟ କହିଛି।

ଏହି ରେସ୍‌ରେ ଆଗରେ ରହିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ । ତାଙ୍କର ୯୩୧କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହେଉଛନ୍ତି ସବୁଠୁ ଗରିବ । ତାଙ୍କର ମୋଟ ୧୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଛି । ଚନ୍ଦ୍ରବାବୁ ନାଇଡୁଙ୍କ ପରେ ଦ୍ୱିତୀୟ ସ୍ଥାନର ରହିଛନ୍ତି ଅରୁଣାଚଳ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ । ତାଙ୍କର ସମ୍ପତ୍ତିର ମୂଲ୍ୟ ରହିଛି ୩୩୨ କୋଟି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ୫୧କୋଟିରୁ ଅଧିକ ରହିଥିବା ବେଳେ ତୃତୀୟ ସ୍ଥାନରେ ରହିଛନ୍ତି । ଚତୁର୍ଥ ସ୍ଥାନରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ, ପଞ୍ଚମ ସ୍ଥାନରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷରେ, ୫୫ ଲକ୍ଷର ସମ୍ପତ୍ତି ସହ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଦେଶର ଦ୍ୱିତୀୟ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହୋଇଥିବାବେଳେ ୧.୧୮ କୋଟିର ସମ୍ପତ୍ତି ସହ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଗରିବ ମୁଖ୍ୟମନ୍ତ୍ରୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଦେଶର ୧୩(୪୨%) ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୦ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଅପହରଣ, ଆପରାଧିକ ଧମକ ଏବଂ ଲାଞ୍ଚ ଆଦି ଗମ୍ଭୀର ଆପରାଧିକ ମାମଲା ରହିଥିବା ଏଡିଆର କହିଛି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *