୯୦ ଦେଶ ଭ୍ରମଣ କରିଛନ୍ତି ୧୯ ବର୍ଷୀୟା ସୋଫିଆ

ନ୍ୟୁୟର୍କ: ପ୍ରତ୍ୟେକ ଲୋକଙ୍କର ସଉକ ଭିନ୍ନ ଭିନ୍ନ ହୋଇଥାଏ । କିଏ ଡ଼୍ୟାନ୍ସ କରିବାକୁ ଭଲ ପାଆନ୍ତି ତ ଆଉ କିଏ ଗୀତ ଗାଇବାକୁ । ଆଉ କିଏ ଗପ ବହି ପଢିବାକୁ ଭଲ ପାଆନ୍ତି ତ କିଏ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଭଲ ପାଆନ୍ତି । ସେମିତି ଜଣେ ଯୁବତୀ ଯିଏ କି ମାତ୍ର ୧୯ ବର୍ଷ ବୟସରେ ୯୦ ଦେଶ ଭ୍ରମଣ କରି ରେକର୍ଡ଼ କରିଛନ୍ତି ।

୧୯ ବର୍ଷୀୟା ସୋଫିଆ ଲି ଆମେରିକାରେ ରୁହନ୍ତି । ସେ ଜଣେ କଣ୍ଟେଣ୍ଟ୍ କ୍ରିଏଟର । ସୋଫିଆଙ୍କ ସଉକ ବିଭିନ୍ନ ଦେଶ ଭ୍ରମଣ କରିବା । ଆଉ ଭିନ୍ନ ଭିନ୍ନ ଦେଶର ପରମ୍ପରା,ସଂସ୍କୃତି,ଚାଲିଚୟନ ବିଷୟରେ ଜାଣିବା । ଏଥିଲାଗି ସେ ପ୍ରତ୍ୟେକ ମାସରେ ବିଭିନ୍ନ ଦେଶ ଭ୍ରମଣରେ ଯାଇଥାନ୍ତି । ବର୍ତ୍ତମାନ ସୁଦ୍ଧା ସେ ୯୦ଟି ଦେଶ ଭ୍ରମଣ କରିସାରିଲେଣି । ସେ ସବୁଠୁ କମ୍ ବୟସ୍କ ଭାବେ ସର୍ବାଧିକ ଦେଶ ଭ୍ରମଣ କରିବା ବର୍ଗରେ ଗିନିଜ୍ ୱାର୍ଲଡ୍ ରେକର୍ଡ ହାସଲ କରିଛନ୍ତି । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି , ଯାହା ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ସେ ଭ୍ରମଣ କରିସାରିଥିବା ତାଙ୍କର ୬ ପସନ୍ଦଯୋଗ୍ୟ ଦେଶର ତାଲିକାକୁ ପ୍ରକାଶ କରୁଛନ୍ତି। ଉକ୍ତ ତାଲିକାରେ ସେ ତାଞ୍ଜାନିଆକୁ ଷଷ୍ଠ ସ୍ଥାନରେ ରଖିଛନ୍ତି। ସେହିପରି ସେ ଫ୍ରାନ୍ସକୁ ପଞ୍ଚମ ସ୍ଥାନରେ, କୋଷ୍ଟାରିକାକୁ ଚତୁର୍ଥ ସ୍ଥାନରେ, ଜର୍ଜିଆକୁ ତୃତୀୟ ସ୍ଥାନରେ ଏବଂ ଥାଇଲାଣ୍ଡକୁ ଦ୍ୱିତୀୟ ସ୍ଥାନରେ ରଖିଛନ୍ତି। ଅନ୍ୟପକ୍ଷରେ ଭ୍ରମଣ ପାଇଁ ଭାରତ ତାଙ୍କର ସର୍ବୋତ୍ତମ ପସନ୍ଦଯୋଗ୍ୟ ଦେଶ ବୋଲି ସୋଫିଆ କହିଛନ୍ତି।

Dateline Odisha

Dateline Odisha

Leave a Reply

Your email address will not be published. Required fields are marked *